ରାଜଧାନୀବାସୀ ହୋମ୍‌ ଆଇସୋଲେସନ୍‌କୁ ଅଧିକ ପସନ୍ଦ , ୧୦ ହଜାର ଲୋକେ ହୋମ୍‌ ଆଇସୋଲେସନ୍‌ରେ ରହି ସାରିଛନ୍ତି

ଭୁବନେଶ୍ୱର : ରାଜଧାନୀବାସୀ ହୋମ୍‌ ଆଇସୋଲେସନ୍‌କୁ ଅଧିକ ପସନ୍ଦ କରୁଛନ୍ତି । ବର୍ତ୍ତମାନ ସୁଦ୍ଧା ୧୦ ହଜାର ଲୋକେ ହୋମ୍‌ ଆଇସୋଲେସନ୍‌ରେ ରହି ସାରିଛନ୍ତି । ଏଥିରୁ ୭୦୦୦ ରୋଗୀ ସୁସ୍ଥ ହେଲେଣି । ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ଆଜି ଏହି ତଥ୍ୟ ରଖିଛନ୍ତି ।

ଶ୍ରୀଚୌଧୁରୀଙ୍କ ସୂଚନା ଅନୁସାରେ, ଏବେ ରାଜଧାନୀର ମୋଟ ସଂକ୍ରମିତଙ୍କ ଭିତରୁ ୭୫ଧ ହୋମ୍‌ ଆଇସୋଲେସନ୍‌ରେ ଅଛନ୍ତି । ରାପିଡ ରେସପନ୍ସ ଟିମ(ଆରଆର୍‌ଟି) ହୋମ୍‌ ଆଇସୋଲେସନ୍‌ରେ ଥିବା ସଂକ୍ରମିତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବୁଝୁଛି । ୧୯୨୯ ହେଲପଲାଇନ୍‌ ନମ୍ବରରୁ ପ୍ରତିଦିନ ସେମାନଙ୍କ ପାଖକୁ ଫୋନ୍‌ ଯାଉଛି । ପ୍ରତି ଜୋନ୍‌ ଅଫିସ୍‌ରେ ୪ଜଣ ଲେଖାଏଁ ଡାକ୍ତରଙ୍କୁ ନିୟୋଜିତ କରାଯାଇଛି । ସେମାନେ ହୋମ୍‌ ଆଇସୋଲେସନ୍‌ରେ ଥିବା ରୋଗୀଙ୍କୁ ଦୈନିକ ଫୋନ୍‌ କରି ସମସ୍ୟା ବୁଝୁଛନ୍ତି ।

ହୋମ୍‌ ଆଇସୋଲେସନରେ ଥିବା ଲୋକଙ୍କ ପାଇଁ ବିଏମ୍‌ସି ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ବୋଲି ସେ କହିଛନ୍ତି । ହୋମ୍‌ ଆଇସୋଲେସନ୍‌ରେ ରହୁଥିବା ଅଧିକାଂଶ ଲୋକେ ଶୀଘ୍ର ସୁସ୍ଥ ହେଉଛନ୍ତି । ତେବେ ବର୍ତ୍ତମାନସୁଦ୍ଧା ହୋମ୍‌ ଆଇସୋଲେସନ୍‌ରେ ଥିବା ମାତ୍ର ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ବୋଲି କମିଶନର କହିଛନ୍ତି ।

   ସମ୍ବନ୍ଧିତ ଖବର


କୂଅରେ ପଡି ମାଆ ଏବଂ ଶିଶୁ ପୁତ୍ର ମୃତ – କାରଣ ଅସ୍ପଷ୍ଟ

ଭଣ୍ଡାରୀପୋଖରୀରେ ମହିଳାଙ୍କୁ ମୃତ ଭାବିଥିଲେ ପଡୋଶୀ- ବନ୍ଦ ଘରୁ ୧୫ ଘଣ୍ଟା ପରେ ଜୀବିତ ଉଦ୍ଧାର

ହାତୀ ମାଛ ପାଇଁ ପକାଥିଲେ ଜାଲ, ଧରା ପଡିଲା ଅଜଗର

ଶ୍ରୀଜଗନ୍ନାଥ ମନ୍ଦିରକୁ ଇଣ୍ଡିଆନ-ମୁଜାହିଦ୍ଦିନ ଓ ଲସ୍କର-ଇ-ତୋଇବା ଆତଙ୍କବାଦୀଙ୍କ ଆକ୍ରମଣ ଭୟ !

ଚଳିତ ବର୍ଷ ଶ୍ରୀକ୍ଷେତ୍ରର ନିଆରା ଦେବୀ ସଭା

ନାବିଳାକାକୁ ଟେକି ନେଉଥିଲେ ପୋଲିସ ଭ୍ୟାନ ଦେଖି ଛାଡି ପଳାଇଲେ ଦୁର୍ବୃତ୍ତ