ମାଗଣାରେ ବୁକ୍‌ କରନ୍ତୁ ଟ୍ରେନ୍‌ ଟିକେଟ୍‌ ! ଦେଖନ୍ତୁ IRCTC-SBIର ଏହି ସ୍କିମ୍‌ରେ କଣ ରହିଛି

ନୂଆଦିଲ୍ଲୀ  –  ଆଉ ଚିନ୍ତା ନାହିଁ । ଏବେ ରେଲୱେରେ ମାଗଣାରେ ଯାତ୍ରା କରିବାର ବନ୍ଦୋବସ୍ତ ହୋଇଯାଇଛି । ଆଶ୍ଚର୍ଯ୍ୟ ହୋଇ ଯାଆନ୍ତୁ ନାହିଁ । ଆମେ ଆପଣଙ୍କୁ କୌଣସି  ଅବୈଧ ବା  ଭୁଲ୍‌ ବାଟର ଉପାୟ କହୁନାହୁଁ। ଯଦି ଆପଣଙ୍କ ପାଖରେ IRCTC-SBI RuPay Card ଅଛି ତ ଆପଣ ଏହାର ରିୱାର୍ଡ ପଏଣ୍ଟକୁ ବ୍ୟବହାର କରି ମାଗଣାରେ ଟ୍ରେନ୍‌ ଟିକେଟ୍‌ ବୁକ୍‌ କରିପାରିବେ । ଏଣୁ ଆପଣଙ୍କ ପାଖରେ  ଟିକେଟ୍‌ ଦାମ୍‌ର ରିୱାର୍ଡ଼ ପଏଣ୍ଟ୍ସ ଥିବା ଜରୁରୀ ।

IRCTC-SBI RuPay credit card launched; here are benefits, direct link to  apply

ମୋଦି ସରକାରଙ୍କର ଆତ୍ମନିର୍ଭର ଭାରତ , ଡିଜିଟାଲ ଇଣ୍ଡିଆ ଓ ମେକ୍‌ ଇନ୍ ଇଣ୍ଡିଆ ଭଳି ପଦକ୍ଷେପକୁ ଆଗକୁ ନେବା ପାଇଁ କିଛି ମାସ ପୂର୍ବରୁ  ଏସ୍‌ବିଆଇ , ଆଇଆର୍‌ଟିସି ଓ ନ୍ୟାସନାଲ  ପେମେଣ୍ଟସ କର୍ପୋରେସନ ଅଫ୍‌ ଇଣ୍ଡିଆ ( ଏନ୍‌ପିସିଆଇ) ମିଶି IRCTC-SBI RuPay Card  ଲଞ୍ଚ କରିଥିଲେ । କାର୍ଡକୁ ଅଧିକ ସୁବିଧା ଜନକ , ଦ୍ରୁତତର ଓ ସୁରକ୍ଷିତ କରିବାକୁ ପ୍ରତିଶ୍ରୁତି ଦିଆଯାଇଥିଲା । ଏହି କାର୍ଡ Near Field Communication technology ସହ ସଂଯୁକ୍ତ । ସହଜ ଭାବେ ବୁଝିବାକୁ ହେଲେ ଏହା କେବଳ ଟ୍ୟାପ୍‌ କରି ବା କଣ୍ଟାକ୍ଟଲେସ୍‌ ଉପାୟରେ ପେମେଣ୍ଟ  କରାଯାଇ ପାରିବ । ଯେମିତି ଆଜିକାଲି ଅଧିକାଂଶ ବଡ଼ ବଡ଼ ବ୍ୟାଙ୍କର କାର୍ଡରେ ମିଳିଥାଏ ।

IRCTC ticket booking via SBI card: Indian Railways waives off this charge,  offers reward points; see how | Zee Business

ଆସନ୍ତୁ ତାହେଲେ ଏବେ ଜାଣିବା IRCTC-SBI RuPay  କ୍ରେଡିଟ୍‌ କାର୍ଡରେ ଯଦି ଆପଣ ଟ୍ରେନ୍‌ର ଟିକେଟ୍‌ ବୁକ୍‌ କରୁଛନ୍ତି , ତ ଆପଣଙ୍କୁ କଣ କଣ ସୁବିଧା ମିଳିପାରିବ ।

IRCTC-SBI RuPay  କ୍ରେଡିଟ୍‌ କାର୍ଡରେ ମିଳୁଥିବା ସୁବିଧା –

୧- ୩୧ ମାର୍ଚ୍ଚ ୨୦୨୧ ଯାଏ ଏହି କ୍ରେଡିଟ୍‌ କାର୍ଡକୁ କରିବା ପାଇଁ ଜଏନିଂ ଫିସ୍‌ ଛାଡ଼ ମିଳିବ।

୨- IRCTCର ୱେବ୍‌ସାଇଟ୍‌ରେ ଟିକେଟ୍‌ ବୁକ୍‌ କରିବାରେ ୧୦ ପ୍ରତିଶତ କ୍ୟାସ୍‌ ବ୍ୟାକ୍‌ ମିଳିବ । ଏହି ରିୱାର୍ଡ ପଏଣ୍ଟ ଜରିଆରେ ମିଳିବ । ୧ ରିୱାର୍ଡ ପଏଣ୍ଟ ୧ଟଙ୍କା ସହ ସମାନ ହେବ ।

୩-ୟୁଜର୍ସ ଫ୍ରିରେ ଟ୍ରେନ୍‌ର ଟିକେଟ୍‌ ବୁକ୍‌ କରିବା ପାଇଁ ଏହି ରିୱାର୍ଡ ପଏଣ୍ଟସକୁ ବ୍ୟବହାର କରିପାରିବେ ।

୪-ୟୁଜରଙ୍କ କାର୍ଡରେ ପ୍ରଥମେ ୪୫ ଦିନରେ ୫୦୦ଟଙ୍କା ବା ଏହାଠାରୁ ଅଧିକ ଟ୍ରାଜାକ୍ସନ ରେ ୩୫୦ ପଏଣ୍ଟସ ଯୋଡ଼ି ଦିଆଯିବ । କାର୍ଡକୁ ଆକ୍ଟିଭେଟ୍‌  କରିବା କ୍ଷଣି  ଆକାଉଣ୍ଟ ରେ ୩୫୦ ପଏଣ୍ଟସ  ଆସିଯିବ

୫- IRCTCର ୱେବସାଇଟ୍‌ରୁ ଟ୍ରେନ୍‌ ଟିକେଟ୍‌ ବୁକ୍‌ କରିବାରେ ଟ୍ରାଜାକ୍ସନ  ଚାର୍ଜରେ  ୧ ପ୍ରତିଶତ ଛାଡ଼ ମିଳିବ ।

୬- ପ୍ରତି ୩ମାସରେ ଥରେ ରେଲୱେ ଷ୍ଟେସନରେ ଥିବା ପ୍ରିମିୟମ ରେଲୱେ ଲାଉଞ୍ଜର ବ୍ୟବହାର କରିପାରିବେ । ଟ୍ରେନ୍‌ରେ ଟିକେଟ୍‌ ବୁକ୍‌ କରିବା ବ୍ୟତୀତ ଅନ୍‌ଲାଇନ୍‌ ଶପିଂ ରେ ମଧ୍ୟ ଆପଣଙ୍କୁ ଡିସ୍‌କାଉଣ୍ଟ ମିଳିବ ।