ଫୋର୍ବସ ତାଲିକାରେ ବଲିଉଡ୍‌ର ଖିଲାଡିଷ୍ଟାର ଅକ୍ଷୟ କୁମାର

ମୁମ୍ବାଇ ୬/୦୬: ଖିଲାଡିଷ୍ଟାର ଅକ୍ଷୟ କୁମାର ବଲିଉଡ୍‌ର ସଫଳ ଅଭିନେତାଙ୍କ ମଧ୍ୟରେ ଅନ୍ୟତମ । ବିଗତ କିଛି ବର୍ଷ ହେଲା ତାଙ୍କର ଅଧିକାଂଶ ଫିଲ୍ମ ୧୦୦ କୋଟି କ୍ଲବ୍‌ରେ ସାମିଲ ହେଉଛି । ଏବେ ସେ ଫୋର୍ବସ ପକ୍ଷରୁ ପ୍ରକାଶିତ ସର୍ବାଧିକ ଆୟ କରୁଥିବା ବିଶ୍ୱର ୧୦୦ ଜଣ ସେଲିବ୍ରିଟିଙ୍କ ତାଲିକାରେ ସାମିଲ ହୋଇଛନ୍ତି । ପ୍ରାୟ ୩୬୬ କୋଟିର ସମ୍ପତ୍ତି ସହ ତାଲିକାର ୫୨ ତମ ସ୍ଥାନରେ ରହିଛନ୍ତି ଅକ୍ଷୟ । ଜୁନ୍‌ ୨୦୧୯-ମେ ୨୦୨୦ ପର୍ଯ୍ୟନ୍ତ ସମୟ ଅବଧିକୁ ନେଇ ଏହି ଆକଳନ କରାଯାଇଛି ।

ସେହିପରି ଅକ୍ଷୟ ଯଦିଓ ଚଳିତବର୍ଷର ଫୋର୍ବସ ତାଲିକାରେ ସ୍ଥାନ ହାସଲ କରିବାରେ ସଫଳ ହୋଇଛନ୍ତି ତେବେ ଗତବର୍ଷ ଅପେକ୍ଷା ତାଙ୍କର ର‌୍ୟାଙ୍କ୍‌ ଖସିଆସିଛି । ୨୦୧୯ରେ ୪୯୦ କୋଟି ସମ୍ପତ୍ତି ସହ ସେ ୩୩ ତମ ସ୍ଥାନରେ ରହିଥିଲେ । ସୂଚନାଥାଉକି, ଚଳିତବର୍ଷ ଏହି ତାଲିକାର ଶୀର୍ଷରେ କାଇଲି ଜେନର, କାନ୍ୟେ ୱେଷ୍ଟ, ରୋଜର ଫେଡରର, କ୍ରିଷ୍ଟିଆନୋ ରୋନାଲ୍‌ଡୋଙ୍କ ଭଳି ସେଲିବ୍ରିଟି ରହିଛନ୍ତି । ଅକ୍ଷୟ ଏକମାତ୍ର ଭାରତୀୟ ସେଲିବ୍ରିଟି ଭାବେ ତାଲିକାରେ ସାମିଲ ହୋଇପାରିଛନ୍ତି ।

   ସମ୍ବନ୍ଧିତ ଖବର


ବିବାହ କରିଲେ ନେହା କକ୍କର – ରୋହନପ୍ରୀତଙ୍କ ହାତ ଧରିଲେ

ଦୁର୍ଗା ଅଷ୍ଟମୀ ପାଳିଲେ ଅଭିନେତ୍ରୀ – କନ୍ୟାଙ୍କ ପାଦ ଧୋଇ ଆଳତୀ କଲେ ଶିଳ୍ପା ଶେଟ୍ଟୀ

ନେହା କକ୍କର ଓ ରୋହନପ୍ରୀତ ସିଂହଙ୍କ ବିବାହ ପ୍ରସ୍ତୁତି ଆରମ୍ଭ , ଫଟୋ ଭାଇରାଲ

‘ତୋ ପାଇଁ କିଛି ବି’ ପାଇଁ ଭାଓଲିନ୍‌ ଟ୍ରେନିଂ ନେଉଛନ୍ତି ଓଲିଉଡର ଡନ୍

‘ଛଲାଙ୍ଗ’ ପାଇଁ ରାଜକୁମାରଙ୍କଠୁ ହରିଆଣ୍‌ଭି ଶିଖିଥିଲେ ନୁସ୍ରତ

ତାରାଙ୍କ ନୂଆ ଅବତାର: ନେତାରୁ ସାଜିଲେ ଅଭିନେତା, ମା’ ଦୁର୍ଗାଙ୍କ ପୂଜା କରୁଥିବା ଭିଡିଓ ଭାଇରାଲ୍‌