PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶିଶୁ ଅପହରଣ ଉଦ୍ୟମ ପଣ୍ଡ, ବାଇକ ରୁ ଲମ୍ଫ ମାରି ଦୁର୍ବୃତ୍ତଙ୍କ କବଳରୁ ମୁକୁଳିଲା ୧୨ ବର୍ଷର ଶିଶୁ ପୁତ୍ର, ଜଗତସିଂହପୁର ଥାନାରେ ମାମଲା।
  • ||
  • ଢେଙ୍କାନାଳ: ସାଇକୃପା ଆବାସିକ ମହାବିଦ୍ୟାଳୟରୁ ୪ଜଣ ଛାତ୍ର କୋଭିଡ ପଜିଟିଭ ଚିହ୍ନଟ, ଆରଟିପିସିଆର ଟେଷ୍ଟ ପାଇଁ ୨୬୦ ଜଣଙ୍କର ସାମ୍ପଲ ପାଠାଗଲା
  • ||
  • କମ୍ପିବ ବିଧାନସଭା: ମମିତା ମେହେର ହତ୍ୟା ଘଟଣା, ଧାନମଣ୍ଡି ଅବ୍ୟବସ୍ଥା, ଦୁର୍ନୀତି ପ୍ରସଙ୍ଗରେ ସରକାରଙ୍କୁ ଘେରିବ ବିଜେପି
  • ||
  • ନରସିଂହପୁର: ପିଉସୀ ଘରକୁ ବୁଲିବାକୁ ଆସିଥିବା ବେଳେ କୂଅରେ ପଡ଼ି ଚାଲିଗଲା ବାଳକ ଜୀବନ
  • ||
  • ନରସିଂହପୁର: ନରସିଂହପୁରରେ ମାତିଲେ ଦୁର୍ବୁତ୍ତ, ସ୍କାଏ ଲାଇଟ ଭାଙ୍ଗି ଲୁଟିନେଲେ ଟଙ୍କା ଆସବାବପତ୍ର
  • ||
  • ଜଗତସିଂହପୁର : ଆରମ୍ଭ ହେଲା ୨ଦିନିଆ ସାଗର କବଚ ଓଡି -୨୧ ସମରାଭ୍ୟାସ
  • ||
  • ଚନ୍ଦ୍ରଶେଖରପୁର : ଜଣଙ୍କ ପାଇଁ ଦୁଇ ପ୍ରେମିକ ମଧ୍ୟରେ ହଣାମରା, ବିଚ୍ ରାସ୍ତାରେ ଚାଲିଲା ଖଣ୍ଡଯୁଦ୍ଧ
  • ||
  • ସୋନପୁର : ସୋନପୁରରେ ଇଷ୍ଟଦେବୀ ସୁରେଶ୍ଵରୀ ମନ୍ଦିରରୁ ଚୋରି
  • ||
  • ଭୁବନେଶ୍ୱର : ଆଜି ଅଭିନେତ୍ରୀ ଗୁନ୍‌ଗୁନ୍‌ଙ୍କ ବିବାହ, ଅଭିସ୍ମିତଙ୍କ ସହ ପଡିବ ହାତଗଣ୍ଠି
  • ||
  • ଭୁବନେଶ୍ୱର : ଆସୁଛି ସମ୍ଭାବ୍ୟ ବାତ୍ୟା ‘ଜୱାଦ୍‌’, ୩ ତାରିଖ ଯାଏଁ ଥରାଇବ ଶୀତ, ୪ରେ ନିର୍ଧୁମ ବର୍ଷା ସମ୍ଭାବନା
  • ||
  • ସୁକିନ୍ଦା : ଶତାୟୁ ପଦ୍ମଶ୍ରୀ ନନ୍ଦ ସାର୍ କରୋନା ସଂକ୍ରମିତ, ଘରୋଇ ହସ୍ପିଟାଲରେ ଭର୍ତ୍ତି
  • ||

ଆରପାରିରେ ଭେଟେରାନ୍ ଅଭିନେତ୍ରୀ ମୀନୁ ମୁମତାଜ

ନୂଆଦିଲ୍ଲୀ, ୨୩/୧୦ : ହିନ୍ଦୀ ସିନେମା ଜଗତର ଲୋକପ୍ରିୟ ଅଭିନେତ୍ରୀ ମୀନୁ ମୁମତାଜଙ୍କ ୭୯ ବର୍ଷରେ ପରଲୋକ। କାନାଡାର ତାଙ୍କର ପରଲୋକ ଘଟିଛି। ଅଭିନେତ୍ରୀଙ୍କ ଭାଇ ଅନୱର ଅଲୀ ଏନେଇ ସୂଚନା ଦେଇଛନ୍ତି। ମୀନୁଙ୍କ ଟ୍ୟୁମର ଅପରେସନ ହୋଇଥିଲା। ଏହାପରେ ସେ ସୁସ୍ଥ ହୋଇ କାନାଡାରେ ରହୁଥିଲେ। ଆଜି ତାଙ୍କର ପରଲୋକ ଘଟିଛି।

୨୬ ଏପ୍ରିଲ୍ ୧୯୪୨ରେ ମୀନୁଙ୍କ ଜନ୍ମିତ ମୀନୁ ମୁମତାଜ ବଲିଉଡର ହାସ୍ୟ କଳାକାର ମେହମୁଦଙ୍କ ଭଉଣୀ। ସେ ପିଲାଦିନରୁ ଜଣେ ଭଲ ଡାନ୍ସର ଥିଲେ। ମହମୁଦଙ୍କ ସମ୍ପୂର୍ଣ୍ଣ ପରିବାର ସିନେମା ଜଗତ ସହ ଜଡ଼ିତ। ଏହି କ୍ରମରେ ମୀନୁ ସିନେମା ଜଗତରେ ପାଦ ଥାପିଥିଲେ। ଦେବିକା ରାନୀ ବମ୍ବେ ଟକିଜ୍‌ରେ ମୀନୁଙ୍କୁ ଫିଲ୍ମରେ ବ୍ରେକ୍ ଦେଇଥିଲେ। ଘର ଘର ମେଁ ଦୀୱାଲି ସିନେମାରେ ମୀନୁ ଡେବ୍ୟୁ କରିଥିଲେ। ୧୯୫୫ରେ ଏହି ଫିଲ୍ମ ରିଲିଜ୍ ହୋଇଥିଲା। ଗାଁରେ ରହୁଥିବା ଜଣେ ନର୍ତ୍ତକୀ ଭୂମିକାରେ ସେ ଅଭିନୟ କରିଥିଲେ।

ସଖୀ ହାତିମ ସିନେମାରେ ମୀନୁଙ୍କୁ ଖୁବ୍ ସଫଳତା ମିଳିଥିଲା। ଏଥିରେ ସେ ଜଳପରୀ ଭୂମିକାରେ ଅଭିନୟ କରିଥିଲେ। ୧୯୫୮ରେ ଫିଲ୍ମ ହାୱଡା ବ୍ରିଜ୍‌ରେ ଭାଇ ମହମୁଦଙ୍କ ସହ ସେ ପରଦାରେ ରୋମାନ୍ସ କରିଥିଲେ। ପରଦାରେ ଭାଇ-ଭଉଣୀଙ୍କ ରୋମାନ୍ସ ଦେଖି ତାଙ୍କର ପ୍ରଶଂସକମାନେ ଖୁବ୍ ସମାଲୋଚନା କରିଥିଲେ। ତେବେ ମୀନୁଙ୍କ ଯୋଡି ହାସ୍ୟ କଳାକାର ଜନି ୱାକରଙ୍କ ସହ ଖୁବ୍ ଜମିଥିଲା। ଦୁହେଁ ବହୁ ଚଳଚ୍ଚିତ୍ରରେ ଏକାଠି କାମ କରିଛନ୍ତି। ମୀନୁ ବହୁ ସିନେମାରେ ପାର୍ଶ୍ଵ କଳାକାର ଭୂମିକାରେ ମଧ୍ୟ ଅଭିନୟ କରି ଖ୍ୟାତି ଅର୍ଜ କରିଛନ୍ତି। ୧୯୬୩ରେ ସେ ନିର୍ଦ୍ଦେଶକ ସୟଦ ଅଲି ଅକବରଙ୍କୁ ବିବାହ କରିଥିଲେ।