ଜୟା ବଚ୍ଚନଙ୍କ ‘ଥାଳି’ ମନ୍ତବ୍ୟ ନେଇ ମୁହଁ ଖୋଲିଲେ ମୁକେଶ ଖାନ୍ନା, କହିଲେ-ବଲିଉଡ ଇଣ୍ଡଷ୍ଟ୍ରୀ କାହା ବାପାର ନୁହେଁ…

ମୁମ୍ବାଇ,୧୮।୯: ବଲିଉଡ ଅଭିନେତ୍ରୀ ଓ ସମାଜବାଦୀ ପାର୍ଟିର ରାଜ୍ୟସଭା ସାଂସଦ ଜୟା ବଚ୍ଚନ ସଂସଦରେ ଦେଇଥିବା ‘ଥାଳି’ ମନ୍ତବ୍ୟକୁ ନେଇ ବିବାଦ ବଢିବାରେ ଲାଗିଛି। ବଲିଉଡର କିଛି କଳାକାର ଏହାକୁ ସମର୍ଥନ କରୁଥିବା ବେଳେ ଆଉ କିଛି ଏହାକୁ ବିରୋଧ କରିଛନ୍ତି। ଜୟାଙ୍କ ଏହି ବିବୃତିକୁ ବିରୋଧ କରିଛନ୍ତି ଲୋକପ୍ରିୟ ଅଭିନେତା ମୁକେଶ ଖାନ୍ନା। ଟିଭିରେ ‘ଶକ୍ତିମାନ’ ଓ ‘ମହାଭାରତ’ରେ ପିତାମହ ଭୀଷ୍ମ ଭାବରେ ଅଭିନୟ କରିଥିବା ମୁକେଶ ଖାନ୍ନା ଜୟାଙ୍କୁ କରିଛନ୍ତି ସମାଲୋଚନା।

ମୁକେଶ ଖାନା କହିଛନ୍ତି, ଏହି ଇଣ୍ଡଷ୍ଟ୍ରୀ ବହୁ ବର୍ଷ ଧରି ଚାଲିଆସୁଛି। ଏବେ ଏଥିରେ ନେପୋଟିଜିମ୍ ଓ ଗ୍ରୁପିଜିମ୍ ବଢିବାରେ ଲାଗିଛି। ରବି କିଶନ ଡ୍ରଗ୍ସ ମାମଲା ସଂସଦରେ ଉଠାଇବା ବେଳେ ଆପଣ(ଜୟା ବଚ୍ଚନ) କ’ଣ ପଲଟିକି ଏହା କହିଥାନ୍ତେ, ଯେଉଁ ଥାଳିରେ ଖାଉଛ ସେଥିରେ କଣା କରୁଛ? ଏହି ମନ୍ତବ୍ୟ ହାସ୍ୟସ୍ପଦ। ଏହାପରେ ମୁକେଶ ଖାନ୍ନା କହିଛନ୍ତି, ଆପଣ ଏହା କହିପାରିଥାନ୍ତେ ତାଙ୍କର ମନ୍ତବ୍ୟ ଠିକ୍ ନାହିଁ କିମ୍ବା ଭୁଲ, କଥା ଶେଷ। ଆପଣ ଆମକୁ ଖାଇବାକୁ ଦେଇ ନାହାନ୍ତି, ଯଦି ଏହି ଲାଇନରେ ଆସିଛି ତେବେ ମୋର ପରିଶ୍ରମ ଅଛି, ଏପରିକି ଅନ୍ୟମାନେ ମଧ୍ୟ ପରିଶ୍ରମ କରନ୍ତି। ଏକ ଟିମର ପରିଶ୍ରମ ଲାଗିଥାଏ, ଏହି ଇଣ୍ଡଷ୍ଟ୍ରୀ କାହା ବାପାର ନୁହେଁ। ବଲିଉଡରେ ଡ୍ରଗ୍ସକୁ ନେଇ ନିଜର ପ୍ରତିକ୍ରିୟା ଦେଇ ମୁକେଶ ଖାନ୍ନା କହିଛନ୍ତି, ଏହା କୌଣସି ଛୋଟ ସମସ୍ୟା ନୁହେଁ। ଯଦି ଏଠାରେ ଡ୍ରଗ୍ସ ଚାଲୁଛି ଓ ଏହି ପ୍ରସଙ୍ଗ ଉଠାଯାଉଛି ତେବେ ଆପଣଙ୍କୁ କ’ଣ ଅସୁବିଧା ଅଛି? ଆପଣ କ’ଣ ପାଇଁ କହୁଛନ୍ତି ଇଣ୍ଡଷ୍ଟ୍ରୀକୁ ସମାଲୋଚନା କରନି।’

ଉଲ୍ଲେଖନୀୟ ଯେ, ସାଂସଦ ରବି କିଶନ୍ ସଂସଦରେ ବଲିଉଡ ଅଭିନେତା ସୁଶାନ୍ତ ସିଂଙ୍କ ମୃତ୍ୟୁ ମାମଲା ନେଇ ଡ୍ରଗ୍ସ ସମ୍ପର୍କରେ କହିଥିଲେ ତ ଉପରେ ଜୟା ଅସନ୍ତୋଷ ପ୍ରକାଶ କରି କହିଥିଲେ। ଜୟା ତାଙ୍କୁ କଡ ସମାଲୋଚନା କରି କହିଥିଲେ, ଫିଲ୍ମ ଜଗତର କିଛି ଲୋକ ସୋସିଆଲ ମିଡିଆ ଜରିଆରେ ବିବାଦ ସୃଷ୍ଟି କରୁଛନ୍ତି। ବଲିଉଡ ପ୍ରତି ଖରାପ ଶବ୍ଦ ପ୍ରୟୋଗ କରାଯାଉଛି। ସରକାର ଏହା ପ୍ରତି ଦୃଷ୍ଟି ଦିଅନ୍ତୁ। ବଲିଉଡରେ କାମ କରି ଏହାର ଛବିକୁ ଖରାପ କରାଯାଉଛି। ଯେଉଁଥାଳିରେ ଖାଇଲେ ତାକୁ କଣା କଲେ, ଏହା ଲଜ୍ୟାଜନକ। ଜୟାଙ୍କ ଏହି ମନ୍ତବ୍ୟକୁ ପୂର୍ବରୁ ରଣବୀର ସୌରୀ,, ​‌ଜୟାପ୍ରଦା, ଶେଖର ସୁମନ, କଙ୍ଗାନା ରାନାଓ୍ବ ଓ ଭୋଜପୁରୀ ଇଣ୍ଡଷ୍ଟ୍ରୀର ବହ କଳାକାର କଡା ସମାଲୋଚନା କରିଥିଲେ।

   ସମ୍ବନ୍ଧିତ ଖବର


କରୋନା ଦ୍ୱାରା ବେଶୀ ବିପଦ ନୁହେଁ ଟିବି ! ଟ୍ୟୁବରକୁଲୋସିସ୍ ୱାର୍ଡରେ କୋଭିଡର ବହୁତ କମ୍ ରୋଗୀ

ଆସାମର ଡାକ୍ତରଙ୍କ ପିପିଇ କିଟ୍‌ ପିନ୍ଧି ନୃତ୍ୟ – ସୋସିଆଲ ମିଡ଼ିଆରେ ମିଳିଲା ଖୁବ୍‌ ପ୍ରଶଂସା

ଡାକ୍ତରଙ୍କ ଘୁଙ୍ଗୁର ଡ୍ୟାନ୍ସ ଭିଡିଓ ଭାଇରାଲ, ହ୍ରିତିକ ରୋଶନ କଲେ ପ୍ରଶଂସା

ଭାରତର ଜନସଂଖ୍ୟାର ଅଧା କରୋନା ସଂକ୍ରମିତ ହୋଇପାରନ୍ତି ! ଜାଣନ୍ତୁ କେବେ ସୁଦ୍ଧା?

୯ ମାସର ଗର୍ଭବତୀ ମହିଳା ୫ମିନିଟ୍‌ରେ ଦୌଡ଼ିଲେ ୧.୬ କି.ମି, ଲୋକେ କହିଲେ…

ରୁଟି ଅମ୍ମାଙ୍କ ଭିଡିଓ ଭାଇରାଲ: ୨୦ ଟଙ୍କାରେ ଲୋକଙ୍କୁ ଖୁଆନ୍ତି, ସରୁନି ଦୁଃଖ…