‘ମି ଠୁ କ୍ୟାମ୍ପେନ’: ଇଣ୍ଡିଆନ ଆଇଡଲରୁ ପୁଣି ବିଦା ହେବେ ଅନୁ ମଲ୍ଲିକ

ନୂଆଦିଲ୍ଲୀ ୭/୧୧: ଅସଦାଚରଣ ଏବଂ ଯୌନ ନିର୍ଯାତନା ବିବାଦରେ ଛନ୍ଦି ହୋଇପଡିଥିବା ବଲିଉଡ ସଙ୍ଗୀତ ନିର୍ଦ୍ଦେଶକ ଅନୁ ମଲ୍ଲିକଙ୍କୁ ସୋନି ଟିଭିରେ ପ୍ରସାରିତ ଇଣ୍ଡିଆନ ଆଇଡଲର ସିଜନ-୧୧ରେ ବିଚାରକ ପଦବିରୁ ହଟାଇ ଦିଆଯାଇପାରେ । ଗତ ବର୍ଷ ବଲିଉଡର ଦୁଇ ଜଣ ଗାୟିକା ସୋନା ମହାପାତ୍ର ଏବଂ ଶ୍ୱେତା ପଣ୍ଡିତ ତାଙ୍କ ବିରୋଧରେ ଏପରି ଅଭିଯୋଗ ଆଣିବା ପରେ ଅନୁଙ୍କୁ ରିୟଲିଟି ସୋ’ ଇଣ୍ଡିଆନ ଆଇଡଲର ବିଚାରକ ପଦବିରୁ ହଟାଇ ଦିଆଯାଇଥିଲା ।

ମାତ୍ର ଏବେ ପୁଣି ତାଙ୍କୁ ଉକ୍ତ ସୋ’ରେ ବିଚାରକ ପଦବିରେ ରଖାଯାଇଥିବାରୁ ବହୁ ଲୋକ ଏହାକୁ ନେଇ ଆପତ୍ତି ଉଠାଇଛନ୍ତି । ଏହାପରେ ଅନୁକୁ ଉକ୍ତ କାର୍ଯ୍ୟକ୍ରମରୁ ବିଦା କରିବାକୁ ସୋନି ଚ୍ୟାନେଲ କର୍ତ୍ତୃପକ୍ଷ ଚିନ୍ତା କରୁଛନ୍ତି ବୋଲି ଜଣାପଡିଛି ।

   ସମ୍ବନ୍ଧିତ ଖବର


ଭୁଲ୍ ଆଧାର ନମ୍ବର ଦେଲେ ଲାଗିପାରେ ୧୦ ହଜାର ପର୍ଯ୍ଯନ୍ତ ଜୋରିମାନା

ଭାରତର ମହାନ କ୍ରିକେଟରଙ୍କର ନାମରେ ରଖାଗଲା ବୁଢିଆଣୀର ନୂଆ ପ୍ରଜାତିର ନାମ, ଜାଣିବା ପରେ ଆଶ୍ଚର୍ଯ୍ୟ ହେବେ

ବିବାହ ପାଇଁ ମହିଳା ଆଥଲେଟଙ୍କୁ ଚାପ୍ ପକାଉଥିଲେ କୋଚ୍,ନଶୁଣିବାରୁ ବନ୍ଧୁକ ଆଣି…

‘ଗୁରୁଜୀ ମୁଁ ଆସୁଛି’ କହି ୭ମ ମହଲାରୁ ଡେଇଁ ପଡିଲେ ଇଞ୍ଜିନିୟରିଂ ଛାତ୍ର