
ନିର୍ଦେଶକ ଆଶୁତୋଷ ଗୋବାରିକରଙ୍କର ଫିଲ୍ମ ‘ପାନିପଥ’ ଆସନ୍ତା ୬ ତାରିଖରେ ରିଲିଜ୍ ହେବାକୁ ଯାଉଛି। ଏହି ଫିଲ୍ମରେ ଅର୍ଜୁନ୍ କପୁର, କ୍ରିତି ସାନନ୍ ଏବଂ ସଂଞ୍ଜୟ ଦତ୍ତ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି। ଫିଲ୍ମର ପ୍ରମୋସନ୍ ପାଇଁ ଏହି ୩ କଳାକାର ଏବେ ବହୁତ ବ୍ୟସ୍ତ ଥିବାର ନଜର ଆସୁଛନ୍ତି।

ଫିଲ୍ମରେ କ୍ରିତି ସାନନ୍ ଅର୍ଜୁନ୍ କପୁରଙ୍କ ପତ୍ନୀ ଭୂମିକାରେ ଅଭିନୟ କରୁଛନ୍ତି। କିନ୍ତୁ ଲାଗୁଛି ଚଳଚ୍ଚିତ୍ରର ଖଳନାୟକ ସଂଞ୍ଜୟ ଦତ୍ତ ବି କ୍ରିତିଙ୍କ ପ୍ରେମରେ ଉବୁଡୁବୁ ହେଉଛନ୍ତି। କେବଳ ସେତିକି ନୁହେଁ, ସଞ୍ଜୟ କ୍ରିତିଙ୍କ ପାଇଁ ପୁରା ଦିବାନା ହୋଇସାରିଛନ୍ତି। ଏଇ କଥା ଆମେ କହୁନୁ ବରଂ ସଞ୍ଜୁ ବାବା ନିଜେ ଏହି କଥା କହିଛନ୍ତି।

କିଛି ଦିନ ତଳେ ସଂଞ୍ଜୟ ଦତ୍ତ ପାନିପଥର ପ୍ରମୋସନ୍ ପାଇଁ ଏକ କମେଡି ସୋ’ରେ ଯୋଗ ଦେଇଥିଲେ। ଏହି ସୋ’ରେ ସଂଞ୍ଜୟ କ୍ରିତିଙ୍କୁ ନେଇ ଅନେକ ପ୍ରଶଂସା କରିଥିଲେ। ସଞ୍ଜୟ କହିଛନ୍ତି ଯେ, କ୍ରିତିଙ୍କ ଅଭିନୟରେ ସେ ଏତେ ପ୍ରଭାବିତ ହୋଇଯାଇଛନ୍ତି ଯେ ସେ ତାଙ୍କର ୩୦୯ତମ ଗାର୍ଲଫ୍ରେଣ୍ଡ ବି ହୋଇପାରିବେ।

ସଞ୍ଜୁ ବାବାଙ୍କ ଏହିଭଳି ଥଟ୍ଟା ଆପଣ ହୁଏତ ବୁଝିପାରି ନଥିବେ। ପ୍ରକୃତ କଥା ଏହା କି, ସଞ୍ଜୟ ଦତ୍ତଙ୍କ ଜୀବନ ଉପରେ ଆଧାରିତ ଫିଲ୍ମ ‘ସଞ୍ଜୁ’ରେ ତାଙ୍କର ୩୦୮ ତମ ଗାର୍ଲଫ୍ରେଣ୍ଡ୍ ରହିଛନ୍ତି। ପାନିପଥରେ କ୍ରିତି ସାନନ୍ ପାର୍ବତୀ ବାଇ ଭୂମିକାରେ ଅଭିନୟ କରୁଛନ୍ତି। ସଞ୍ଜୟ ଦତ୍ତ ଏହି ଫିଲ୍ମରେ ଆଫଗାନ୍ ଶାସକ ଅହମଦ ଶାହା ଅବଦଲ୍ଲୀ ଭୂମିକାରେ ନଜର ଆସିବେ।