PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାହାକୁ ଆଧାର କାର୍ଡ ପଠାଇବା ପୂର୍ବରୁ ହୋଇଯାନ୍ତୁ ସାବଧାନ , ନୂଆ ଆଡଭାଇଜରୀ ଜାରି କଲେ ସରକାର , ହୋଟେଲ ଓ ସିନେମା ହଲ୍ ପରି ସଂସ୍ଥାକୁ ଆଧାର କପି ଦିଅନ୍ତୁ ନାହିଁ
  • ||
  • ୪ ରାଜ୍ୟସଭା ଆସନ ପାଇଁ ବିଜେଡିର ପ୍ରାର୍ଥୀ ଘୋଷଣା : ପୁଣି ରାଜ୍ୟସଭା ଯିବେ ସସ୍ମିତ ପାତ୍ର, ୩ ନୂଆ ମୁହଁଙ୍କୁ ସୁଯୋଗ
  • ||
  • ଭୁବନେଶ୍ଵର : କେରଳ ଛୁଇଁଲା ମୌସୁମୀ ବାୟୁ
  • ||
  • ନେପାଳରେ ଯାତ୍ରୀବାହୀ ବିମାନ ତାରା ଏୟାର ୯ NAET ର ମିଳୁନି ପତ୍ତା , ୪ ଭାରତୀୟଙ୍କ ସମେତ ୧୯ ଯାତ୍ରୀ ଥିବା ସୂଚନା
  • ||
  • ବ୍ରହ୍ମପୁର : ସନ୍ଧ୍ୟାବେଳେ ବେଳାଭୂମିରେ ବସିଥିବା ବେଳେ ମୁଣ୍ଡ ଉପରେ ପଡ଼ିଲା ଚଡ଼କ, ଛାତ୍ର ମୃତ ଛାତ୍ରୀ ଗୁରୁତର
  • ||
  • ବିଶ୍ୱର ସବୁଠୁ ବଡ଼ କ୍ରିକେଟ ଷ୍ଟାଡ଼ିୟମ୍‌ରେ ଖେଳା ଯିବ ଆଇପିଏଲ ୨୦୨୨ ଫାଇନାଲ
  • ||
  • ଆନନ୍ଦପୁର : ଝରକା ଗ୍ରୀଲ୍ ଭାଙ୍ଗି ଶିକ୍ଷକଙ୍କ ଘରେ କଳାକନା ବୁଲାଇଦେଲେ ଦୁର୍ବୃତ୍ତ, ୧୫ ଭରି ସୁନାଅଳଙ୍କାର ସହ ନଗଦ ୫୨ ହଜାର ଟଙ୍କା ଲୁଟ୍
  • ||
  • ସୋର : ଗୋରୁ ବୋଝେଇ କଣ୍ଟେନର ଜବତ, ୪୦ ରୁ ଉର୍ଦ୍ଧ୍ଵ ଗୋରୁ ଉଦ୍ଧାର, ୧୧ ଗିରଫ
  • ||
  • ସମାନ ନାଗରିକ ସଂହିତା ଲାଗୁ କରିବା ପ୍ରସ୍ତୁତିରେ ମୋଦି ସରକାର , ପ୍ରଥମେ ଉତ୍ତରାଖଣ୍ଡରେ ଏହି ଆଇନ୍‌ ଲାଗୁ କରାଯିବାର ଅଭ୍ୟାସ ଆରମ୍ଭ କରାଯାଇଛି
  • ||
  • ଗୁଜରାଟରେ ବଡ଼ ବିଜୟର ପ୍ରସ୍ତୁତିରେ ବିଜେପି , କଂଗ୍ରେସ ଦୁର୍ବଳତାର ବି ମିଳିବ ଫାଇଦା
  • ||

୧୨ହଜାର ଟଙ୍କା ପାଇଁ ଅନ୍ତରଙ୍ଗ ବନ୍ଧୁକୁ କଲା ହତ୍ୟା, ଅଭିଯୁକ୍ତ ଗିରଫ

ଉତ୍ତରପ୍ରଦେଶ ୧୦।୪: ସିରସା ଗାଁରେ ଗତ ଦୁଇ ତାରିଖରେ ଘଟିଥିବା ପେଟ୍ସ କମ୍ପାନୀ କର୍ମଚାରୀ ରାହୁଲର ହତ୍ୟା ମାମଲା ସାମ୍ନାକୁ ଆସିଛି। ପୁଲିସ ବୁଲାଓ୍ବଠୀ ବୁଲଂଦସହର ନିବାସୀ ତଥା ମୃତକର ସାଙ୍ଗ ହରେନ୍ଦ୍ରକୁ ଗିରଫ କରିଛି।

ପୁଲିସ କହିବାନୁସାରେ, ହରେନ୍ଦ୍ର ପାଖରେ ରାହୁଲର ୧୨ହଜାର ଟଙ୍କା ଉଧାର ଥିଲା। ରାହୁଲ ବାରମ୍ବାର ଟଙ୍କା ମାଗିବା ସତ୍ବେ ବି ସେ ଫେରାଉନଥିଲା। ଯେଉଁ କାରଣରୁ ହରେନ୍ଦ୍ର ରାହୁଲକୁ ହତ୍ୟା କରିଛି ବୋଲି ପୁଲିସ ସୂଚନା ଦେଇଛି।

ମିଳିଥିବା ସୂଚନା ଅନୁସାରେ ଦୁହେଁ ଗୋଟିଏ କମ୍ପାନୀରେ କାମ କରୁଥିଲେ। ଏହି ହତ୍ୟା ଘଟଣା ପରେ ରାହୁଲର ପରିବାର ଲୋକେ ହରେନ୍ଦ୍ରକୁ ସନ୍ଦେହ କରିଥିଲେ। ଏହାପରେ ପୁଲିସଟିମ୍ ଅଭିଯୁକ୍ତକୁ ହାଜତକୁ ନେଇଥିଲା ଏବଂ ହରେନ୍ଦ୍ର ପଚରାଉଚରା କରିବା ପରେ ସେ ହତ୍ୟା କରିଛି ବୋଲି ସ୍ବିକାର କରିଥିଲା। ପୁଲିସ ଘଟଣାସ୍ଥଳରୁ ବିଭିନ୍ନ ପ୍ରକାର ଅସ୍ତ୍ରଶସ୍ତ୍ର ଏବଂ ସିଲିଣ୍ଡର ଜବତ କରିଛି।

ହରେନ୍ଦ୍ର ସିଲିଣ୍ଡରରେ ହିଁ ରାହୁଲର ମୁଣ୍ଡକୁ ବାରମ୍ବାର ଆଘାତ ଦେଇଥିଲା। ହରେନ୍ଦ୍ର ରାଠୀ ଓ ରାହୁଲ ସିରସା ସ୍ଥିତ ଏକ ଭଡା ଘରେ ଦୁହେଁ ରହୁଥିଲେ। ଦୁହେଁ ଅନ୍ତରଙ୍ଗ ବନ୍ଧୁ ଥିଲେ। ଅନ୍ୟ ଜଣେ ସାଙ୍ଗ ମଧ୍ୟ ତାଙ୍କ ସହ ଭଡାରେ ରହୁଥିଲା। ଏହି ଘଟଣା ଘଟିବା ପରେ ସେହି ସାଙ୍ଗ ଜଣକ ଫେରାର ହୋଇଯାଇଛି। ପୁଲିସ ତଦନ୍ତ ଜାରୀ ରଖିଛି।