ଶାହାରୁଖ ଖାନ କରୋନାକୁ ନେଇ କଲେ ‘ଫିଲ୍ମ’ ; ଅଭିନୟ କରି ଦେଖାଇଲେ …

ମୁମ୍ୱାଇ ୨୩/୩ : ବଲିଉଡ୍ ଅଭିନେତା ଶାହାରୁଖ ଖାନ ଏକ ଭିଡ଼ିଓ ସେୟାର କରିଛନ୍ତି । ଯେଉଁଥିରେ ସେ କରୋନା ଭାଇରସ ଠାରୁ ଦୂରେଇ ରହିବା ଓ ଏହାର ଲକ୍ଷଣ ବିଷୟରେ ଫିଲ୍ମ ଅନ୍ଦାଜରେ ଉକ୍ତ ଭିଡ଼ିଓକୁ ରିଲିଜ କରିଛନ୍ତି। 

ଏହି ଭିଡ଼ିଓରେ ଶାହାରୁଖ ନିଜର କିଚନରେ ନଜର ଆସୁଛନ୍ତି । ପ୍ରଥମେ ସେ ଲୋକଙ୍କୁ ଘରେ ରହିବାକୁ ନିବେଦନ କରୁଛନ୍ତି । ଏହାପରେ ତାଙ୍କର ଫିଲ୍ମ ଆରମ୍ଭ ହେଉଛି ।

ଶାହାରୁଖ ଏହି ଭିଡ଼ିଓରେ କରୋନାର ଲକ୍ଷଣ ବିଷୟରେ କଥା ଆରମ୍ଭ କରୁଛନ୍ତି । ଏଥିରେ ସେ ସବୁଠୁ ପ୍ରଥମେ  ସର୍ଦ୍ଦି-କାଶର ଆଲୋଚନା କରିଛନ୍ତି । ଏହାପରେ ତାଙ୍କ ଉପରେ ଦୃଶ୍ୟାୟନ ହୋଇଥିବା ଗୀତ  ‘ସର୍ଦ୍ଦି ଖାସି ନା ମଲେରିଆ ହୁଆ ୟେ ଗୟା ପ୍ୟାରୋ ଇସକା ଲବେରିଆ ହୁଆ ‘ ଦେଖିବାକୁ ମିଳୁଛି । ପରେ ପରେ  ଯେତେବେଳେ ସେ  କ୍ଲାନ୍ତ ଓ ଦୁର୍ବଳ ହେବାର କଥା କହୁଛନ୍ତି , ‘ କଲ ହୋ ନା ହୋ’ ର ଭିଜୁଆଲ ଦେଖା ଯାଉଛି ।  ଏହିପରି ଯେତେବେଳେ ଏକୁଟିଆ ରହିବାର କଥା କହୁଛନ୍ତି  , ‘ଜିରୋ’ ଫିଲ୍ମର ଭିଜୁଆଲ ଦେଖାଉଛନ୍ତି ।

ଆଗକୁ ଶାହାରୁଖ ଗଳାରେ ଯନ୍ତ୍ରଣା କଥା କହୁଛନ୍ତି ତ ‘ବାଦଶାହ’ ଫିଲ୍ମର କିଛି ଭିଜୁଆଲ ଦେଖାଯାଉଛି । ଏହାପରେ ହାତ ମିଳାଇବାର କଥା ହେବା ବେଳେ ତାଙ୍କ ଫିଲ୍ମର  କିଛି ଭିଜୁଆଲ ନଜର ଆସୁଛି । ଯେବେ ସୋସିଆଲ ଡିଷ୍ଟାନ୍ସର କଥା କହୁଛନ୍ତି ,ସେ ଲୋକଙ୍କ ସହ ବୁଲିବାର ଦୃଶ୍ୟ ଦେଖିବାକୁ ମିଳୁଛି ।

ଏହିପରି ଯେବେ ପବ୍ଲିକ୍‌ ଟ୍ରାନ୍ସପୋଟେସନ କଥା କହୁଛନ୍ତି ତ ସେ ‘ଛେୟା ଛେୟା’ କରିବାର ଟ୍ରେନ ଛାତରେ ଦେଖାଯାଉଛି ।

ପରେ ନିଜେ ଶାହାରୁଖ  କହୁଛନ୍ତି , ଆପଣ ଏହିପରି କିଛି ବି କରନ୍ତୁନି । ଏ ସବୁ ଫିଲ୍ମ ଥିଲା । ବାସ୍ତବରେ ଶାହାରୁଖ  କଥା କଥାରେ କିଛି ସମୟ ନିଜର ଆକ୍ଟିଂ ବିଷୟରେ କିଛି ଭିଡିଓ ଜାରି କରିଥିଲେ । ଏହା ପୂର୍ବରୁ ସେ ୱେବ ସିରିଜ  ‘ବାର୍ଡ ଅଫ୍ ୱର୍ଲଡ’ ରେ ନଜର ଆସିଥିଲେ ।   

   ସମ୍ବନ୍ଧିତ ଖବର


କ୍ବାରେଣ୍ଟାଇନରେ ଥିବା ଯୁବକ ଉଲଘ୍ନ ଅବସ୍ଥାରେ ଖସି ପଳାଇଲେ, ରାଗରେ ପଡୋଶୀ ମହିଳାଙ୍କୁ କାମୁଡିବା ପରେ ମୃତ୍ୟୁ

କରୋନା ଲକଡାଉନ ଭିତରେ ଭୟଙ୍କର ସ୍ଥିତି, ଘରକୁ ଫେରିବାକୁ ଆନନ୍ଦ ବିହାରରେ ହଜାର ହଜାର ସଂଖ୍ୟାରେ ଶ୍ରମିକଙ୍କ ଭିଡ

ଲକ ଡାଉନ : ୨୧ ବର୍ଷୀୟ ଯୁବକ ଜୀବନ ହାରିଦେଲେ !

କରୋନା ବେଶରେ ଲୋକଙ୍କୁ ଲକ୍‌ଡାଉନ୍‌ ବିଷୟରେ ବୁଝାଇଲା ପୁଲିସ୍‌