PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜଗତସିଂପୁର ଜିଲାର ଢିଙ୍କିଆ ପଞ୍ଚାୟତରେ ଆସନ୍ତା ବର୍ଷ ହେବ ପଞ୍ଚାୟତ ନିର୍ବାଚନ ।
  • ||
  • କୋଭିଡ୍‌ର କେବେ ବି ଅନ୍ତ ହେବ ନାହିଁ, ଭାଇରସ୍ ତାହାର ଚରିତ୍ର ବଦଳାଇବ : ସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ବଢିଲା କରୋନା ଗ୍ରାଫ୍, ୨୪ ଘଣ୍ଟାରେ ୭୪୨୬ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ପୁରୀ : ଖଣିରେ ଭାସୁଛି ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭୁବନେଶ୍ଵର : ଗାନ୍ଧି ମାର୍ଗରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ, ପତାକା ଉତ୍ତୋଳନ କଲେ ରାଜ୍ୟପାଳ
  • ||
  • ପଦ୍ମପୁର : ସ୍କୁଲ୍ ନାହିଁ ତ ଭୋଟ୍ ନାହିଁ, ଗାଁ ମୁଣ୍ଡରେ ପୋଷ୍ଟର ଲଗାଇ ଭୋଟ ବର୍ଜନ ପାଇଁ ଘୋଷଣା କଲେ ଗ୍ରାମବାସୀ
  • ||
  • ଯାଜପୁର : ବାଇକକୁ ଧକ୍କା ଦେଲା କାର୍, ଜଣେ ମୃତ
  • ||
  • ଭୁବନେଶ୍ଵର : ଆଜି ଘନ କୁହୁଡ଼ି, ୨୮ରୁ ଶୀତ ଲହରୀ
  • ||
  • ଭୁବନେଶ୍ଵର : ଦେଶ ପାଳନ କରୁଛି ୭୩ତମ ଗଣତନ୍ତ୍ର ଦିବସ, ରାଜପଥରେ ଦୁନିଆ ଦେଖିବ ଭାରତର ଶକ୍ତି
  • ||

ପ୍ରେମିକ ସାଜିଲା ହତ୍ୟାକାରୀ : କେଟାମାଇନ୍‌ ଇଞ୍ଜେକ୍ସନ ଲଗାଇ ନିଜ ପ୍ରେମିକାକୁ ମାରିଦେଲା

ajtak

ମୁମ୍ୱାଇ :  ପ୍ରେମିକ ସାଜିଲା ହତ୍ୟାକାରୀ ।  କେଟାମାଇନ୍‌ ଇଞ୍ଜେକ୍ସନ ଲଗାଇ ନିଜର ପ୍ରେମିକାଙ୍କର କରିଦେଲା ହତ୍ୟା ।  ଘଟଣାଟି ନଭି ମୁମ୍ୱାଇରେ ଘଟିଛି ।  ଅଭିଯୁକ୍ତ ପୁଲିସ୍‌କୁ କହିଛି କି ଯୁବତୀଙ୍କର ପ୍ରାଣଘାତୀ ରୋଗ ଥିଲା ଏବଂ ଏଥିପାଇଁ ସେ ତାଙ୍କୁ ବିବାହ କରିବାକୁ ଚାହୁଁନଥିଲେ । ଇଞ୍ଜେକ୍ସନ ଦେବା ପୂର୍ବରୁ ଅଭିଯୁକ୍ତ ତାର ପ୍ରେମିକାଙ୍କୁ କହିଥିଲା କି ଏଥିରେ ତାଙ୍କର ରୋଗ ଠିକ୍‌ ହୋଇଯିବ।

ପନୱେଲ ଥାନାର ଅଧିକାରୀଙ୍କ ମୁତାବିକ୍‌ , ୨୯ ମଇରେ ଜଣେ ମହିଳାଙ୍କର ଶବ ପନୱେଲ ଅଞ୍ଚଳରେ ମିଳିଥିଲା । ପୁଲିସ୍‌ ଶବକୁ ପୋଷ୍ଟମର୍ଟମ ପାଇଁ ପଠାଇ ଦେଇଛି ଏବଂ ମାମଲାର ଯାଞ୍ଚ ଆରମ୍ଭ କରିଦେଇଛି । ଶବ ପାଖରେ କୌଣସି ଆଇଡି ବା କାଗଜପତ୍ର ମିଳିନାହିଁ । ୩୦ତାରିଖ ଦିନ ଜଣେ ଅଟୋ ଚାଳକଙ୍କୁ ଏକ ପ୍ଲାଷ୍ଟିକ୍‌ର ବ୍ୟାଗ୍‌ ମିଳିଥିଲା , ଯେଉଁଥିରେ ଆଧାରକାର୍ଡ , ପର୍ସ ଓ ମହିଳାଙ୍କର କପଡ଼ା ଥିଲା।

ପରେ ରମେଶ ଥୋମ୍ୱ୍ରି ନାମକ ଜଣେ ବ୍ୟକ୍ତି ଥାନାକୁ ଆସିଥିଲେ । ଶବକୁ ଚିହ୍ନଟ କରିଥିଲେ । ସେ ପୁଲିସ୍‌କୁ କହିଥିଲେ, ମହିଳା ଜଣକ ତାଙ୍କର ଭଉଣୀ । ପୁଲିସ୍ ତାଙ୍କୁ ଅଟୋ ଚାଳକଙ୍କ ଠାରୁ ମିଳିଥିବା ଜିନିଷର ଚିହ୍ନଟ କରିବାକୁ କହିଥିଲା । ତାଙ୍କ ଭଉଣୀଙ୍କର ଏସବୁ ଜିନିଷ ବୋଲି ସେ ଚହ୍ନଟ କରି କହିଥିଲେ ।

ରମେଶ ପୁଲିସ୍‌ଙ୍କୁ କହିଛନ୍ତି କି ପନୱେଲର ଏକ ହସ୍ପିଟାଲରେ କାମ କରୁଥିବା ଚନ୍ଦ୍ରକାନ୍ତ ଗାୟକରଙ୍କ ସହ ତାଙ୍କ ଭଉଣୀଙ୍କର ସଂପର୍କ ଥିଲା । ସେ ଏହା ବି କହିଛନ୍ତି କି ସେ ନିଜର ଭଉଣୀଙ୍କୁ ଚନ୍ଦ୍ରକାନ୍ତ ଗାୟକରଙ୍କ ସହ ଫୋନ୍‌ରେ ଖୁବ୍‌ ଜୋରରେ ବିରକ୍ତି ହୋଇ କିଛି କହୁ ଥିବାର ଶୁଣିଥିଲା । ଏହାପରେ ଗାୟକରଙ୍କୁ ଧରିବା ପାଇଁ ପୁଲିସ୍‌ ଏକ ଟିମ୍‌ ପଠାଇଥିଲା, ତାଙ୍କୁ ଗିରଫ କରି ପଚରାପଚରି କରିବା ପରେ ସେ ନିଜର ଦୋଷ ସ୍ୱୀକାର କରିଥିଲା ।