ଦାମୀ କାର ବଦଳରେ ଏବେ ଏହି ହିରୋଇନ୍ ବୁଲୁଛନ୍ତି ଅଟୋରେ,ଦୀର୍ଘ ବର୍ଷ ଧରି ଫିଲ୍ମ ମଧ୍ୟ ମିଳିନାହିଁ

ମୁମ୍ବାଇ,୧୬।୯: ମହାନଗରୀ ମୁମ୍ବାଇକୁ ଆସି ବଲିଉଡରେ ଅନେକ କଳାକାର ନିଜର ଭାଗ୍ୟ ପରୀକ୍ଷା କରିବାକୁ ଆସିଥାନ୍ତି। ଯିଏ ସଫଳତା ପାଇଁ ତାକୁ ମିଳିଛି ଅଜସ୍ର ଅର୍ଥ ଏବଂ ଲୋକପ୍ରିୟତା, କିନ୍ତୁ ଯେଉଁ କଳାକାରମାନେ ମାତ୍ର କିଛି ଦିନ କାମ କରିବା ପରେ କାମ ପାଇନଥାନ୍ତି ତାଙ୍କର ସ୍ଥିତି ଖୁବ୍ ଖରାପ ହୋଇପଡିଥାଏ। ଏଭଳି ଅନେକ କଳାକାର ରହିଛନ୍ତି ଫିଲ୍ମ ଇଣ୍ଡଷ୍ଟ୍ରୀରେ। କିନ୍ତୁ ‘ମହବତେଁ’ ଫେମ୍  ଅଭିନେତ୍ରୀ କିମ୍‌ ଶର୍ମାଙ୍କୁ ନିକଟରେ ତାଙ୍କର ଦାମୀ କାର ବଦଳରେ ଏକ ଅଟୋ ରିକ୍ସାରେ ଯାଉଥିବାର ଦେଖିବାକୁ ମିଳିଥିଲା। କିମ୍  ଦୀର୍ଘ ଦିନଧରି ଫିଲ୍ମ ଦୁନିଆଠାରୁ ଦୂରେଇ ରହିଛନ୍ତି। କିମ୍‌ ଶର୍ମା ବେଳେ ବେଳେ ବିଭିନ୍ନ ଇଭେଣ୍ଟରେ ମଧ୍ୟ ଦେଖିବାକୁ ମିଳିଥାନ୍ତି। ‘ଡର’ ଫିଲ୍ମରୁ ଡେବ୍ୟୁ କରିଥିବା କିମ୍ ପ୍ରାୟ ୧୮ଟି ଫିଲ୍ମ କରିସାରିଥିଲେ ମଧ୍ୟ କିମଙ୍କୁ ‘ମହବତେଁ’ ଫିଲ୍ମ ଯୋଗେ ସମସ୍ତେ ଜାରନ୍ତି।

ୟଶରାଜ ବ୍ୟାନରେ ଡେବ୍ୟୁ କରିଥିବା ଅଭିନେତ୍ରୀ କିମ୍ ଶର୍ମା ୨୦୦୮ ମସିହାରେ ଶେଷଥର  ‘ମନି ହେ ତୋ ହନି ହେ‘ଫିଲ୍ମରେ ଦେଖିବାକୁ ମିଳିତିଲା।   ଏହା ବ୍ୟତୀତ ୨୦୧୦ ମସିହାରେ ତେଲଗୁ ଫିଲ୍ମ ‘ୟଗମ’ ରେ ସେ ଅଭିନୟ କରିଥିଲେ। କିନ୍ତୁ କିମ୍   ତାଙ୍କର ଦାମୀ  କାର ଛାଡି ସେ ଏବେ ଅଟୋରେ ଯାତ୍ରା କରୁଥିବାର ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଛନ୍ତି।ନିକଟରେ କିମଙ୍କୁ ଏକ  ଅଟୋରେ ବସିଥିବାର ଦେଖିବାକୁ ମିଳିଥିଲା। କିମ୍ ଶର୍ମା କ୍ୟାମେରା ଦେଖି ହସିଥିଲେ। ଏହାସହ ଫୋନରେ ସେ ବ୍ୟସ୍ତ ଥିଲେ। ଏହି ସମୟରେ ସେ ହ୍ବାଇଟ୍‌ କଲର ଡ୍ରେସ ସହ ହ୍ବାଇଟ୍‌ ହିଲ୍ସ ପିନ୍ଧିଥିଲେ।  

ଉଲ୍ଲେଖନୀୟ ଯେ, କିମ୍‌ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ବେଶ ଚର୍ଚ୍ଚାରେ ରହିଥାନ୍ତି। ନିକଟରେ ତାଙ୍କ ପୋଷା କୁକୁର ସହ ସେ ନଜର ଆସିଥିଲେ। ଏପରିକି ଫଟୋ ସୁଟ୍‌ ପାଇଁ  କ୍ୟାମେରା ସାମ୍ନାରେ ସେ ପୋଜ ଦେଇଥିଲେ।  ୨୦୧୦ ମସିହାରେ ବ୍ୟବସାୟୀ ଅଲୀ ପଞ୍ଜାନୀଙ୍କୁ କିମ୍  ବିବାହ କରିଥିଲେ। ତେବେ ସେମାନଙ୍କ ବୈହିବାହିକ ଜୀବନ ଅଧିକ ଦିନ ପର୍ଯ୍ୟନ୍ତ ରହିନଥିଲା। ୨୦୧୬ ମସିହାରେ ଉଭୟଙ୍କ ମଧ୍ୟରେ ଛାଡ଼ପତ୍ର ହୋଇଥିଲା। ଏହାପରେ ୩୯ ବର୍ଷ ବୟସ୍କା କିମ୍ ଶର୍ମା   ହର୍ଷବର୍ଦ୍ଧନ ରାଣେଙ୍କ ସହ ଡେଟ୍‌ କରୁଥିଲେ। କିଛିଦିନ ପରେ ସେମାନଙ୍କର ବ୍ରେକଅପ୍ ମଧ୍ୟ ହୋଇଯାଇଥିଲା।

   ସମ୍ବନ୍ଧିତ ଖବର


ନବରାତ୍ରୀ ନେଇ ସୋସିଆଲ ମିଡିଆରେ ଅଶ୍ଲୀଳ ପୋଷ୍ଟ, କ୍ଷମା ମାଗିଲା Eros Now

ସୁଶାନ୍ତ ସିଂହ ରାଜପୁତଙ୍କୁ ନେଇ ହ୍ରିତିକ୍‌ ରୋଶନଙ୍କ ମାଆ କଲେ ପୋଷ୍ଟ – କହିଲେ , ସମସ୍ତେ ସତ ଜାଣିବାକୁ ଚାହୁଁଛନ୍ତି …କିନ୍ତୁ

ମକର ସଂକ୍ରାନ୍ତିରେ ପରଦାକୁ ଆସିବ ‘ହାତୀ ମେରେ ସାଥୀ’

‘ମିସ୍‌ ଇଣ୍ଡିଆ ଚାର୍ମିଂ ଫେସ୍‌’ ଈପ୍‌ସିତା

ସୈଫ୍‌ ଅଲ୍ଲୀ ଖାନ୍‌ଙ୍କୁ ଭଲ ପାଉଛନ୍ତି ପରିଣିତି ଚୋପ୍ରା, ସବୁ ଜାଣି ବି ଚୁପ୍ ଅଛନ୍ତି କରୀନା !

ସୁଶାନ୍ତ ସିଂ ମୃତ୍ୟୁ ମାମଲାରେ ଡ୍ରଗ୍ସ କନେକ୍ସନ‌ : ରିୟା ଚକ୍ରବର୍ତ୍ତୀଙ୍କୁ ଲାଗିଲା ପୁଣି ବଡ଼ ଝଟକା…