ବହୁ ବାର ମୋର ହୋଇସାରିଛି ଯୌନ ଶୋଷଣ- ବଲିଉଡ ସିଙ୍ଗର ନେହା ଭସିନ

ମୁମ୍ବାଇ,୨୧।୧୧: ଜଗ ଘୁମେୟା, ଦିଲ୍ ଦିୟା ଗଲ୍ଲା ଓ ଚାସନି ଭଳି ଗୀତ ଗାଇ ବେଶ୍ ଲୋକପ୍ରିୟ ହୋଇଥିବା ବଲିଉଡର ପ୍ରସିଦ୍ଧ ସିଙ୍ଗର ନେହା ଭସିନଙ୍କୁ କିଏ ବା ନଜାଣେ। ତେବେ ନେହା ନିଜ ଜୀବନର ଏକ ଅକୁହା ଏବଂ ଭୟଙ୍କର ସମୟ ବିଷୟରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି। ସେ କହିଛନ୍ତି, ଏପର୍ଯ୍ୟନ୍ତ ବହୁବାର ସେ ଯୌନ ଶୋଷଣର ଶିକାର ହୋଇସାରିଛନ୍ତି। ସେ ଏକ ସାକ୍ଷାତକାରରେ ନିଜର ବ୍ୟକ୍ତିଗତ ଜୀବନ ସମ୍ପର୍କରେ ଖୋଲାଖୋଲି ଭାବରେ କହିଛନ୍ତି।

ନେହାଙ୍କର କହିବା ଅନୁସାରେ, ଯେତେବେଳେ ତାଙ୍କୁ ୧୦ ବର୍ଷ ହୋଇଥିଲା  ​‌ସେତେବେଳେ ଜଣେ ଅଜଣା ବ୍ୟକ୍ତି ହରିଦ୍ବାରରେ ତାଙ୍କ ସହ ଅସଦାଚରଣ କରିଥିଲେ। ଦେଶର ଧାର୍ମିକ ସ୍ଥଳୀ ମଧ୍ୟରୁ ଅନ୍ୟତମ ହରିଦ୍ବାରରେ ତାଙ୍କ ସହ ଏଭଳି ଘଟଣା ସମୟରେ ତାଙ୍କ ମା’ ମାତ୍ର କିଛି ଦୂରରେ ଥିଲେ। ଜରେ ବ୍ୟକ୍ତି ତାଙ୍କ ପଛପଟେ ଖରାପ ଢଙ୍ଗରେ ଛୁଇଁଥିଲେ। ଏହାପରେ ଭୟରେ ନେହା ପଳାଇ ଯାଇଥିଲେ ବୋଲି କହିଛନ୍ତି। ଦ୍ବିତୀୟ ଘଟଣା ନେଇ ସେ କହିଛନ୍ତି, କିଛି ବର୍ଷ ପରେ ଜଣେ ବ୍ୟକ୍ତି ଏକ ହଲ୍‌ରେ ମୋ  ଛାତିରେ ଖରାପ ଢଙ୍ଗରେ ମଧ୍ୟ ହାତ ଲଗାଇଥିଲେ। ମୋତେ ସେ ଘଟଣା ପୁରା ମନେ ଅଛି। ମୋତେ ଲାଗିଥିବା ତାହା ମୋର ଭୁଲ। ଏବେ ଲୋକ ସୋସିଆଲ ମିଡିଆରେ ଆସୁଛନ୍ତି ଓ ଅନ୍ୟମାନଙ୍କର ମାନସିକ, ଶାରିରୀକ, ଭାବାନାତ୍ମକ ଓ ଧାର୍ମିକ ରୂପରେ ନିର୍ଯ୍ୟାତା ଦେବା ଆରମ୍ଭ କରିଦେଉଛନ୍ତି। ମୁଁ ଏମାନଙ୍କୁ ବିନା ଚେହେରାର ଆତଙ୍କବାଦୀ ମନେକରୁଛି ବୋଲି କହିଛନ୍ତି ନେହା।

ନେହା ସାଇବର ବୁଲିଂକୁ ନେଇ କହିଛନ୍ତି, ତାଙ୍କୁ ଥରେ ଏକ ପପ୍-ବ୍ୟାଣ୍ଡର ପ୍ରଶଂସକ ଦୁଷ୍କର୍ମ କରିବାକୁ ଓ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ। ଏସବୁ ସେତେବେଳେ ଆରମ୍ଭ ହୋଇଥିଲା ଯେତେବେଳେ ମୁଁ ପପ୍-ବ୍ୟାଣ୍ଡ ବିଷୟରେ କୌଣସି କମେଣ୍ଟ ଦେଇନଥିଲି। କେବଳ ଏତିକି କହିଥିଲି ମୁଁ ଏହି ବ୍ୟାଣ୍ଡର ପ୍ରଶଂସକ ନୁହେଁ। ଏହାପରେ ମୋତେ ଟ୍ରୋଲ କରାଯାଇଥିଲା। ମୋତେ ଦୁଷ୍କର୍ମ ଏବଂ ହତ୍ୟା ଧମକ ଦିଆଯାଇଥିଲା। ମୁଁ ଏସବୁ ଦେଖିଛି। ମୁଁ ଏବେ ଚୁପ୍ ରହୁନି, ପୋଲିସ ନିକଟରେ ଅଭିଯୋଗ କରିଦେଉଛି। ଉଲ୍ଲେଖନୀୟ ଯେ, ନେହା ଅନ୍ନୁ ମଲ୍ଲିକଙ୍କ ବିରୋଧରେ ମଧ୍ୟ ଯୌନ ଶୋଷର ଅଭିଯୋଗ ଆଣି ସାରିଛନ୍ତି।

   ସମ୍ବନ୍ଧିତ ଖବର


କୂଳପତି ପଦ ପାଇଁ ଆଶାୟୀ ରାଜବନରେ ଦେଇଥିଲେ ଲିଖିତ ପରୀକ୍ଷା, ଏତିକିଟି ପ୍ରଶ୍ନର ଉତ୍ତର ରଖିଲେ ଆଶାୟୀ…

ବିବେକ ଓବରୟେଙ୍କ ସହ ଫିଲ୍ମ କରିବେ ଅରବାଜ୍‌ ଖାନ୍‌ , ସଲଖାନ ଖାନ ଅନୁମତି ଦେବେ ତ ?

ରାଜ୍ୟ ସରକାର ଜାରି କଲେ ଡିସେମ୍ବର ଗାଇଡଲାଇନ୍

ଏବେ ବାହନ ପଞ୍ଜୀକରଣ ବେଳେ ନୋମିନିଙ୍କ ନାଁ ଦେବାକୁ ପଡିବ, କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟର ପ୍ରସ୍ତାବ

ଚୀନ୍ ସୈନିକଙ୍କୁ ଜିନପିଙ୍ଗ୍‌ଙ୍କ ମନ୍ତ୍ର: ମୃତ୍ୟୁକୁ ଭୟ ନକରି ଯୁଦ୍ଧ ଜିତିବାର ପ୍ରସ୍ତୁତି କର

କଙ୍ଗନାଙ୍କୁ ‘ଦି ଟଙ୍କାର ମଣିଷ’ କହି ଆକ୍ଷେପ କରିଥିଲେ ମୁମ୍ବାଇ ମେୟର, ତା’ପରେ ପାଲଟା ଜବାବ୍‌ ଦେଲେ ପଙ୍ଗା କୁଇନ୍