ପ୍ରମୁଖ ଖବର
  • IPL 2024ରେ କୋଲକାତାକୁ ଭେଟିବ ପଞ୍ଜାବ, ବ୍ୟାଟିଂ ତ୍ରୁଟି ସୁଧାରିବ କିଙ୍ଗସ୍
  • ||
  • ଆହୁରି ଜଳିବ ଓଡ଼ିଶା: ଆଜି,କାଲି ଅତି ଭୟଙ୍କର ତାତି, ଆହୁରି ୧୪ ଦିନ କଲବଲ କରିବ ଖରା
  • ||
  • ଭାରତ ଦେଉଛି ଦ୍ୱିତୀୟ ପର୍ଯ୍ୟାୟ ଭୋଟ, ୧୨ ରାଜ୍ୟର ମୋଟ ୮୮ ଆସନରେ ମତଦାନ
  • ||

ନିଜ ଘର ଛାତରେ କରିଛନ୍ତି ବୋନସାଇ ହାଟ- ନିଶା ହୋଇଗଲା ପେଶା

ଛତିଶଗଡ଼ର ରାୟପୁରରେ ରହୁଥିବା ପୂର୍ଣ୍ଣିମା ଜୋଶୀ ନିଜସ୍ୱ ଉଦ୍ୟମରେ ତିଆରି କରିଛନ୍ତି ବୋନସାଇ ବ୍ୟବସାୟ । ତାଙ୍କର ବାପା ଜଣେ ବୋନସାଇ ପ୍ରେମୀ ଥିଲେ । ତାଙ୍କଠାରୁ ପ୍ରେରିତ ହୋଇ ପୂର୍ଣ୍ଣିମା ବୋନସାଇ ବନାଇବା ଆରମ୍ଭ କରିଥିଲେ । କିନ୍ତୁ ଏବେ ସେ ବୋନସାଇ ବନାଇବାରେ ପୂରା ମାହିର । ନିଜେ ଘରେ ବୋନସାଇ ତିଆରି କରି ଗ୍ରାହକଙ୍କୁ ପଠାଉଛନ୍ତି ।

‘ବୋନସାଇ ହାଟ’ ନାମରେ ତିଆରି କରିଛନ୍ତି ଏକ ଷ୍ଟାର୍ଟଅପ୍‌ । ଏହା ଜରିଆରେ ତାଙ୍କୁ ବିଭିନ୍ନ ସ୍ଥାନରୁ ଅର୍ଡର ମିଳୁଛି ଏବଂ ସେ ବୋନସାଇ ଗଛ ଗ୍ରାହକଙ୍କୁ ପଠାଉଛନ୍ତି । ପ୍ରଥମେ ସେ ଏକ ଛୋଟ ବଗିଚାରୁ ବୋନସାଇ ହାଟ ତିଆରି କରିବା ଆରମ୍ଭ କରିଥିଲେ । ଅନ୍ୟ ଗଛ ଗୁଡ଼ିକ ସହିତ ମିଶି ବୋନସାଇ ତିଆରି କରିଥିଲେ । ବୋନସାଇ ତିଆରି କରିବା ଶିଖିବା ପାଇଁ ତାଙ୍କୁ ଛଅ ସାତ ବର୍ଷ ଲାଗିଯାଇଥିଲା । ୨୦୧୮ ପର୍ଯ୍ୟନ୍ତ ସେ ୪୦୦ ବୋନସାଇ ତିଆରି କରିଥିଲେ । ଧୀରେ ଧୀରେ ତାଙ୍କର ଏହି କାମରେ ଅନ୍ୟମାନେ ପ୍ରଶଂସା କରିଥିଲେ । ପରେ ସେ ବୋନସାଇ ବ୍ୟବସାୟ କରିବା ସ୍ଥିର କରିଥିଲେ । ପ୍ରଥମେ ସେ ତାଙ୍କର ଚିହ୍ନା ପରିଚୟ ଲୋକଙ୍କୁ ବୋନସାଇ ତିଆରି କରି ବିକ୍ରି କରିଥିଲେ ।

ଏହାର ଫଟୋଗୁଡ଼ିକୁ ହ୍ୱାଟସଆପ୍‌ ଏବଂ ଅନ୍ୟ ସୋସିଆଲ ମିଡିଆରେ ଛାଡିଥିଲେ । ଏହାପରେ ତାଙ୍କୁ ଅଧିକ ଅର୍ଡର ମିଳିଥିଲା । ପୂର୍ଣ୍ଣିମା କୁହନ୍ତି, ବୋନସାଇ ତିଆରି କରିବା ସେତେ ସହଜ ନୁହେଁ । ଏଥିପାଇଁ ବହୁତ ପରିଶ୍ରମ କରିବାକୁ ପଡିଥାଏ । ଆରମ୍ଭରେ ବୋନସାଇ ତିଆରି କରିବା ସମୟରେ ତାଙ୍କ ଦ୍ୱାରା ବହୁତ ଗଛ ନଷ୍ଟ ମଧ୍ୟ ହୋଇଥିଲା । କିନ୍ତୁ ସେ ହାର ମାନିନଥିଲେ । ୟୁଟ୍ୟୁବ ଏବଂ ତାଙ୍କ ବାପାଙ୍କଠାରୁ ବୋନସାଇ ତିଆରି କରିବା

ଶିଖିବା ପାଇଁ ସାହାଯ୍ୟ ନେଇଥିଲେ । ବୋନସାଇ ତିଆରି କରିବା ପାଇଁ କେବଳ ଗଛ ଉପରେ ଧ୍ୟାନ ଦେବାକୁ ପଡିନଥାଏ । ଏଥିପାଇଁ କେଉଁପ୍ରକାର ଟ୍ରେ ଏବଂ ପଟିଙ୍ଗ୍‌ ମିକ୍ସ ଆବଶ୍ୟକ ଧ୍ୟାନ ଦେବାକୁ ହୁଏ ବୋଲି କୁହନ୍ତି ପୂର୍ଣ୍ଣିମା । ତା’ପରେ ସେ ଏହି ବୋନସାଇ ବ୍ୟବସାୟ ଘରୁ ଆରମ୍ଭ କରିଥିଲେ । ମାତ୍ର ୨୦ ହଜାର ଟଙ୍କାରୁ ସେ ଏହି ବୋନସାଇ ହାଟ ଆରମ୍ଭ କରିଥିଲେ । ଏଥିରୁ ଯେଉଁ ଲାଭ ମିଳିଥାଏ ସେ ଏହି ବ୍ୟବସାୟରେ ଖର୍ଚ୍ଚ କରିଥାନ୍ତି । ଏପର୍ଯ୍ୟନ୍ତ ସେ ୨୮୦ ବୋନସାଇ ଗ୍ରାହକଙ୍କୁ ପଠାଇସାରିଛନ୍ତି । ଏଥିରେ ପିପ୍ପଲ, ବରଗଛ, ଆମ୍ବ, ପିଜୁଳି, ନିମ୍ବ, ୟୁକାଲିପଟପ୍ସ ପରି ୪୦ରୁ ଅଧିକ ପ୍ରଜାତିର ଗଛର ବୋନସାଇ ତିଆରି କରିଛନ୍ତି ।

ଅଧିକାଂଶ ବୋନସାଇର ବୟସ ୧୦ ବର୍ଷରୁ ଅଧିକ ହୋଇଥାଏ । କିଛି ଗୁଡ଼ିକ ୫୦ ବର୍ଷରୁ ମଧ୍ୟ ଅଧିକ ହୋଇଥାନ୍ତି । ଏହା ୩ଇଞ୍ଚରୁ ନେଇ ୭୦ ଇଞ୍ଚ ପର୍ଯ୍ୟନ୍ତ ହୋଇଥାଏ । ବୋନସାଇର ମୂଲ୍ୟ ୬୦୦ରୁ ଆରମ୍ଭ ହୋଇଥାଏ ଏବଂ କିଛି ବୋନସାଇର ମୂଲ୍ୟ ହଜାର ଟଙ୍କାରୁ ଅଧିକ । ବୋନସାଇର ମୂଲ୍ୟ ଗଛର ବୟସ, ଆକାର ଏବଂ ଡିଜାଇନ ଉପରେ ନିର୍ଭର କରିଥାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.