ୟୁପିରେ ବିସ୍ପୋରଣ ୧୦ ମୃତ, ୧୨ ଗୁରୁତର

ଲକ୍ଷ୍ନୌ,୨୩।୨: ଉତ୍ତରପ୍ରଦେଶର ଭଦୋହି ସ୍ଥିତ ଏକ ଗାଁରେ ସ୍ଥାନୀୟ ବାଣ ତିଆରି କମ୍ପାନିରେ ବିସ୍ଫୋରଣ ଘଟି ୧୦ ଜଣଙ୍କ ଜୀବନ ଯାଇଛି। ବିସ୍ଫୋରଣରେ ୧୨ ଜଣ ଗୁରୁତର ଆହତ ହୋଇଥିବା ସୂଚନା ରହିଛି। ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତକମାନଙ୍କ ମଧ୍ୟରେ କାରଖାନା ମାଲିକ ଏବଂ ତାଙ୍କର ୩ ସଂପର୍କୀୟ ଥିବା ସୂଚନା ରହିଛି। ସ୍ଥାନୀୟ ଲୋକଙ୍କ କହିବାନୁସାରେ, କାରଖାନାରେ ଅନେକ ସମୟ ପୂର୍ବରୁ ବାଣ ଫୁଟିବା ଶବ୍ଦ ହେଉଥିଲା। ବିସ୍ଫୋରଣ ସମୟରେ କର୍ମଚାରୀମାନେ କାରଖାନାରେ କାମ କରୁଥିଲେ। ସେହି ସମୟରେ ଅଚାନକ ବିସ୍ଫୋରଣ ଘଟିଥିବାରୁ ଲୋକମାନେ ବାହାରକୁ ଦୌଡ଼ି ପଳାଇ ଆସିବା ପାଇଁ ବି ସୁଯୋଗ ପାଇପାରି ନଥିଲେ। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଆଖପାଖରେ ଥିବା ପୂରା ବିଲ୍ଡିଂ ସ୍ତବ୍ଧ ହୋଇ ଯାଇଥିଲା।

ଘଟଣାସ୍ଥଳରେ ପ୍ରଶାସନ ଅଧିକାରୀ ପହଞ୍ଚିବା ପୂର୍ବରୁ ହିଁ ସ୍ଥାନୀୟ ଲୋକ ଉଦ୍ଧାର କାର୍ଯ୍ୟ ଆରମ୍ଭ କରି ଦେଇଥିଲେ। ଘଟଣାର ତଦନ୍ତ ଆରମ୍ଭ ହୋଇଛି।

   ସମ୍ବନ୍ଧିତ ଖବର


ଚୀନ୍‌ରେ ପ୍ରଜନନ କ୍ଷମତା ହରାଇବେ ପୁରୁଷ – ବ୍ୟାପୁଛି ଆଉ ଏକ ମାରାତ୍ମକ ରୋଗ

ଆଉ ୪ଟି ଉପଗ୍ରହ ପଠାଇବ ଭାରତ

ଭାରତର ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନ ଏନଆଇସି ଏବେ ସାଇବର ଆକ୍ରମଣର ଶିକାର

୫ ରାଜ୍ୟରୁ ୬୦% ସକ୍ରିୟ ରୋଗୀ କରୋନା କାୟା

ରୁଷ ଟିକାକୁ ନେଇ ଅନିଶ୍ଚିତତା- ପ୍ରତି ୭ଜଣରୁ ଜଣଙ୍କ ଶରୀରରେ ପାର୍ଶ୍ୱ ପ୍ରତିକ୍ରିୟା

ପ୍ରଶାସନର ବଡ ନିଷ୍ପତ୍ତି : ଏଣିକି ବିନା ଲକ୍ଷଣ ଥିବା ବ୍ୟକ୍ତିଙ୍କୁ କରିବାକୁ ପଡ଼ିବ କରୋନା ପରୀକ୍ଷା