ନୋଟର ଆକାର ବାରମ୍ବାର ବଦଳିବା ନେଇ RBIକୁ ଜବାବ ମାଗିଲେ କୋର୍ଟ

ନୁଆଦିଲ୍ଲୀ ୨୩/୮: ଆପଣ ମଧ୍ଯ ନୋଟ୍ ଓ କଏନର ସାଇଜ୍ ବଦଳିବା ଯୋଗୁଁ ଚିନ୍ତାରେ ଅଛନ୍ତି କି ? ଏଥିପାଇଁ ଆପଣଙ୍କର ନୋଟ୍ ଚିହ୍ନିବାରେ ଭୁଲ୍ ହୋଇଯାଉଛି କି ? ତେବେ ଖାଲି ଆପଣ ନୁହେଁ, ଅନେକ ଲୋକ ଏହି ସମସ୍ୟା ଭୋଗୁଛନ୍ତି । ଏଥିପାଇଁ ବମ୍ବେ ହାଇକୋର୍ଟ ରିଜର୍ଭ ବ୍ଯାଙ୍କକୁ ଜବାବ ମାଗିଛନ୍ତି । କୋର୍ଟ ଆରବିଆଇକୁ ପଚାରିଛନ୍ତି ଯେ ସେ କରେନ୍ସି ନୋଟ୍ ଓ କଏନର ଫିଚର୍ସ ଓ ସାଇଜ୍ ବାରମ୍ବାର କାହିଁକି ବଦଳାଉଛି ? ଏଥିରେ ଆରବିଆଇ ଜବାବ ଦେବା ପାଇଁ କୋର୍ଟଙ୍କୁ ସମୟ ମାଗିଛି ।

ବମ୍ବେ ହାଇକୋର୍ଟଙ୍କ ଚିଫ୍ ଜଷ୍ଟିସ୍ ପ୍ରଦୀପ ନନ୍ଦରାଜୋଗ ଓ ଜଷ୍ଟିସ୍ ଭାରତୀ ଡାଙ୍ଗରେଙ୍କ ବେଞ୍ଚ ଆରବିଆଇକୁ ପଚାରିଛନ୍ତି ଯେ କାହିଁକି ବାରମ୍ବାର ନୋଟର ସାଇଜ୍ ବଦଳୁଛି । ଆରବିଆଇର ଓକିଲ ଏଥିପାଇଁ ସମୟ ମାଗିଛନ୍ତି । ସେ କହିଛନ୍ତି ଯେ ନୋଟ୍ ବଦଳାଯିବାର ଇତିହାସ, କାରଣ ଓ ଆକଳନ ଏକାଠି କରିବା ପାଇଁ ସମୟ ଦରକାର । ଏଥିରେ ଚିଫ୍ ଜଷ୍ଟିସ୍ ନନ୍ଦରାଜୋଗ କହିଛନ୍ତି ଯେ ଜବାବ ଦେବାପାଇଁ କୌଣସି ଆକଳନ ଦରକାର ନାହିଁ । କୋର୍ଟ ପଚାରିଛନ୍ତି ଯେ ଆରବିଆଇ କେତେ ନୋଟ୍ ଛାପିଛି, ଏଥିପାଇଁ ନ୍ୟାସନାଲ୍ ଆସୋସିଏସନ୍ ଫର ଦ ବ୍ଲାଇଣ୍ଡ ଯାଚିକା ଦାୟର କରିଛି ।

ଜବାବ ଦେବା ପାଇଁ ୨ ସପ୍ତାହ ସମୟ
ଚିଫ୍ ଜଷ୍ଟିସ୍ କହିଛନ୍ତି ଯେ ଆରବିଆଇ କେବଳ ଏତିକି କହିଦେଉ କି ଭବିଷ୍ୟତରେ ନୋଟର ଆକାର ଆଉ ବଦଳିବ ନାହିଁ । ଯଦି ଆରବିଆଇ ଏହା କହିଦେଉଛି ତେବେ ସମସ୍ୟା ଶେଷ ହୋଇଯିବ  । ଆରବିଆଇକୁ ଜବାବ ଦେବାପାଇଁ ୨ ସପ୍ତାହ ସମୟ ଦିଆଯାଇଛି । ଏହା ପୂର୍ବରୁ ହାଇକୋର୍ଟ ଆରବିଆଇକୁ ୧ ଅଗଷ୍ଟ ମଧ୍ଯରେ ଜବାବ ଦେବାପାଇଁ ଆଦେଶ ଦେଇଥିଲେ । ବମ୍ବେ ହାଇକୋର୍ଟ ଜଜ୍ କହିଛନ୍ତି ଯେ ଆରବିଆଇ ନିଜ କ୍ଷମତାକୁ ଏଭଳି ଭାବେ ବ୍ୟବହାର କରିପାରିବନି । କାରଣ ଏଥିପାଇଁ ସାଧାରଣ ଲୋକ ହଇରାଣ ହେଉଛନ୍ତି ।

   ସମ୍ବନ୍ଧିତ ଖବର


ହିମାଳୟର ଉଚ୍ଚ ଚଟ୍ଟାଣରେ ‘ଭୀଷ୍ମ’ – ଚୀନକୁ ଚେକ୍ ଦେବାକୁ ପ୍ରସ୍ତୁତ ଭାରତର ଟ୍ୟାଙ୍କ୍

କୃଷି ବିଲ୍ ଉପରେ ମୋହର ମାରିଲେ ରାଷ୍ଟ୍ରପତି

ଏଠାରେ ସେକ୍ସ ୱାର୍କର ହେବା ପାଇଁ ଅଛି ପ୍ରଥା – ଯୁବତୀମାନଙ୍କ ପସନ୍ଦକୁ ନେଇ କୋର୍ଟ କହିଲେ …

ଜିନ୍‌ଗତ ତ୍ରୁଟି ଥିଲେ କରୋନା ମୁକାବିଲା ମୁସ୍କିଲ ହେବ-ଗବେଷଣା

କରୋନା ଭୂତାଣୁ ବିରୋଧରେ ଅତି ପ୍ରଭାବୀ ଆଣ୍ଟିବଡି ଠାବ କଲେ ଜର୍ମାନ୍‌ ବୈଜ୍ଞାନିକ

ଏବେ ଆଉ ପୁରୁଣା ମିଠା ବିକି ପାରିବେ ନାହିଁ ଦୋକାନୀ !୧ଅକ୍ଟୋବରରୁ ଗ୍ରାହକଙ୍କୁ ଏହି କଥା ଜଣାଇବେ ବ୍ୟବସାୟୀ