PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହରିଆଣାରେ ୨୪ମଇ ଯାଏ ବଢ଼ିଲା ଲକ୍‌ ଡାଉନ୍‌ , ମୁଖ୍ୟମନ୍ତ୍ରୀ ଖଟ୍ଟର କହିଲେ –ଜନତାଙ୍କ ଦାବି ନେଇ ନିଷ୍ପତ୍ତି
  • ||
  • ନୂଆଦିଲ୍ଲୀ : ପୂର୍ବତନ ଭାରତୀୟ କ୍ରିକେଟ ଅଲରାଉଣ୍ଡର ରାଜେନ୍ଦ୍ର ସିଂ ଜାଡେଜାଙ୍କ କରୋନାରେ ପରଲୋକ
  • ||
  • ଭୁବନେଶ୍ଵର : ରାଜ୍ୟରେ ଫିଲ୍ମ କିମ୍ଵା ସିରିୟଲ ସୁଟିଂ ଉପରେ ପ୍ରତିବନ୍ଧକ, ସମସ୍ତ ଇନଡୋର ଓ ଆଉଟଡୋର ସୁଟିଂ ବନ୍ଦ
  • ||
  • ୨୪ରେ ବଙ୍ଗୋପସାଗରରେ ଲଘୁଚାପ: ଆଣ୍ଡାମାନ ସାଗରରେ ସୃଷ୍ଟି ହେବ, ଅବପାତ ରୂପ ନେବା ପାଇଁ ପାଣିପାଗ ଅନୁକୂଳ…
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧ ହଜାର ୭୩୨ ଜଣ କରୋନା ପଜିଟିଭ, ସଂକ୍ରମିତଙ୍କ ସଂଖ୍ୟା ୬ ଲକ୍ଷ ୧୨ ହଜାର ଟପିଲା
  • ||
  • ଭୁବନେଶ୍ୱର : ଓଡ଼ିଶାରେ ୧୯ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୩୧୩କୁ ବୃଦ୍ଧି
  • ||
  • ସଇଁତଳା : ଜମିବାଡ଼ି କଳହକୁ ନେଇ ଗୋଷ୍ଠୀ ସଙ୍ଘର୍ଷ, ଜଣେ ମୃତ, ୨ ଅଟକ
  • ||
  • ପାଟଣାଗଡ଼ : କରୋନା ଯୁଦ୍ଧରେ ହାରିଗଲେ ବରିଷ୍ଠ ସାମ୍ବାଦିକ କୈଳାଶ ସାହୁ
  • ||
  • ଆଠଗଡ : ଚୋରା ଚାଲାଣ ବେଳେ ଓଲଟିଲା କାଠ ବୋଝେଇ ପିକଅପ୍ ଭ୍ୟାନ, ଡ୍ରାଇଭର ମୃତ ଜଣେ ଗୁରୁତର
  • ||
  • ଭୁବନେଶ୍ୱର : ସ୍ୱର୍ଗତ ରଘୁନାଥ ମହାପାତ୍ରଙ୍କ ପୁଅ ପ୍ରଶାନ୍ତ ମହାପାତ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର, କରୋନା ଆକ୍ରାନ୍ତ ହେବା ପରେ ଚାଲିଛି ଚିକିତ୍ସା
  • ||
  • ଭୁବନେଶ୍ୱର : ସୋମବାରଠୁ ଅନ୍‌ଲାନ୍‌ରେ ମିଳିବ ମଦ, ସକାଳ ୭ଟାରୁ ସଂଧ୍ୟା ୫ଟା ଯାଏଁ ଦେଇ ପାରିବେ ଅର୍ଡର, ହଜାର ଟଙ୍କାରେ ମଦ କିଣିଲେ ୧୦୦ ଟଙ୍କା ଡେଲିଭାରୀ ଚାର୍ଜ
  • ||
  • ଭୁବନେଶ୍ୱର : ପାରା ଧରିବାକୁ ଯାଇ ଟ୍ରେନ୍‌ ଲାଇନ୍ରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଜଳିଗଲା ନାବାଳକ, ଗୁରୁତର ଆହତ ଅବସ୍ଥାରେ ଉଦ୍ଧାର
  • ||
  • ଭୁବନେଶ୍ୱର : ମାସ ଶେଷକୁ ଓଡ଼ିଶାରେ ସଂକ୍ରମଣ ପିକ୍‌ରେ ପହଞ୍ଚିବ, ଜୁନ୍‌ ପ୍ରଥମ ସପ୍ତାହରୁ କମିପାରେ
  • ||
  • କଟକ : ବୃଦ୍ଧ ଦମ୍ପତ୍ତିଙ୍କ ସନ୍ଦେହଜନକ ଅବସ୍ଥାରେ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ !
  • ||

ନିଜର ସବୁ ଫିଲ୍ମର ହିରୋଇନଙ୍କୁ ରାଜ କପୁର କାହିଁକି ପିନ୍ଧାଉଥିଲେ ଧଳା ଶାଢୀ? କାରଣ ଥିଲା ଏହା…

ମୁମ୍ବାଇ,୧୪।୧୧: ହିନ୍ଦୀ ସିନେମା ଜଗତକୁ ସଫଳତାର ଶୀର୍ଷରେ ପହଁଞ୍ଚାଇବାରେ ରାଜ କପୁରଙ୍କ ଯୋଗଦାନ ଖୁବ୍ ଅଧିକ। ସେ ମାତ୍ର ୧୧ ବର୍ଷରେ ପାଠପଢା ଛାଡି ଫିଲ୍ମ ଜଗତରେ ପାଦ ଦେଇଥିଲେ।  ଫିଲ୍ମରେ ପ୍ରଥମେ କାମ କରିବା ପରେ ଫିଲ୍ମ ନିର୍ଦେଶନାରେ କାମ କରିଥିଲେ। ମାତ୍ର ୨୪ ବର୍ଷ ବୟସରେ ସେ ଫିଲ୍ମର ନିର୍ଦେଶନା ଦେବା ଆରମ୍ଭ କରିଥିଲେ।  ତାଙ୍କର ବହୁ ଫିଲ୍ମରେ ଏକ ଖାସ୍ ସମାନତା ଦେଖିବାକୁ ମିଳେ। ତାହା ହେଲା ତାଙ୍କର ସବୁ ଫିଲ୍ମରେ ହିରୋଇନଙ୍କୁ  ଧଳା ଶାଢୀ ପିନ୍ଧାଉଥିଲେ। ଯେଉଁ ଫିଲ୍ମରେ ତାଙ୍କର ହିରୋଇନମାନେ ଧଳା ଶାଢୀ ପିନ୍ଧୁଥିଲେ ତାହା ମଧ୍ୟ ହିଟ୍ ହେଉଥିଲା। ଏହାକୁ ରାଜ କପୁରଙ୍କ  ଲକିଚାର୍ମ କିମ୍ବା ତାଙ୍କର ନିଜର ପସନ୍ଦ ବୋଲି ମଧ୍ୟ ବୋଲି କହିହେବ।

କୁହାଯାଏ ଯେ, ଥରେ ରାଜ କପୁର ତାଙ୍କର ପତ୍ନୀ କୃଷ୍ଣ ରାଜ କପୁରଙ୍କୁ ଉପହାରରେ ଏକ ଧଳା ଶାଢୀ ଦେଇଥିଲେ। କୃଷ୍ଣା ଯେତେବେଳେ ଶାଢୀ ପିନ୍ଧି ତାଙ୍କ ଆଗକୁ ଆସିଲେ ରାଜ କପୁରଙ୍କୁ ଖୁବ୍ ଆକର୍ଷଣୀୟ ଲାଗିଥିଲେ। ଏହାପରଠାରୁ ରାଜ କପୁର ତାଙ୍କର ସବୁ ଫିଲ୍ମରେ ହିରୋଇନମାନଙ୍କୁ ଧଳା ଶାଢୀ ପିନ୍ଧାଉଥିଲେ।

​ଭାରତୀୟ  ଫିଲ୍ମ ଜଗତରେ ନିର୍ଦେଶକ ଓ ଅଭିନେତା ରାଜ କପୁର ନିଜର ଗୋଟିଏରୁ ଗୋଟିଏ ହିଟ୍ ଫିଲ୍ମ ପାଇଁ ଚିରଦିନ ପାଇଁ ଦର୍ଶକଙ୍କ ହୃଦୟରେ ରହିଛନ୍ତି।  ୩ଟି ନ୍ୟାସନାଲ ଆଓ୍ବାର୍ଡ, ୧୧ଟି ଫିଲ୍ମଫେୟାର ଟ୍ରଫି, ପଦ୍ମ ଭୂଷଣ ଓ ଦାଦା ସାହେବ ପୁରଷ୍କାର ଜିତିଥିଲେ ରାଜ କପୁର। ୧୯୪୮ ମସିହାରେ ଆରକେ ଫିଲ୍ମସ ନାମରେ ଫିଲ୍ମ ଷ୍ଟୁଡିଓ ସେ ତିଆରି କରିଥିଲେ। ଏହି ଷ୍ଟୁଡିଓର ପ୍ରଥମ ହିଟ୍ ଫିଲ୍ମ ଥିଲା ‘ବରସାତ୍’। ଫିଲ୍ମରେ ତାଙ୍କର ଓ ନର୍ଗିସ ଦତ୍ତଙ୍କର ସିନ୍ ଦର୍ଶକ ଏତେ ପସନ୍ଦ କ​‌ଲେ ଯେ ପରେ ଏହାକୁ ଆରକେ ଫିଲ୍ମସର ଲୋଗୋ କରିଦିଆଗଲା। ରାଜ କପୁରଙ୍କ ପ୍ରକୃତ ନାମ ରଣବୀର ଥିଲା, ଯାହାକି ଏବେ ତାଙ୍କ ନାତିଙ୍କ ନାମ।

କେବଳ ଭାରତ ନୁହେଁ ଋଷ, ଆଫ୍ରିକା, ମିଡିଲ ଇଷ୍ଟ,, ଚୀନ, ତୁର୍କୀ ସହିତ ସାରା ବିଶ୍ବରେ ମଧ୍ୟ ରାଜ କପୁର ଖୁବ୍ ପ୍ରସିଦ୍ଧି ପାଇଥିଲେ।  ‘ମେରା ନାମ ଜୋକର’ ଫିଲ୍ମରେ ସେ ଦୁଇଟି ଇଣ୍ଟରଭାଲ ରଖିଥିଲେ। ଏହି ଫିଲ୍ମ ସାଢେ ୪ଘଣ୍ଟାର ହୋଇଥିବା ବେଳେ ଆଜି ବି ମଧ୍ୟ ହିନ୍ଦି ସିନେମା ଜଗତର ସବୁଠାରୁ ପ୍ରସିଦ୍ଧ ଫିଲ୍ମ ଅଟେ।

ସମ୍ବନ୍ଧିତ ଖବର