ବହି ସାନିଟାଇଜ୍‌ କରିବ ମେସିନ୍‌

ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ନଭେମ୍ବର ୧ ତାରିଖରୁ ସାରା ଦେଶର ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟରେ ନୂତନ ଶିକ୍ଷାବର୍ଷ ପାଠ୍ୟକ୍ରମ ଆରମ୍ଭ କରିବା ଲାଗି ନିର୍ଦ୍ଦେଶ ଦେଇଛି । ଏପଟେ କରୋନା ପରିସ୍ଥିତି ନେଇ ଛାତ୍ରଛାତ୍ରୀମାନେ ଓ ଅଭିଭାବକମାନେ ଚିନ୍ତାରେ ଅଛନ୍ତି । ସାରା ଦେଶରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା ୬୦ ଲକ୍ଷ ଟପିଲାଣି । ଏଭଳିସ୍ଥିତିରେ ଛାତ୍ରଛାତ୍ରୀମାନେ କିଭଳି ସୁରକ୍ଷିତ ଅବସ୍ଥାରେ କ୍ୟାମ୍ପସରେ ପଢ଼ିପାରିବେ ସେଥିଲାଗି  ବିଭିନ୍ନ ଶିକ୍ଷାନୁଷ୍ଠାନ ବ୍ୟବସ୍ଥା କରୁଛନ୍ତି । ଏହିକ୍ରମରେ ସିଲଂସ୍ଥିତ ନର୍ଥ ଇଷ୍ଟର୍ଣ୍ଣ ହିଲ୍‌ ୟୁନିଭରସିଟି(ଏନ୍‌ଇଏଚ୍‌ୟୁ)ର ଗବେଷକମାନେ ଏକ ବହି ସାନିଟାଇଜିଂ ମେସିନ୍‌ ବିକଶିତ କରିଛନ୍ତି ।

ବିଶ୍ୱବିଦ୍ୟାଳୟର ବାୟୋମେଡିକାଲ ଇଞ୍ଜିନିୟରିଂ, ବେସିକ୍‌ ସାଇନ୍ସ ଏବଂ ସୋସିଆଲ ସାଇନ୍ସ ବିଭାଗ ପକ୍ଷରୁ ମିଳିତ ଭାବେ ଏହି ମେସିନ୍‌କୁ ବିକଶିତ କରାଯାଇଛି । ଥରକେ ଏହା ୧୫୦ ଖଣ୍ଡ ବହି ସାନିଟାଇଜ୍‌ କରିପାରିବ । ଗୋଟିଏ ଥର ସାନିଟାଇଜ୍‌ ପାଇଁ ପ୍ରାୟ ୪୫ ମିନିଟ୍‌ ସମୟ ଲାଗିବ । ସେହିପରି ପ୍ରତି ବହିକୁ ସଂକ୍ରମଣମୁକ୍ତ କରିବା ଲାଗି ମାତ୍ର ୨୦ ପଇସା ଖର୍ଚ୍ଚ ହେବ । ମେସିନ୍‌କୁ ବିକଶିତ କରିଥିବା ଟିମ୍‌ର ଜଣେ ସଦସ୍ୟ ଡ. ଅସୀମ ସିହ୍ନା କହିଛନ୍ତି, ‘ଏହାଦ୍ୱାରା ବହି କ୍ଷତିଗ୍ରସ୍ତ ହେବାର ଆଶଙ୍କା ନାହିଁ । କାରଣ ଅଲଟ୍ରାଭାଓଲେଟ୍‌ ରେ ଓ ହିଟ୍‌ ଟେକ୍ନୋଲୋଜିକୁ ବ୍ୟବହାର କରି ଏହା ବହିକୁ ସଂକ୍ରମଣମୁକ୍ତ କରେ । ସବୁଠୁ ବଡ଼ କଥା ହେଲା ମେସିନ୍‌ଟି ସ୍ୱୟଂକ୍ରିୟ ଭାବେ କାମ କରିଥାଏ ।’

   ସମ୍ବନ୍ଧିତ ଖବର


ରୋହିତଙ୍କୁ ନେଇ ଚର୍ଚ୍ଚା: ଆହତ କାରଣରୁ ଟିମ୍‌ ଇଣ୍ଡିଆରୁ ବାଦ ପଡ଼ିଲେ ହିଟ୍‌ମ୍ୟାନ୍, ପରେ ଭାଇରାଲ ହେଲା ରୋହିତଙ୍କ ନେଟ୍‌ ପ୍ରାକ୍ଟିସ୍‌ ସମୟର ଫଟୋ

ଲୁବିଏନାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଲେ ମହେଶ ଭଟ୍ଟ- ୧କୋଟିର ମାନହାନି ମାମଲା ରୁଜୁ କଲେ

ବ୍ୟକ୍ତିଙ୍କର ଅଭିନବ ପ୍ରତିବାଦ – ଅନ୍ତଃବସ୍ତ୍ର ପିନ୍ଧି ଷ୍ଟୋର୍‌କୁ ଯିବାର ଭିଡ଼ିଓ ଭାଇରାଲ

ଚୀନ୍‌ ଏବଂ ପାକିସ୍ତାନକୁ ଚେତାବନୀ ଦେଲେ ଅଜିତ୍‌ ଡୋଭଲ୍‌ – ଏ ହେଉଛି ନୂଆ ଭାରତ, ଯେଉଁଠାରେ ବିପଦ ସେହିଠାରେ କରିବୁ ମୁକାବିଲା

ଚୀନ୍‌ର ଚିନ୍ତା, ଶକ୍ତିଶାଳୀ ହେଉଛି ଭାରତ- ଆମେରିକା କହିଲା ଏବେ ମିଳିମିଶି କାମ କରିବାର ସମୟ,

ଫ୍ଲିପକାର୍ଟର ‘ବିଗ୍‌ ଦିୱାଲୀ ସେଲ୍’ – ହୋଇ ଯାଆନ୍ତୁ ପ୍ରସ୍ତୁତ , ଏହି ଜିନିଷ ଉପରେ ମିଳିବ ୮୦% ଯାଏ ଡିସ୍କାଉଣ୍ଟ