INS ରଣବୀରରେ ବିସ୍ଫୋରଣ,ତିନିଜଣ ଯବାନ୍ ଶହୀଦ୍

Pic : Zee News
ମୁମ୍ବାଇ,୧୮/୦୧ : ମୁମ୍ବାଇର ନାଭାଲ ଡକ୍ୱାର୍ଡରେ ଆଜି ଏକ ଦୁର୍ଭାଗ୍ୟଜନକ ଘଟଣା ଘଟିଛି । INS ରଣଭୀରରେ ଥିବା ଏକ ଇଣ୍ଟେରିୟର କମ୍ପାର୍ଟମେଣ୍ଟରେ ବିସ୍ଫୋରଣ ହେତୁ ୩ଜଣ ନୌସେନା କର୍ମଚାରୀ ଶହୀଦ୍ ହୋଇଛନ୍ତି । ଏହା ବ୍ୟତୀତ ଅନେକ ଯବାନ୍ ଆହତ ହୋଇଥିବା କୁହାଯାଉଛି। ଜାହାଜର କର୍ମଚାରୀମାନେ ତୁରନ୍ତ ତପ୍ତର ହୋଇ ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିଥିଲେ । ଭାରତୀୟ ନୌସେନାର ଜଣେ ଅଧିକାରୀ କହିଛନ୍ତି ଯେ ବିସ୍ଫୋରଣର କାରଣ ଅନୁସନ୍ଧାନ କରିବାକୁ ବୋର୍ଡ ଅଫ୍ ଇନକ୍ୱାରୀକୁ ନିର୍ଦ୍ଦେଶ ଦିଆଯାଇଛି। ସୂଚନା ଥାଉକି, INS ରଣବୀର ଇଷ୍ଟର୍ନ ନାଭାଲ୍ କମାଣ୍ଡ ପକ୍ଷରୁ ଏକ କ୍ରସ୍ କୋଷ୍ଟ ଅପରେସନ୍ ନିୟୋଜନରେ ଥିଲା ଏବଂ ଖୁବଶୀଘ୍ର ପୋର୍ଟକୁ ଫେରିବାର ଥିଲା ।