PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶିଶୁ ଅପହରଣ ଉଦ୍ୟମ ପଣ୍ଡ, ବାଇକ ରୁ ଲମ୍ଫ ମାରି ଦୁର୍ବୃତ୍ତଙ୍କ କବଳରୁ ମୁକୁଳିଲା ୧୨ ବର୍ଷର ଶିଶୁ ପୁତ୍ର, ଜଗତସିଂହପୁର ଥାନାରେ ମାମଲା।
  • ||
  • ଢେଙ୍କାନାଳ: ସାଇକୃପା ଆବାସିକ ମହାବିଦ୍ୟାଳୟରୁ ୪ଜଣ ଛାତ୍ର କୋଭିଡ ପଜିଟିଭ ଚିହ୍ନଟ, ଆରଟିପିସିଆର ଟେଷ୍ଟ ପାଇଁ ୨୬୦ ଜଣଙ୍କର ସାମ୍ପଲ ପାଠାଗଲା
  • ||
  • କମ୍ପିବ ବିଧାନସଭା: ମମିତା ମେହେର ହତ୍ୟା ଘଟଣା, ଧାନମଣ୍ଡି ଅବ୍ୟବସ୍ଥା, ଦୁର୍ନୀତି ପ୍ରସଙ୍ଗରେ ସରକାରଙ୍କୁ ଘେରିବ ବିଜେପି
  • ||
  • ନରସିଂହପୁର: ପିଉସୀ ଘରକୁ ବୁଲିବାକୁ ଆସିଥିବା ବେଳେ କୂଅରେ ପଡ଼ି ଚାଲିଗଲା ବାଳକ ଜୀବନ
  • ||
  • ନରସିଂହପୁର: ନରସିଂହପୁରରେ ମାତିଲେ ଦୁର୍ବୁତ୍ତ, ସ୍କାଏ ଲାଇଟ ଭାଙ୍ଗି ଲୁଟିନେଲେ ଟଙ୍କା ଆସବାବପତ୍ର
  • ||
  • ଜଗତସିଂହପୁର : ଆରମ୍ଭ ହେଲା ୨ଦିନିଆ ସାଗର କବଚ ଓଡି -୨୧ ସମରାଭ୍ୟାସ
  • ||
  • ଚନ୍ଦ୍ରଶେଖରପୁର : ଜଣଙ୍କ ପାଇଁ ଦୁଇ ପ୍ରେମିକ ମଧ୍ୟରେ ହଣାମରା, ବିଚ୍ ରାସ୍ତାରେ ଚାଲିଲା ଖଣ୍ଡଯୁଦ୍ଧ
  • ||
  • ସୋନପୁର : ସୋନପୁରରେ ଇଷ୍ଟଦେବୀ ସୁରେଶ୍ଵରୀ ମନ୍ଦିରରୁ ଚୋରି
  • ||
  • ଭୁବନେଶ୍ୱର : ଆଜି ଅଭିନେତ୍ରୀ ଗୁନ୍‌ଗୁନ୍‌ଙ୍କ ବିବାହ, ଅଭିସ୍ମିତଙ୍କ ସହ ପଡିବ ହାତଗଣ୍ଠି
  • ||
  • ଭୁବନେଶ୍ୱର : ଆସୁଛି ସମ୍ଭାବ୍ୟ ବାତ୍ୟା ‘ଜୱାଦ୍‌’, ୩ ତାରିଖ ଯାଏଁ ଥରାଇବ ଶୀତ, ୪ରେ ନିର୍ଧୁମ ବର୍ଷା ସମ୍ଭାବନା
  • ||
  • ସୁକିନ୍ଦା : ଶତାୟୁ ପଦ୍ମଶ୍ରୀ ନନ୍ଦ ସାର୍ କରୋନା ସଂକ୍ରମିତ, ଘରୋଇ ହସ୍ପିଟାଲରେ ଭର୍ତ୍ତି
  • ||

ସାଉଥ୍ ସୁପରଷ୍ଟାର ପ୍ରଭାସଙ୍କ ଜନ୍ମଦିନରେ ଫିଲ୍ମ ମେକର୍ସଙ୍କ ଭେଟି, “ରାଧେ ଶ୍ୟାମ”ର ଟିଜର ରିଲିଜ୍

ନୂଆଦିଲ୍ଲୀ, ୨୩/୧୦ : ଆଜି ସାଉଥର ସୁପରଷ୍ଟାର ପ୍ରଭାସଙ୍କ ୪୨ତମ ଜନ୍ମଦିନ। ଏହି ଅବସରରେ ତାଙ୍କୁ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟୁଛି। ତାଙ୍କର ଏହି ଜନ୍ମଦିନକୁ ସ୍ମରଣୀୟ କରିବା ପାଇଁ ରାଧେ ଶ୍ୟାମର ମେକର୍ସ ଆଜି ଫିଲ୍ମର ଟିଜର ରିଲିଜ୍ କରିଛନ୍ତି। ଟିଜରରେ ପ୍ରଭାସଙ୍କ ବିକ୍ରମାଦିତ୍ୟ ଅବତାର ଦେଖିବାକୁ ମିଳିଛି। ତେବେ ରାଧେ ଶ୍ୟାମ ଜାନୁଆରୀ ୧୪ରେ ରିଲିଜ୍ ହେବାକୁ ଯାଉଛି। ଟିଜର ଦେଖିଲେ ମନେ ହେଉଛି ଯେ ପ୍ରଭାସ ଏଥିରେ ଜଣେ ହସ୍ତରେଖାବିଦ୍ ଭୂମିକାରେ ଅଭିନୟ କରିଛନ୍ତି।

ଏହି ଟିଜରରେ ପ୍ରଭାସ ନିଜେ ତାଙ୍କର ଡାଇଲଗ୍ ଇଂରାଜୀରେ କହୁଛନ୍ତି। ଏଥିରେ ଅନ୍ୟ କେହି ବ୍ୟାକଗ୍ରାଉଣ୍ଡ ଭଏସ୍ ଦେଇ ନାହାଁନ୍ତି। ଯାହାକି ପୂର୍ବରୁ କେହି କରି ନାହାଁନ୍ତି। ଯେଉଁ କାରଣରୁ ପ୍ରଭାସଙ୍କୁ ସମସ୍ତେ ଖୁବ୍ ପ୍ରଶଂସା କରନ୍ତି। ସୋସିଆଲ ମିଡିଆରେ ପ୍ରଶଂସକମାନେ ଏହି ଟିଜରକୁ ପ୍ରଶଂସା କରିବା ସହ ତାଙ୍କ ସ୍ଵରକୁ ମଧ୍ୟ ଖୁବ୍ ପ୍ରଶଂସା କରିଛନ୍ତି। ଏପରିକି ଜଣେ ୟୁଜର ଲେଖିଛନ୍ତି ଯେ, ଏହି ଭଏସ୍ ପାଗଳ କରିଦେଲା। ସେହିପରି ଅନ୍ୟ ଜଣେ ଲେଖିଛନ୍ତି ଯେ, ବାସ୍ ଏବେ ଜାନୁଆରୀ ୧୪କୁ ଅପେକ୍ଷା।

ଏହା ଏକ ପିରିୟଡ ରୋମାଣ୍ଟିକ୍ ଡ୍ରାମା ଫିଲ୍ମ। ଏହା ବହୁଭାଷୀ ଫିଲ୍ମ। ଯାହାକୁ ହିନ୍ଦୀ ବ୍ୟତୀତ ଇଂରାଜୀ, ଏବଂ ତେଲୁଗୁରେ ରିଲିଜ୍ କରାଯିବ। ରାଧା କୃଷ୍ଣ କୁମାର ଫିଲ୍ମରେ ନିର୍ଦ୍ଦେଶନା ଦେଇଛନ୍ତି।

୪୨ ବର୍ଷରେ ପାଦ ଥାପିଛନ୍ତି ସାଉଥ ସୁପରଷ୍ଟାର ପ୍ରଭାସ। ତାଙ୍କ ପିତା ହେଉଛନ୍ତି ଫିଲ୍ମ ପ୍ରଡ୍ୟୁସର ଉପ୍ପଳାପତି ଭେଙ୍କଟା ସୂର୍ଯ୍ୟନାରାୟଣ ରାଜୁ ଏବଂ ମା ଶିବା କୁମାରୀ। ପଶ୍ଚିମ ଗୋଦାବରୀ ଜିଲ୍ଲାର ଭିମାବରସ ନିକଟରେ ତାଙ୍କ ପରିବାର ରୁହନ୍ତି। ସେ ହାଇଦ୍ରାବାଦର ନାଳନ୍ଦା କଲେଜରେ ଦ୍ଵାଦଶ ଯାଏଁ ପଢିଛନ୍ତି। ଏହାପରେ ସେ ବିଶାଖାପାଟନମ୍‌ର ସତ୍ୟାନନ୍ଦ ଫିଲ୍ମ ଇନଷ୍ଟିଚ୍ୟୁଟ୍‌ରେ ଅଭିନୟ ଶିକ୍ଷା କରିଥିଲେ। ପ୍ରଭାସ ବିଶେଷ କରି ତେଲୁଗୁ ଫିଲ୍ମ ଇଣ୍ଡଷ୍ଟ୍ରୀରେ କାମ କରିଛନ୍ତି। ସେ ୨୦୦୨ରେ ଆସିଥିବା ଫିଲ୍ମ ଈଶ୍ଵରରେ ଡେବ୍ୟୁ କରିଥିଲେ। ଏହା ପରେ ସେ ତାଙ୍କର ଫ୍ୟାନ୍ସମାନଙ୍କୁ ଗୋଟିଏ ପରେ ଗୋଟିଏ ସୁପର ହିଟ୍ ଫିଲ୍ମ ଭେଟି ଦେଇସାରିଛନ୍ତି।