PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶଦ୍ରୋହୀ ୟାସିନ ମଲିକକୁ ଆଜୀବନ ଜେଲ, ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଇବା ମାମଲାରେ କୋର୍ଟ ଶୁଣାଇଲେ ଦଣ୍ଡାଦେଶ
  • ||
  • ସମ୍ୱଲପୁର : ଭବାନୀପାଲି ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା , ଟ୍ରକ୍ ଧକ୍କାରେ ୩ ବାଇକ୍ ଆରୋହୀଙ୍କ ମୃତ୍ୟୁ , ମୃତକଙ୍କ ପରିଚୟ ମିଳନାହିଁ
  • ||
  • କଳିଙ୍ଗା ଘାଟିରେ ଟୁରିଷ୍ଟ ବସ୍ ଦୁର୍ଘଟଣାରେ ୬ ମୃତ୍ୟୁ ଘଟଣା, ଏଣିକି କଳିଙ୍ଗା ଘାଟି ଦେଇ ଯାଇପାରିବ ନାହିଁ ଟୁରିଷ୍ଟ ବସ୍ , ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ସୂଚନା
  • ||
  • ଝାରସୁଗୁଡ଼ା : ଝାରସୁଗୁଡ଼ାରୁ ପ୍ରାୟ ୧୭ ଗ୍ରାମ୍‌ର ବ୍ରାଉନସୁଗର ଜବତ, ୩ ଗିରଫ
  • ||
  • ଜଳେଶ୍ଵର : ପାର୍କିଂ କରୁଥିବା ବେଳେ ଚଢିଗଲା ଟ୍ରକ୍, ହେଲ୍‌ପର୍ ମୃତ
  • ||
  • କଂଗ୍ରେସକୁ ଝଟକା, ସମାଜବାଦୀ ପାର୍ଟି ଟିକେଟରୁ ନାମାଙ୍କନ ପତ୍ର ଦାଖଲ କଲେ କପିଲ ସିବଲ
  • ||
  • ସମ୍ବଲପୁର : ହୀରାକୁଦରୁ ଛଡ଼ାଯିବ ପ୍ରଥମ ବନ୍ୟାଜଳ, ତଳ ମୁଣ୍ଡର ୧୨ ଜିଲ୍ଲାକୁ ସତର୍କ ସୂଚନା ଜାରି
  • ||
  • ଭୁବନେଶ୍ଵର : ରାଜ୍ୟରେ ହାରୁଛି କରୋନା, ୨୪ ଘଣ୍ଟା ମଧ୍ୟରେ ୩ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ୱର : ୧୦ ଜିଲ୍ଲାରେ ପ୍ରବଳ ବର୍ଷିଲା, ଆଜିଠୁ ବଢ଼ିବ ତାପମାତ୍ରା
  • ||
  • ଭଞ୍ଜନଗର : ଭାରସାମ୍ୟ ହରାଇ ଓଲଟିଲା ଟୁରିଷ୍ଟ ବସ୍, ୬ ମୃତ ୩୦ରୁ ଉର୍ଦ୍ଧ୍ଵ ଆହତ
  • ||
  • ରାଇରଙ୍ଗପୁର : ସାପ୍ତାହିକ ହାଟରେ ଗୁଳିକାଣ୍ଡ, ଗୋରୁ ବେପାରୀଙ୍କୁ ଗୁଳି କରି ୨୦ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||

ଏକତରଫା ପ୍ରେମରୁ ଯୁବକଙ୍କ ଉନ୍ମତ୍ତ କାଣ୍ଡ: ଯୁବତୀଙ୍କ ବେକ କାଟି ଦେଲା

source:www.patrika.com

କଟକ,୧୭ା୨(ବ୍ୟୁରୋ): ଏକତରଫା ପ୍ରେମକୁ କେନ୍ଦ୍ର କରି ଆଜି ଦୋଳମୁଣ୍ଡାଇ ଛକ ନିକଟରେ ଏକ ଅଭାବନୀୟ କାଣ୍ଡ ଘଟିଛି । ଏକତରଫା ପ୍ରେମ ନିବେଦନ କରି ବିଫଳ ହେବା ପରେ ଜଣେ ଯୁବକ ସଂପୃକ୍ତ ଯୁବତୀଙ୍କ ତଣ୍ଟି କାଟି ଦେଇଛନ୍ତି । ପୀଡ଼ିତା ଯୁବତୀଙ୍କୁ ଗୁରୁତର ଅବସ୍ଥାରେ ଏସ୍‌ସିବିରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି । ଅଭିଯୁକ୍ତ ଯୁବକକୁ ପୁଲିସ ଧରିଆଣି ଥାନାରେ ଅଟକ ରଖି ପଚରାଉଚରା ଚଳାଇଛି ।
ମିଳିଥିବା ସୂଚନା ଅନୁସାରେ, ଯାଜପୁର ଅଞ୍ଚଳର ଜଣେ ଯୁବତୀ ଓ ତାଙ୍କ ପରିବାର ବର୍ଷେ ପୂର୍ବେ ବକ୍ସିବଜାର ବଢ଼େଇ ସାହିରେ ଭଡ଼ାରେ ରହୁଥିଲେ । ତେବେ ସେହି ସାହିର ଶୋଭିତ ମହାରଣା ନାମକ ଯୁବକ ଉକ୍ତ ଯୁବତୀଙ୍କୁ ଏକତରଫା ପ୍ରେମ କରୁଥିଲେ । ଶୋଭିତ ବିବାହିତ ଓ ତା’ର ଦୁଇଟି ପିଲା ମଧ୍ୟ ଅଛି । ଶୋଭିତର ପ୍ରେମ ନିବେଦନକୁ ଯୁବତୀ ଜଣକ ଦୀର୍ଘ ଦିନ ହେବ ପ୍ରତ୍ୟାଖ୍ୟାନ କରି ଆସୁଛନ୍ତି । ଯୁବତୀ ଜଣକ ଦୋଳମୁଣ୍ଡାଇ ଛକ ନିକଟ ଏକ ଡ୍ରେସ୍‌ ଦୋକାନରେ ସେଲ୍ସ ଗାର୍ଲ ଭାବେ କାମ କରନ୍ତି । ଆଜି ସନ୍ଧ୍ୟା ପ୍ରାୟ ସାଢ଼େ ଆଠଟା ହେବ । ଯୁବତୀ ଜଣକ ଦୋକାନରେ ଡ୍ୟୁଟି କରୁଥାନ୍ତି । ଏହି ସମୟରେ ଅଭିଯୁକ୍ତ ଶୋଭିତ ସେଠାରେ ପହଞ୍ଚି ପ୍ରଥମେ ଯୁବତୀଙ୍କୁ ଡାକିଥିଲା । ମାତ୍ର ଶୋଭିତର କଥାକୁ ଯୁବତୀ ଜଣକ ଗୁରୁତ୍ୱ ଦେଇନଥିଲେ । ଫଳରେ ଶୋଭିତ୍‌ ଉକ୍ତ ଦୋକାନରେ ପଶି ସୋ’କେସ୍‌ରେ ଲାଗିଥିବା କାଚକୁ ବିଧା ମାରି ଭାଙ୍ଗି ଦେଇଥିଲା । ଆଉ ଉକ୍ତ ଭଙ୍ଗା କାଚରୁ ଖଣ୍ଡେ ନେଇ ଯୁବତୀଙ୍କ ବେକକୁ କାଟି ଦେଇଥିଲା । ଯୁବତୀ ଜଣକ ଗୁରୁତର ଆହତ ହୋଇଥିଲେ । ଏହି ସମୟରେ ଦୋକାନରେ ଉପସ୍ଥିତ ଥିବା ଅନ୍ୟ ସେଲ୍‌ସ୍‌ମ୍ୟାନ୍‌ ଓ ଗ୍ରାହକମାନେ ଅଭିଯୁକ୍ତ ଶୋଭିତ୍‌କୁ ଧରିନେଇ ନିର୍ଧୁମ ଛେଚିଥିଲେ । ତତ୍‌କ୍ଷଣାତ ଦୋକାନର କିଛି କର୍ମଚାରୀ ଆହତ ଯୁବତୀଙ୍କୁ ଉଦ୍ଧାର କରି ଏସ୍‌ସିବି ନେଇଯାଇଥିଲେ । ସେଠାରେ ଯୁବତୀଙ୍କର ଚିକିତ୍ସା ଚାଲିଛି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି । ଖବର ପାଇ ବାଦାମବାଡ଼ି ଥାନା ଅଧିକାରୀ ରଶ୍ମୀରଂଜନ ମହାପାତ୍ର ଘଟଣାସ୍ଥଳରେ ପହଞ୍ଚିବାରୁ ଅଭିଯୁକ୍ତ ଶୋଭିତକୁ ସ୍ଥାନୀୟ ଲୋକେ ପୁଲିସ ଜିମା ଦେଇଥିଲେ । ଘଟଣା ପରେ ଯୁବତୀଙ୍କ ପରିବାର ପକ୍ଷରୁ ଏକ ଏତଲା ଦାଏର ହୋଇଛି । ପୁଲିସ ଏନେଇ ଅଧିକ ତଦନ୍ତ ଜାରି ରଖିଛି ।

ସମ୍ବନ୍ଧିତ ଖବର