PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୋରାପୁଟ: କୋଟିଆରେ ଆନ୍ଧ୍ର କର୍ମଚାରୀଙ୍କୁ ଅଧାରାସ୍ତାରେ ଅଟକାଇଲା ଓଡ଼ିଶା ପୋଲିସ
  • ||
  • କଳାହାଣ୍ଡି: ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଅଫିସ ଘେରାଉ, ଘଟଣାସ୍ଥଳରେ ଉତ୍ତେଜନା ଜାରି
  • ||
  • ଭଦ୍ରକ: ବଉଳ ପୋଖରୀ ଅଞ୍ଚଳରୁ ୩୧୬ ଗ୍ରାମ୍ ବ୍ରାଉନସୁଗର ଜବତ କଲା ଗ୍ରାମଞ୍ଚଳ ଥାନା ପୋଲିସ, ୩ ଗିରଫ
  • ||
  • କେନ୍ଦୁଝର: ନିଖୋଜ ୪ ବର୍ଷର ଶିଶୁକନ୍ୟାର ଉଲଂଗ୍ନ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା କରି ଫିଙ୍ଗିଦେଇଥିବା ସନ୍ଦେହ
  • ||
  • ଖପ୍ରାଖୋଲ: ଯୁବକ ନିଖୋଜ ଅଭିଯୋଗ, ଶୁଳିଆବାହାଳ ଜଙ୍ଗଲ ମାଟିତଳୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର: ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଢ଼େଙ୍କାନାଳ: ଷଢ଼ଙ୍ଗୀ ରେଞ୍ଜ ଅନ୍ତର୍ଗତ ଲହଡ଼ା ସରଂକ୍ଷିତ ଜଙ୍ଗଲରେ ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଲା ଦନ୍ତା, ସେପ୍ଟିସିମିଆ ରୋଗରେ ଥିଲା ପୀଡିତ
  • ||
  • ନୂଆଦିଲ୍ଲୀ : ଆରପାରିରେ ଭେଟେରାନ୍ ଅଭିନେତ୍ରୀ ମୀନୁ ମୁମତାଜ
  • ||
  • ବାଙ୍କୀ : ଜଙ୍ଗଲୀ ବାରହା ଉପଦ୍ରବ, ରାତିହେଲେ ଉଜାଡୁଛନ୍ତି ଏକର ଏକର ଫସଲ
  • ||
  • ଭୁବନ : ବାଲି ଘାଟକୁ କେନ୍ଦ୍ର କରି ମରଣାନ୍ତକ ଆକ୍ରମଣ, ବାପ-ପୁଅ ଗୁରୁତର
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୩୦୫କୁ ବୃଦ୍ଧି
  • ||
  • ଭୁବନେଶ୍ୱର: ରାଜ୍ୟରେ ସାମାନ୍ୟ ଖସିଲା କରୋନା ଗ୍ରାଫ୍, ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୪୧ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ : ନଭେମ୍ବର ୨୯ରୁ ସଂସଦର ଶୀତ ଅଧିବେଶନ, ୨୦ଟି କାର୍ଯ୍ୟ ଦିବସ ରହିବ
  • ||
  • ଭୁବନେଶ୍ୱର : ଆଗକୁ ବଢ଼ିବ ଶୀତ, ଆଭ୍ୟନ୍ତରୀଣ ଓଡ଼ିଶାରେ ୨ ଡିଗ୍ରୀ ଖସିଲା ତାପମାତ୍ରା
  • ||
  • ଭୁବନେଶ୍ୱର : ଓଏଏସ୍‌ ସ୍ତରରେ ଛୋଟ ଧରଣର ଅଦଳବଦଳ, ପୁରୀ ସଦର ବିଡିଓ ଭାବେ ନୂଆ ଦାୟିତ୍ଵ ସମ୍ଭାଳିବେ ସମ୍ବିତ ଶତପଥୀ
  • ||
  • ସୁନ୍ଦରଗଡ଼ : ହାତୀପଲଙ୍କୁ ଘଉଡାଇବା ବେଳେ ଅଘଟଣ, ହାତୀ ଆକ୍ରମଣରେ ଯୁବକ ମୃତ
  • ||

ମହମବତୀ ଜଳାଇ କରିବାକୁ ଚାହୁଁଥିଲେ ନିଆରା ପ୍ରେମ ନିବେଦନ, ହେଲେ ଜଳିଗଲା ଘର

ନୂଆଦିଲ୍ଲୀ, ୬।୮: ପ୍ରେମ କରୁଥିବା ବ୍ୟକ୍ତି ଜଣେ ନିଜର ପ୍ରେମିକାକୁ ସବୁବେଳେ ନିଆରା ଢଙ୍ଗରେ ପ୍ରେମ ନିବେଦନ କରିବାକୁ ଚାହେଁ। ପ୍ରେମ ନିବେଦନ ବା ଲଭ୍ ପ୍ରପୋଜ୍ କରିବା ଏକ କଳା। କିନ୍ତୁ ସମସ୍ତେ ଏଥିରେ ଯେ ଦକ୍ଷ ତାହା କହିବା ସମ୍ଭବ ନୁହେଁ। ତେଣୁ ବହୁତ ପ୍ରେମିକ ଇଣ୍ଟରନେଟରୁ ପ୍ରେମ ନିବେଦନ କରିବାର ଶୈଳି ଶିଖିବାରେ ଲାଗିଛନ୍ତି। କିନ୍ତୁ ପରେ କରି ବସିଥାନ୍ତି ବଡ ଅସୁବିଧା।ଏଭଳି ଏକ ମାମଲା ଇଂଲଣ୍ଡର ସେଫିଲ୍ଡ ସହରରେ ଦେଖିବାକୁ ମିଳିଛି। ଜଣେ ବ୍ୟକ୍ତି ନିଜର ପ୍ରେମିକାକୁ ବିବାହ ପାଇଁ ପ୍ରପୋଜ୍ କରିବା ପାଇଁ ଖୁବ୍ ରୋମାଣ୍ଟିକ୍ ହୋଇପଡିଥିଲେ। ଏଥିପାଇଁ ସେ ନିଜର ଫ୍ଲାଟରେ ୧୦୦ ଟିଲାଇଟ୍ କ୍ୟାଣ୍ଡେଲ( ଛୋଟ ମହମବତୀ)  ଜଳାଇ ରୁମକୁ ଖୁବ୍ ଉଜ୍ବଳ କରିବାକୁ ଚାହୁଁଥିଲେ, କିନ୍ତୁ ମହମବତୀ ଘର ଭିତରେ ସୁନ୍ଦର ଆଲୋକ ଭରିଦେବା ବଦଳରେ ତାଙ୍କର ଘରକୁ ପୋଡି ଦେଇଥିଲା।

ସାଉଥ୍ ୟାର୍କସାୟର ଫାୟାର ଫାୟାର ଆଣ୍ଡ ରେସକ୍ୟୁ ସର୍ଭିସ ଟୁଇଟରରେ ଏହି ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି। ସେ ଫଟୋ ସେୟାର କରି ଲେଖିଛନ୍ତି, ଭଲ ଭାବରେ ଦେଖନ୍ତୁ। କ’ଣ ଦେଖିବାକୁ ମିଳୁଛି ଆପଣଙ୍କୁ? ହଁ ଆପଣ ଠିକ୍, ଶତାଧିକ ଟିଲାଇଟ୍ କ୍ୟାଣ୍ଡେଲ! ଜାଣିବାକୁ ଚାହିଁବେ ଏଠାରେ କ’ଣ ହୋଇଥିଲା? ଏସବୁ ଏକ ରୋମାଣ୍ଟିକ ପ୍ରପୋଜାଲ ପାଇଁ କରାଯାଇଥିଲା, ଯାହାକି ବିଲକୁଲ୍ ଅଲଗା ହୋଇଗଲା। ଏହାଦ୍ବାରା ଅନ୍ୟମାନଙ୍କୁ ମଧ୍ୟ ଶିକ୍ଷା ମିଳିଛି ଯେ, ମହମବତୀର ବ୍ୟବହାର କିଭଳି କରିବା ଦରକାର।

ଏହି ଘଟଣା ସୋମବାର ସେଫିଲ୍ଡର Abbeydale Road ରେ ଘଟିଛି। ବ୍ୟକ୍ତିଜଣକ ଘରକୁ କ୍ୟାଣ୍ଡେଲରେ ସଜାଇ ପ୍ରେମିକାକୁ ନେବାକୁ ଚାଲିଯାଇଥିଲେ। କିନ୍ତୁ ଯେତେବେଳେ କପଲ ରୁମକୁ ଫେରିଥିଲେ, ଘର ଭିତର ନିଆଁରେ ଜଳୁଛି। ଏହାପରେ ଫାୟାର ବ୍ରିଗେଡକୁ ଡକାଇ ନିଆଁ ଉପରେ କାବୁ କରାଯାଇଥିଲା। କୁହାଯାଉଛି ଯେ, ଏହି ଦୁର୍ଘଟଣାରେ କେହି ଆହତ ହୋଇନାହାନ୍ତି। ତେବେ ଏସବୁ ପରେ ମଧ୍ୟ ବ୍ୟକ୍ତି ଜଣଙ୍କୁ ତାଙ୍କର ପ୍ରେମିକା ବିବାହ ପାଇଁ ରାଜି ହୋଇଛନ୍ତି।

ସମ୍ବନ୍ଧିତ ଖବର