ଭଦ୍ରକ: ଖୋଲିବ ବହି ଦୋକାନ, ଗଡିବ ଏମରଜେନ୍ସି ଅଟୋ

ଭଦ୍ରକ ୧୭/୪:  ଲକଡାଉନ ବେଳେ ଜିଲ୍ଲାରେ ଖୋଲିବ ବହିଦୋକାନ । ପିଲାଙ୍କ ପାଠପଢାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଏହି ନିଷ୍ପତ୍ତି ନେଇଛି ।  ୩ ତାରିଖ ପର୍ଯ୍ୟନ୍ତ ପ୍ରତି ରବିବାର ସକାଳ ୬ଟାରୁ ଦିନ ୧ଟା ପର୍ଯ୍ୟନ୍ତ ବହି ଦୋକାନ ଖୋଲା ରହିବ । ଏହାସହ ଅଟୋ ଚଳାଚଳକୁ ନେଇ ମଧ୍ୟ ନୂଆ ନିଷ୍ପତ୍ତି ନିଆଯାଇଛି । ଏମରଜେନ୍ସି ମାମଲାରେ ଏହାକୁ ବାରଣ କରାଯିବନି । ଅଟୋ ଗୁଡିକ ରୋଗୀଙ୍କ ସହ ଜଣେ ସମ୍ପର୍କୀୟଙ୍କୁ ନେଇ ଚଳାଚଳ କରିପାରିବେ ।  ଏଥି ପାଇଁ ପ୍ରଶାସନ ରେଟ୍ ଚାର୍ଟ ଜାରି କରିଛି । ନିୟମ ଉଲଂଘନ କଲେ ୨୦୦୦ ଟଙ୍କାର ଜୋରିମାନା ଭରିବାକୁ ପଡିବ । ଏନେଇ ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି ଜିଲ୍ଲାପାଳ ।

   ସମ୍ବନ୍ଧିତ ଖବର


ପୁଅର ଅସ୍ଥି ଟିକକ ମିଳିଲେ ଗଙ୍ଗାରେ ବିସର୍ଜନ କରନ୍ତି…

ହାତୀ ଆକ୍ରମଣରେ ଜଣେ ମୃତ, ସୁରକ୍ଷା ଦାବି କଲେ ସ୍ଥାନୀୟ ଲୋକେ

ଫେସବୁକ୍‌ରେ ପ୍ରେମ ନିବେଦନ ପଡ଼ିଲା ମହଙ୍ଗା : ବିଚ୍‌ ରାସ୍ତାରେ ଯୁବକଙ୍କୁ ଘୋଷାରି ଘୋଷାରି ବାଡ଼େଇଲେ ବିବାହିତା ମହିଳା

‘ମୋତେ ମୋ ବ୍ଲେଡ୍‌ ଦିଅ, ମୁଁ ମୋ ହାତକୁ ଆହୁରି କାଟିବି…’, ଯୁବକ ଛାଡି ପଳାଇଲେ ବୋଲି ରାସ୍ତା ମଝିରେ ହାତ କାଟି ହାଇଡ୍ରାମା କଲେ ନାବାଳିକା

ଆପ୍‌ରେ ହେବ ଚିଲିକା ପାଇଁ ଅନ୍‌ଲାଇନ୍‌ ଡଙ୍ଗା ବୁକିଂ, ନଭେମ୍ବର ଶେଷ ସୁଦ୍ଧା ମିଳିବ ସୁବିଧା

ସମ୍ପର୍କରେ କଳଙ୍କ: ବିଧବାଙ୍କୁ ଦୁଷ୍କର୍ମ କଲା ଦେଡ଼ଶୁର