ଖୋଲିଲା ମୃତ୍ୟୁର ଗୁମର: ହୃଦଘାତ ନୁହେଁ, ଏହି କାରଣ ଯୋଗୁଁ ଆତ୍ମହତ୍ୟା କରିଛନ୍ତି ପୂର୍ବତନ କ୍ରିକେଟର ଭିବି ଚନ୍ଦ୍ରଶେଖର

ଚେନ୍ନାଇ ୧୬।୮: ଭାରତର ପୂର୍ବତନ କ୍ରିକେଟର୍ ଭିବି ଚନ୍ଦ୍ରଶେଖର ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। କରଜରେ ବୁଡ଼ି ରହିଥିବାରୁ ଚନ୍ଦ୍ରଶେଖର ଆତ୍ମହତ୍ୟା କରିଥିବା ପୁଲିସ୍ ପକ୍ଷରୁ କୁହାଯାଇଛି। ତେବେ ପ୍ରାରମ୍ଭିକ ରିପୋର୍ଟ ଅନୁଯାୟୀ, ତାଙ୍କ ମୃତ୍ୟୁ ହୃଦଘାତ ଯୋଗୁ ହୋଇଛି ବୋଲି କୁହାଯାଇଥିଲା। କିନ୍ତୁ ବରିଷ୍ଠ ପୁଲିସ୍ ଅଧିକାରୀଙ୍କ କହିବା ଅନୁସାରେ, ସେ ଗୁରୁବାର ନିଜ ଘରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି ବୋଲି ଏବେ ଜଣାପଡ଼ିଛି।

ପୁଲିସ୍ ଅଧିକାରୀ କହିଛନ୍ତି, “କରଜରେ ବୁଡ଼ି ରହିଥିବାରୁ ଚନ୍ଦ୍ରଶେଖର ବହୁ ଦିନ ଧରି ଚିନ୍ତିତ ଥିଲେ। ତେବେ ଅତ୍ୟନ୍ତ ଅତିଷ୍ଠ ହୋଇ ସେ ଆତ୍ମହତ୍ୟା କରିଛନ୍ତି ବୋଲି ଖବର ଆସିଛି। ବର୍ତ୍ତମାନ ଏହାର ତଦନ୍ତ ଜାରି ରହିଛି। ତାଙ୍କ ମରଶରୀରକୁ ପୋଷ୍ଟ-ମର୍ଟମ୍ ପାଇଁ ପଠାଯାଇଛି।

ସୂଚନାଯୋଗ୍ୟ ଯେ, ତାମିଲନାଡୁ ପ୍ରିମିୟର୍ ଲିଗରେ ଚନ୍ଦ୍ରଖେଶରଙ୍କ ଏକ ଟିମ୍ ଭିବି କାଞ୍ଚି ଭୀରାନ୍ସ ଥିଲା। ଏହି ଟିମ୍ ପାଇଁ ସେ ୩ କୋଟି ଟଙ୍କା ଖର୍ଚ୍ଚ କରିଥିଲେ। ଏ ନେଇ ମାସକ ତଳେ ତାଙ୍କୁ ବ୍ୟାଙ୍କ ତରଫରୁ ନୋଟିସ୍ ମଧ୍ୟ ପଠାଯାଇଥିଲା। ତେବେ ଚନ୍ଦ୍ରଖେଶର ଗୁରୁବାର ନିଜ ରୁମକୁ ଯିବା ପୂର୍ବରୁ ସନ୍ଧ୍ୟା ୫.୪୫ରେ ପରିବାର ସହ ଚା’ ପିଇଥିଲେ। ଏହା ପରେ ସେ ରୁମରେ ରଶି ଲଗାଇଥିଲେ, ଯାହାର ସୂଚନା ତାଙ୍କ ପତ୍ନୀ ପୁଲିସକୁ ଦେଇଛନ୍ତି।

କ୍ରିକେଟରେ ଦୁଃସାହସିକ ବ୍ୟାଟିଂ ଷ୍ଟାଇଲ ପାଇଁ ସେ ଚର୍ଚ୍ଚିତ ଥିଲେ। ଚନ୍ଦ୍ରଶେଖର ୧୯୮୮ରୁ ୧୯୯୦ ମସିହା ମଧ୍ୟରେ ଭଲ ପ୍ରଦର୍ଶନ କରିବା ସହିତ ଭାରତ ପାଇଁ ୭ଟି ଦିନିକିଆ ଅନ୍ତର୍ଜାତିକ ମ୍ୟାଚ୍‌ ଖେଳିଥିଲେ। ଯେଉଁଥିରେ ସେ ୮୮ ରନ କରିଥିଲେ। କିନ୍ତୁ ଘରୋଇ ସ୍ତରରେ ସେ ବେଶ୍‌ ସଫଳତା ହାସଲ କରିଥିଲେ। ସେ ୮୧ଟି ପ୍ରଥମ ଶ୍ରେଣୀ ମ୍ୟାଚ ଖେଳି ୪୯୯୯ ରନ୍‌ କରିଥିଲେ। ଏହା ସହିତ ସେ ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗ୍ସର ମ୍ୟାନେଜର ଭାବେ କାର୍ଯ୍ୟ କରିଥିଲେ। ଏହାବ୍ୟତୀତ ଗ୍ରେଗ୍‌ ଚାପେଲଙ୍କ ଭାରତୀୟ ଦଳର ମୁଖ୍ୟ କୋଚ୍‌ ଥିବା ସମୟରେ ଚନ୍ଦ୍ରଶେଖର ଚୟନକର୍ତ୍ତା ରହିଥିଲେ। 

ଚନ୍ଦ୍ରଖେଶରଙ୍କ ପରଲୋକରେ ଭାରତୀୟ କ୍ରିକେଟ୍ ଜଗତ ଶୋକ ପ୍ରକାଶ କରିଛି। ବିସିସିଆଇ ତା’ର ଟ୍ୱିଟର୍ ହ୍ୟାଣ୍ଡଲରେ ଚନ୍ଦ୍ରଶେଖରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛି। ବିସିସିଆଇ କହିଛି ଯେ, ଏହା ବହୁତ ବଡ଼ ଦୁଃଖ ଖବର। ତାଙ୍କ ପରିବାର, ବନ୍ଧୁ ଓ ପ୍ରଶଂସକଙ୍କ ପ୍ରତି ଆମର ଗଭୀର ସମବେଦନା ରହିଛି। ପୂର୍ବତନ କ୍ୟାପଟେନ୍ କେ ଶ୍ରୀକାନ୍ତ କହିଛନ୍ତି, ଚନ୍ଦ୍ରଶେଖରଙ୍କ ପରଲୋକରେ ମୁଁ ମର୍ମାହତ। ଭାରତ ଓ ଚେନ୍ନାଇ ସୁପର କିଙ୍ଗସ୍ ଖେଳାଳି ସୁରେଶ ରାଇନା ଓ ହରଭଜନ ସିଂହ ମଧ୍ୟ ଶୋକ ପ୍ରକାଶ କରିଛନ୍ତି।

   ସମ୍ବନ୍ଧିତ ଖବର


ସୂର୍ଯ୍ୟକୁମାର ଯାଦବ ଇଣ୍ଟରନ୍ୟାସନାଲ ମ୍ୟାଚ ଖେଳିବାକୁ ଚାହୁଁଛନ୍ତି ଯଦି ଆମ ଦେଶରୁ ଖେଳନ୍ତୁ, ପୂର୍ବତନ ଖେଳାଳି ଟ୍ବିଟ କରି ଦେଲେ ଅଫର

୯ ବର୍ଷ ତଳେ ଭବିଷ୍ୟବାଣୀ କରିଥିଲେ ରୋହିତ ଶର୍ମା, ଏବେ କରି ଦେଖାଇ ଦେଲେ ସୂର୍ଯ୍ୟ କୁମାର

ଆଇପିଏଲ୍‌ରେ ବୁମ୍‌ରାଙ୍କ ନୂଆ ରେକର୍ଡ: ପ୍ରଥମ ୱିକେଟ୍‌ ବିରାଟ ଓ ଶହେତମ ୱିକେଟ୍ ବି ଶିକାର ହେଲେ ବିରାଟ

IPL-2020: ଆଜି କୋଲକାତା ନାଇଟ୍‌ ରାଇଡର୍ସ ଓ ଚେନ୍ନାଇ ସୁପର କିଙ୍ଗ୍‌ସ ମଧ୍ୟରେ କଡ଼ା ଟକ୍କର

IPL ମ୍ୟାଚ୍‌ ପାଇଁ ପାଗଳ ହେଉଥିଲେ ଏହି ବୋଲର , ଟିମ୍‌ ଇଣ୍ଡିଆରେ ଚୟନ ପରେ ପରିବାରରେ ଖୁସିର ଜୁଆର

୨୦୨୧ ସିଜନରେ ବି ଧୋନି ଅଧିନାୟକ ରହିବେ: ସିଏସ୍‌କେ