PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୩୫କୁ ବୃଦ୍ଧି
  • ||
  • ଗଞ୍ଜାମ: କୋଦଳା ଖଦାଳ ସାହିରେ ଗୋଷ୍ଠୀ ସଂଘର୍ଷ, ଜଣେ ମୃତ
  • ||
  • ଭୁବନେଶ୍ୱର: ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ଆଉ ୬୬୩ ଜଣ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ୱର: ୨୦ରୁ ଯୁକ୍ତ ୩ ଦ୍ୱିତୀୟ ବର୍ଷ କ୍ଲାସ୍‌ ରୁମ୍‌ ପଢ଼ା, ଆଜିଠୁ ଖୋଲିବ ହଷ୍ଟେଲ
  • ||
  • ଭୁବନେଶ୍ୱର: BBI ଓ OOPRE ବାରକୁ ସିଲ୍ କଲା ବିଏମ୍‌ସି, ମ୍ୟାନେଜରଙ୍କ ସହ ୪ ଜଣ ଅଟକ
  • ||
  • ଭୁବନେଶ୍ୱର: ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ହେବ ମନୋରମା ମହାପାତ୍ରଙ୍କ ଶେଷକୃତ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେ ଘୋଷଣା
  • ||

ସହି ହେଲାନି ପ୍ରେମିକା ମୃତ୍ୟୁର ଦୁଃଖ ..ଟ୍ରେନ୍‌ ଆଗକୁ ଡ଼େଇଁ ଆତ୍ମହତ୍ୟା କଲା ପ୍ରେମିକ

ଇନ୍ଦୋର – ପ୍ରେମ କେତେବେଳେ ନିଶା ତ କେତେବେଳେ ନିଆଁ । କେବେ ଶୀତଳ ସ୍ପର୍ଶରେ ହୃଦୟକୁ ଆହ୍ଲାଦିତ କରିଦିଏ  ତ କେବେ ଜାଳିଦିଏ । ଏମିତି ଏକ ପ୍ରେମ କାହାଣୀର ମଧ୍ୟ ପ୍ରଦେଶର ଇନ୍ଦୋରରେ ଦୁଃଖଦ ଅନ୍ତ ଘଟିଛି । ଉଭୟଙ୍କ ଭିତରେ କୌଣସି ଏକ କଥାକୁ ନେଇ ବିବାଦ ହୋଇଥିଲା । ଏହାପରେ ପ୍ରେମିକା ଫାଶୀରେ ଝୁଲି ନିଜର ଜୀବନ ହାରିଥିଲା । ସେପଟେ ପ୍ରେମିତାର ମୃତ୍ୟୁ ଖବର ପାଇବା କ୍ଷଣି , ପ୍ରେମିକ ଟ୍ରେନ୍‌ ଆଗରେ ଡେଇଁ କରିଛି ଆତ୍ମହତ୍ୟା । ଉକ୍ତ ଦୁଇଟି ମାମଲାରେ ପୁଲିସ୍‌ ତଦନ୍ତ ଆରମ୍ଭ କରିଛି ।

ଆଜତକ୍‌ରେ ପ୍ରକାଶିତ ସୂଚନା ମୁତାବକ, ଇନ୍ଦୋରର ହୀରାନଗର ଥାନା ଅଞ୍ଚଳର ରବିଦାସ ନଗରରେ ରହୁଥିବା  ୨୩ ବର୍ଷିୟା କାଜଲ କୋଡୱାଲ ପିଏସ୍‌ସିର ପ୍ରସ୍ତୁତ କରୁଥିଲେ । କୁହାଯାଉଛି କି ଦେବେନ୍ଦ୍ର କ୍ଷୀରସାଗର ନାମକ ଯୁବକଙ୍କୁ କାଜଲ ପ୍ରେମ କରୁଥିଲେ । ଗତ ଏକ ବର୍ଷ ହେଲା ଉଭୟ ଉଭୟଙ୍କୁ ଭଲ ପାଉଥିଲେ । ଏହି କଥା ସେମାନଙ୍କର ଘର ଲୋକ ବି ଜାଣିଥିଲେ ।

ହେଲେ ଗତ ରାତିରେ କୌଣସି ଏକ କଥାକୁ ନେଇ ଉଭୟ କାଜଲ ଓ ଦେବେନ୍ଦ୍ରଙ୍କ ମଧ୍ୟରେ କଳହ ହୋଇଥିଲା । ଯାହାକୁ ନେଇ କାଜଲ ନିଜ ଘରେ ଫାଶୀ ଦେଇ ଆତ୍ମହତ୍ୟା କରିଥିଲେ । ଘର ଲୋକେ ତାଙ୍କୁ ଫାଶରେ ଝୁଲୁଥିବାର ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ସୂଚନା ମିଳିବା କ୍ଷଣି ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ଯୁବତୀଙ୍କର ଶବକୁ ଜବତ କରି ପୋଷ୍ଟ ମର୍ଟମ ପାଇଁ ପଠାଇ ଥିଲା । ସେପଟେ କାଜଲର ମୃତ୍ୟୁ ଖବର ଶୁଣି ଦେବେନ୍ଦ୍ର ଦୁଃଖରେ ଭାଙ୍ଗି ପଡ଼ିଥିଲେ । ଏହାପରେ ନିଜକୁ ଆଉ ସମ୍ଭାଳି ନପାରି ସେ ଟ୍ରେନ୍‌ ଆଗରେ ନିଜର ଜୀବନ ହାରି ଦେଇଥିଲେ ।  

ସମ୍ବନ୍ଧିତ ଖବର