ପ୍ରମୁଖ ଖବର
  • ପଞ୍ଚ ମହଲା ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ଟ୍ରକ୍ ଧକ୍କାରେ ୩ ମୃତ
  • ||
  • ଶାହଙ୍କ ପରେ ଓଡ଼ିଶା ଆସୁଛନ୍ତି ଜେପି ନଡ୍ଡା, ରବିବାର ଆମ୍ବପୁଆରେ ବିଶାଳ ସଭାକୁ ସମ୍ବୋଧିତ କରିବେ
  • ||
  • IPL ୨୦୨୪: ଆଜି ଦିଲ୍ଲୀ କ୍ୟାପିଟାଲ୍ସ-ମୁମ୍ବାଇ ଇଣ୍ଡିଆନ୍ସ ଫାଇଟ୍, କୁଲଦୀପ-ରୋହିତ ଲଢ଼େଇ
  • ||
  • ଆହୁରି ଭୀଷଣ ହେବ ସୂର୍ଯ୍ୟଙ୍କ ପ୍ରକୋପ: ରାଜ୍ୟରେ ୩୦ ଯାଏ ରେଡ୍‌ ୱାର୍ଣ୍ଣିଂ, ଉପକୂଳ ଓ ପଶ୍ଚିମରେ ଅସମ୍ଭାଳ ତାତି
  • ||

ସୁଶାନ୍ତ ସିଂହ ମାମଲା - ରିୟା ଚକ୍ରବର୍ତ୍ତିଙ୍କର ଓକିଲ କହିଲେ ଅଭିନେତ୍ରୀଙ୍କୁ ଫସାଇବାକୁ ପ୍ରୟାସ କରାଯାଉଛି

ମୁମ୍ୱାଇ -  ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମାମଲା ଏବେ ବି ଥମିନାହିଁ । ଏଥିରେ ଡ୍ରଗ୍‌ସ ଦିଗକୁ ନେଇ ଖୋଳତାଡ଼ କରିଛି ଏନ୍‌ସିବି। ବଲିଉଡ୍‌ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ, ତାଙ୍କର ଭାଇ ଶୋଭିକ୍‌ଙ୍କ ସମେତ ୩୧ ଜଣ ଲୋକଙ୍କ ବିରୋଧରେ  ୧୨୦୦୦ ପୃଷ୍ଠାର ଚାର୍ଜସିଟ୍‌ ଦାଖଲ କରିଛି  ଏନ୍‌ସିବି । ରିୟାଙ୍କର ଓକିଲ  ସତିଶ ମାନେସିନ୍ଦେ ଶନିବାର ଦିନ କହିଛନ୍ତି , କେମିତି ରିୟାଙ୍କୁ ଫସାଇ ହେବ ,ଏଥିପାଇଁ ଏନ୍‌ସିବି ତାର ସବୁ କୌଶଳ ଆପଣେଇଛି ।  ଏନ୍‌ସିବିର ପୂରା ଟିମ୍‌ ବଲିଉଡ୍‌ରେ ଡ୍ରଗ୍‌ ଲିଙ୍କ୍‌ ବିଷୟରେ ଖୋଳତାଡ଼ ପାଇଁ ଲାଗି ପଡ଼ିଛନ୍ତି ।

ସେ ଆଉ ମଧ୍ୟ କହିଛନ୍ତି କି , ଏହି ଚାର୍ଜସିଟ୍‌ ଭିତ୍ତିହୀନ ଅଟେ । ରିୟା ଚକ୍ରବର୍ତ୍ତୀଙ୍କୁ ଦୋଷୀ ସାବ୍ୟସ୍ତ କରେଇବା ବ୍ୟତୀତ ଏଥିରେ ଆଉ କିଛି ଦର୍ଶାଯାଇ ନାହିଁ ।

ଉଲ୍ଲେଖନୀୟ ଯେ, ଏହି ଚାର୍ଜସିଟ୍‌ରେ ଏନ୍‌ସିବି  ଦାବି କରିଛି କି , ସେମାନେ  ଅନେକ ପ୍ରକାରର ନିଶାଦ୍ରବ୍ୟ ( ଚରସ , ଗଞ୍ଜେଇ , ଏଲଏସ୍‌ଡି) ଓ ସାଇକ୍ରୋଟ୍ରୋପିକ ପଦାର୍ଥ( ଅଲ୍‌ପ୍ରାଜୋଲମ୍‌ ଓ କ୍ଲୋନାଜେପମ୍‌) ଜବତ କରିଥିଲେ । ଏହି ଏଜେନ୍ସିର ଉକ୍ତ ଦାବିକୁ  ମାନେସିନ୍ଦେ ଫାଲତୁ କଥା ବୋଲି କହିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.