PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ଆଜି ଅପରାହ୍ନ ୫ଟାରେ କୋଭିଡ଼ ନେଇ ସମିକ୍ଷା କରି​‌ବେ ମୁଖ୍ୟମନ୍ତ୍ରୀ
  • ||
  • ପଞ୍ଜାବ ନିର୍ବାଚନ: ପଞ୍ଜାବ ପାଇଁ ଆପ୍‌ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା, ମୁଖ୍ୟମନ୍ତ୍ରୀ ଚେହେରା ହେଲେ ଭାଗୱତ ମାନ୍
  • ||
  • ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ଲାଗି ବଡ଼ ଘୋଷଣା, ଡ୍ୟୁଟିରେ ଥାଇ ମୃତ୍ୟୁ ହେଲେ ମିଳିବ ୩୦ଲକ୍ଷ ଅନୁକୁମ୍ପା
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୮କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ୮୦ ହଜାର ଟପିଲା ଆକ୍ଟିଭ କେସ୍, ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୧୧,୦୮୬ ଜଣ କରୋନା ପଜିଟିଭ
  • ||
  • ଭୁବନେଶ୍ଵର : ଏଟିଏମ୍‌ରୁ ଲୁଟ୍ ଉଦ୍ୟମ ବେଳେ ଧରାପଡ଼ିଲେ ୨ ଯୁବକ, ଗ୍ୟାସ୍ କଟର ମେସିନ୍ ଜବତ
  • ||
  • ଭୁବନେଶ୍ୱର : ରାଜ୍ୟରେ ଗାଏବ ହେବ ଶୀତ, ୨ ଦିନ ଘନ କୁହୁଡ଼ି, ୨୩ରୁ ବର୍ଷା ସମ୍ଭାବନା
  • ||
  • କଣ୍ଟାବାଞ୍ଜି : ବାଇକ୍ ଦୁର୍ଘଟଣାଗ୍ରସ୍ତ, ୨ ବାଇକ୍ ଆରୋହୀ ମୃତ
  • ||
  • ଚେନ୍ନାଇ : ୧୮ ବର୍ଷର ବୈବାହିକ ସମ୍ପର୍କରେ ପୂର୍ଣ୍ଣଛେଦ ପକାଇଲେ ସାଉଥ୍ ସୁପରଷ୍ଟାର ଧନୁଷ-ଐଶ୍ଵର୍ଯ୍ୟା, ଟ୍ଵିଟ୍ କରି ଦେଲେ ସୂଚନା
  • ||
  • ଲମତାପୁଟ : ପିକଅପ୍ ଭ୍ୟାନ୍‌ରୁ ୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୨ ଗିରଫ
  • ||

ଯିଏ ଯାହା ପାଇଁ ସେ ତାର …ବାହାଘର ଭାଙ୍ଗିଗଲା ପରେ ବି ପଡ଼ିଲା ହାତଗଣ୍ଠି, ପୁଲିସ୍‌ ସାଜିଲା ମଧ୍ୟସ୍ଥି

ଉନ୍ନାୱ : କୁହାଯାଏ ପୁଅ-ଝିଅ ମଧ୍ୟରେ ବାହାଘର ଏକ ବିଧି ନିର୍ଦ୍ଦିଷ୍ଟ । ଯିଏ ଯାହା ପାଇଁ ତାହା ଆଗରୁ ସ୍ଥିର ହୋଇଥାଏ, ଯାହାକି ବେଳେବେଳେ ଅନେକ ସଂପର୍କ ଭାଙ୍ଗିଗଲା ପରେ ବି ପୁଣି ଯୋଡ଼ି ହୋଇଯାଏ । ଏମିତି ଏକ ଘଟଣା ଉତ୍ତର ପ୍ରଦେଶର ଉନ୍ନାୱରେ ଦେଖିବାକୁ ମିଳିଛି । ଏଠାରେ ଏକ ବିବାହ ସ୍ଥିର ହେବା ପରେ ଭାଙ୍ଗି ଯାଇଥିଲା । କୌଣସି କଥାକୁ ନେଇ ଝିଅ ଘର ଲୋକେ ବାହାଘର କରିବାକୁ ରାଜି ହେଲେ ନାହିଁ । ଏହି କଥାକୁ ନେଇ ଯୁବକ ଜଣକ ଥାନାରେ ପହଞ୍ଚି ପୁଲିସ୍‌ର ସାହାଯ୍ୟ ମାଗିଥିଲେ । ପୁଲିସ୍‌ର ପ୍ରୟାସରେ ଯୁବକଙ୍କର ଇଚ୍ଛା ପୂରଣ ହୋଇଥିଲା  ଏବଂ ଥାନା ପରିସରରେ ଥିବା ମନ୍ଦିରରେ ଶୁଭ ଶାହାନାଇ ବାଜି ଥିଲା । ଥାନା ଅଧିକାରୀ କହିଥିଲେ କି ଉଭୟ ପକ୍ଷରର ଅଭିଭାବକଙ୍କର ଉପସ୍ଥିତିରେ ବିବାହ କାର୍ଯ୍ୟକ୍ରମ ସଂପନ୍ନ ହୋଇଥିଲା ।  

ହରଦୋଇ ଜିଲ୍ଲାର ପାଲୀ ଥାନା ଅଞ୍ଚଳର ପରେଲୀ ଗାଁ ନିବାସୀ ସୁବ୍ରତଙ୍କର ବିବାହ ଔରାସ ଥାନା ଅଞ୍ଚଳର ଲୋଧି ମଜରା ରାମପୁର ଗଢ଼ୋୱାର ରାଜେନ୍ଦ୍ରଙ୍କର ଝିଅ ସହ  ସ୍ଥିର ହୋଇଥିଲା ।  ନିର୍ବନ୍ଧ ମଧ୍ୟ ସରିଯାଇ ଥିଲା ।  ୧୪ ମଇରେ ବିବାହ  ହେବାର ନିଶ୍ଚିତ ହୋଇଥିଲା । ହେଲେ ଝିଅର ପିତା ବିବାହ ଭାଙ୍ଗି ଦେଇଥିଲେ ।  ସେପଟେ ଏକଥାକୁ ଗ୍ରହଣ କରିପାରିଲେନି ବର ସୁବ୍ରତ । ବହୁତ ଟେଷ୍ଟା ପରେ ସେ ସଫଳ ନହୋଇ ପାରି  ଥାନାର ଦ୍ୱାରସ୍ଥ ହୋଇଥିଲେ । ଏହି ବିବାହ ପାଇଁ ପୁଲିସ୍‌ର ସାହାଯ୍ୟ ମାଗିଥିଲେ ।

ପୁଲିସ୍‌ ଉଭୟ ପକ୍ଷକୁ ଥାନାକୁ ଡ଼ାକି ମାମଲା ବିଷୟରେ ବୁଝିଥିଲେ । ଥାନା ଅଧିକାରୀ ଝିଅର ଇଚ୍ଛା କଣ ପଚାରିବାରୁ ସେ ସୁବ୍ରତଙ୍କୁ ବିବାହ କରିବାକୁ ପ୍ରସ୍ତୁତ ହୋଇଗଲେ । ଏହାପରେ ଉଭୟ ପକ୍ଷର ବୁଝାମଣା ପରେ ଥାନା ପରିସରରେ ଥିବା ମନ୍ଦିରରେ ହିଁ ବର କନ୍ୟାଙ୍କର ପଡ଼ିଲା ହାତଗଣ୍ଠି । ଦୁହେଁ ସେଠାରେ ଅଗ୍ନୀଙ୍କୁ ସାଖି ରଖି ସାତ ଜନମର ସାଥି ହେଲେ ।

ସମ୍ବନ୍ଧିତ ଖବର