ଏଠାରେ ସେକ୍ସ ୱାର୍କର ହେବା ପାଇଁ ଅଛି ପ୍ରଥା – ଯୁବତୀମାନଙ୍କ ପସନ୍ଦକୁ ନେଇ କୋର୍ଟ କହିଲେ …

ନୂଆଦିଲ୍ଲୀ – ଅନେକ ସମୟରେ ଦେହ ବେପାରକୁ ନେଇ ମହିଳାମାନଙ୍କୁ  ପୁଲିସ୍‌ ଧରିଥାଏ । ଆଉ ସେମାନଙ୍କୁ  ଧରି  ଥାନାକୁ  ନିଏ । ଏହି ସମୟରେ  ମହାରାଷ୍ଟ୍ରରେ  ଏମିତି  ମାମଲା ସାମନାକୁ  ଆସିଛି , ଯେଉଁଥିରେ  କୁହାଯାଇଛି କି  ସେକ୍ସ ବେପାର  କରିବା  ଏକ ଅପରାଧ ନୁହେଁ । ଯୁବତୀଙ୍କୁ ନିଜର ପେଶା ଚୟନ କରିବାର ସ୍ୱାଧିନତା ରହିଛି । ଏହି କଥା ଆଉ  କେହି  ନୁହେଁ,  ବମ୍ୱେ ହାଇକୋର୍ଟ କହିଛନ୍ତି ।

ବାସ୍ତବରେ କଥା ଏୟା ଯେ, ମୁମ୍ୱାଇରେ ୩ଜଣ ଯୁବତୀଙ୍କୁ ଦେହ ବେପାର  ଅଭିଯୋଗରେ ଧରାଯାଇଥିଲା । ପୁଲିସ୍ ଏହି ଯୁବତୀଙ୍କୁ ସୁଧାର ଗୃହକୁ  ପଠାଇ ଦେଇଥିଲା । ମାମଲା ଯାଇ ବମ୍ୱେ ହାଇକୋର୍ଟରେ ପହଞ୍ଚିଲା । ଏହି ମାମଲାର  ଶୁଣାଣୀ କରି ଇମ୍ମୋରଲ ଟ୍ରାଫିକ୍ ପ୍ରିଭେନ୍ସନ ଆକ୍ଟ  ଅନୁସାରେ ବେଶ୍ୟାବୃତ୍ତି କରିବା କୌଣିସି ଅପରାଧ ନୁହେଁ । ଯେକୌଣସି  ମହିଳାଙ୍କୁ ନିଜର ଇଚ୍ଛା ଅନୁସାରେ କାମ ବାଛିବାର ସ୍ୱାଧୀନତା ରହିଛି କୋର୍ଟ କହିଥିଲେ।

ଏହି ମାମଲାରେ ମହିଳାଙ୍କୁ  ଅଧିକ ସମୟ ସୁଧାର ଗୃହରେ ବନ୍ଦ କରି ରଖାଯାଇପାରିବ ନାହିଁ । କୋର୍ଟ କହିଥିଲେ କି ଆଇନ୍‌ର ଲକ୍ଷ୍ୟ ଦେହ ବେପାରକୁ ବନ୍ଦ କରିବା , କିନ୍ତୁ ମହିଳାଙ୍କୁ ଦଣ୍ଡିତ କରିବାକୁ ନୁହେଁ। ଆଉ ମଧ୍ୟ କୋର୍ଟ ଗିରଫ ହୋଇଥିବା ମହିଳାଙ୍କୁ ଜେଲ୍‌କୁ ପଠାଇବାକୁ ମନା କରିଦେଇଛନ୍ତି ।

କୋର୍ଟଙ୍କୁ  ଏହି ସୂଚନା ମଧ୍ୟ ଦିଆଯାଇଛି ଯେ, ମୁମ୍ୱାଇର ମଲାଡ଼ରୁ ଏକ ଗେଷ୍ଟ ହାଉସ୍‌ରୁ ଧରାପଡ଼ିଥିବା ଯୁବତୀମାନେ ଯେଉଁ ସଂପ୍ରଦାୟରୁ ଆସିଛନ୍ତି , ସେଠାରେ ଦେହ ବେପାର କରିବା (ସେକ୍ସ ୱାର୍କ) ଓ  କରେଇବାର ପ୍ରଥା ରହିଛି । ଏହି ଭିତରେ କୋର୍ଟ ଯୁବତୀଙ୍କୁ  ତାଙ୍କର ମା-ବାପାଙ୍କୁ  ମଧ୍ୟ ସେମାନଙ୍କୁ ଦେବାକୁ ମନା କରିଦେଇଛନ୍ତି ।

   ସମ୍ବନ୍ଧିତ ଖବର


ଚଳିତ ବର୍ଷ ଶ୍ରୀକ୍ଷେତ୍ରର ନିଆରା ଦେବୀ ସଭା

କରୋନା ସଂକ୍ରମଣର ଆତଙ୍କ ଭିତରେ ଆସିଲା ଭଲ ଖବର —ଅଧ୍ୟୟନରୁ ସ୍ପଷ୍ଟ ହେଲା ଏହି ତଥ୍ୟ

ମାଗଣାରେ ବୁକ୍‌ କରନ୍ତୁ ଟ୍ରେନ୍‌ ଟିକେଟ୍‌ ! ଦେଖନ୍ତୁ IRCTC-SBIର ଏହି ସ୍କିମ୍‌ରେ କଣ ରହିଛି

କରୋନା ଭାକ୍‌ସିନ୍‌ କେବେ ଉପଲବ୍ଧ ହେବ ? ସିରମ ଇନଷ୍ଟିଚ୍ୟୁଟ୍‌ର ସିଇଓ କହିଲେ ….

ବିଜ୍ଞାନ ବଳରେ ବଳୀୟାନ ମଣିଷ ଯମଙ୍କୁ କରିବ ପରାଜିତ

ଜାଣନ୍ତୁ ଆମ ଦେଶର କେଉଁ ରାଜ୍ୟର ମହିଳା ମଦ୍ୟପାନ ଏବଂ କେଉଁ ରାଜ୍ୟରେ ତମାଖୁ ସେବନରେ ଆଗୁଆ