PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର : ଭିଜିଲାନ୍ସ ପଞ୍ଝାରେ OCCL ସିନିୟର ମ୍ୟାନେଜର, ଆୟ ବର୍ହିଭୁକ୍ତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • ଗଞ୍ଜାମ: ରାତି ଅଧରେ ବିଭତ୍ସ ହତ୍ୟା, ଶୋଇଥିବା ବେଳେ ଯୁବକଙ୍କୁ ହାଣିବା ପରେ ମୁହଁକୁ ପଥରରେ ଛେଚି ହତ୍ୟା
  • ||
  • ଖୋର୍ଦ୍ଧା: ସଦର ଥାନା ତାପଙ୍ଗ ଗ୍ରାମରେ ଖୁଦୁରୁକୁଣୀକୁ ନେଇ ଗଣ୍ଡଗୋଳ ଜଣକୁ ହତ୍ୟା
  • ||
  • ଭୁବନେଶ୍ୱର: ୨୪ ଘଣ୍ଟା ମଧ୍ୟରେ ଆଉ ୫୧୦ ଜଣ ପଜିଟିଭ୍ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୨୦ ହଜାର ପାର୍
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୪୧କୁ ବୃଦ୍ଧି
  • ||
  • ଭୁବନେଶ୍ୱର: ଖୋଲା ଡ୍ରେନ୍‌ରେ ଛାତ୍ର ଭାସିଯିବା ଘଟଣା, ୧୮ ଘଣ୍ଟା ପରେ ଠାବ ହେଲା ରାଜାଙ୍କ ମୃତଦେହ
  • ||
  • ବୁର୍ଲା : ଭିସୁଟ୍‌ରେ ପଶିଲା କରୋନା, କୁଳପତିଙ୍କ ସମେତ ୨ ଛାତ୍ର ଆକ୍ରାନ୍ତ ଚିହ୍ନଟ
  • ||
  • ଭୁବନେଶ୍ୱର : ଆଗାମୀ ୧୦ ଦିନ ମଧ୍ୟରେ ବଙ୍ଗୋପସାଗରରେ ଏକାଧିକ ଘୁର୍ଣ୍ଣିବଳୟର ସୃଷ୍ଟି, ଓଡିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା
  • ||
  • ଅନୁଗୁଳ : ବନ୍ଦ କ୍ୱାର୍ଟର୍ସରେ ଲୁଚାଇ ରଖିଥିଲେ, ଏକ୍ସପାରି ହେବା ପରେ ରାତାରାତି ଗାଡ଼ି ଗାଡ଼ି ଔଷଧ ଫିଙ୍ଗି ଦେଲେ…
  • ||
  • ପୁରୀ : ଆଜି ଶ୍ରୀମନ୍ଦିରରେ ଇନ୍ଦ୍ର ଗୋବିନ୍ଦ ବନ୍ଦାପନା
  • ||
  • ପିପିଲି : ଆଜିଠୁ ଜମିବ ଉପନିର୍ବାଚନ ପ୍ରଚାର, ମଇଦାନକୁ ଓହ୍ଲାଇବେ ତିନି ଦଳର ଷ୍ଟାର ପ୍ରଚାରକ
  • ||

ସତରେ କଣ ଉର୍ବଶୀଙ୍କୁ ଖରାପ ଉଦ୍ଦେଶ୍ଯରେ ଛୁଇଁଥିଲେ ବୋନି କପୁର ?

ମୁମ୍ବାଇ ୨/୪: ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରୀର ଅନେକ ସେଲିବ୍ରିଟି ଗତ ୩୧ ମାର୍ଚ୍ଚରେ ଫେମସ ପ୍ରଡ୍ଯୁସର ଜୟନ୍ତୀଲାଲ ଗଢାଙ୍କ ପୁଅ ଅକ୍ଷୟ ଗଢାଙ୍କ ୱେଡିଂ ରିସେପ୍ସନରେ ଅତିଥି ହୋଇଥିଲେ । ଅତିଥିମାନଙ୍କ  ଭିତରେ ମିନି ମାଥୁର, କବୀର ଖାନ୍, ପନମ ଢିଲ୍ଲନ. ସୁଭାସ ଘାଇ ଓ ଅର୍ଜୁନ୍ ରାମପାଳ ଭଳି କଳାକାର ସାମିଲ ଥିଲେ । ଏହି କଳାକାରଙ୍କ ବ୍ୟତୀତ ବୋନି କପୁର ଓ ଉର୍ବଶୀ ରୌତେଲା ଭଳି ଷ୍ଚାର୍ସମଧ୍ୟ ସାମିଲ ଥିଲେ ।

ରିସ୍ପେସନକୁ ଯିବା ପୂର୍ବରୁ ଯେତେବେଳେ ଷ୍ଟାର୍ସଙ୍କୁ ଫଟୋ ପାଇଁ କୁହାଗଲା ସେତେବେଳେ ଏମିତି ଏକ ଘଟଣା ଘଟିଲା ଯାହା ଇଣ୍ଟରନେଟରେ ହଇଚଇ ସୃଷ୍ଟି କରିଦେଲା । ଘଟଣାଟି କିଛି ଏମିତି ଥିଲା । ବୋନି କପୁର ଓ ଉର୍ବଶୀ ପ୍ରାୟତଃ ଏକ ସମୟରେ ପାର୍ଟିରେ ପହଞ୍ଚିଥିଲେ । ଉଭୟ ଏକାଠି ମିଡିଆକୁ ଫଟୋ ପାଇଁ ପୋଜ୍ ଦେଲେ । କିନ୍ତୁ ଚର୍ଚ୍ଚା ତ ସେତେବେଳେ ହେଲା ଯେତେବେଳେ ଗୋଟିଏ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଲା । ଭିଡିଓରେ ବୋନି ଉର୍ବଶୀଙ୍କୁ ଭୁଲ୍ ଢଙ୍ଗରେ ସ୍ପର୍ଶ କରୁଥିବା ନଜର ଆସିଛନ୍ତି ।

ଏହି ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଲା । ତେବେ ଉଭୟଙ୍କ ପକ୍ଷରୁ ଏପର୍ଯ୍ଯନ୍ତ ପ୍ରତିକ୍ରିୟା ଆସିନି ତଥାପି ଭିଡିଓ ଦେଖିବା ପରେ ୟୁଜର୍ସ ବୋନିଙ୍କୁ ତିରସ୍କାର କରିବାରେ ଲାଗିପଡିଛନ୍ତି । ତେବେ ଉର୍ବଶୀ ଏକ ଟ୍ୱିଟ୍ କରି ପ୍ରତିକ୍ରିୟା ରଖିଛନ୍ତି ।

ଉର୍ବଶୀ ନିଜ ଟ୍ୱିଟରେ ଲେଖିଛନ୍ତି ଯେ ‘ଭାରତର ସବୁଟାରୁ ବଡ ନ୍ଯୁଜପେପର ଓ ନ୍ଯଜ… ଦୟାକରି ଆପଣ ମହିଳାମାନଙ୍କ ସମ୍ମାନ କଥା କୁହନ୍ତିନି । କାରଣ ଆପଣମାନଙ୍କୁ ଜଣାନାହିଁ ଯେ ମହିଳାଙ୍କୁ କେମିତି ସମ୍ମାନ ଦିଆଯାଏ …’

ତେବେ କହିରଖୁଛୁ ଭିଡିଓରେ ଉଭୟ ଖୁସିର ସହିତ କଥା ହେଉଥିଲେ । କିନ୍ତୁ ଯିବା ସମୟରେ ବୋନି ଉର୍ବଶୀଙ୍କୁ ଛୁଉଁଥିବା ନଜର ଆସିଲେ । ହୁଏତ ଏମିତି ବି ହୋଇପାରେ ଯେ ଭୁଲରେ ତାଙ୍କ ହାତ ବାଜିଯାଇଥିବ ।…

ସମ୍ବନ୍ଧିତ ଖବର