ଇନଷ୍ଟାଗ୍ରାମରେ ଯୁବକଙ୍କ ରେପ୍‌ ପ୍ଲାନିଂ! ଦିଲ୍ଲୀ ପୁଲିସ୍‌ର ନୋଟିସ୍‌ ଜାରି

ନୂଆଦିଲ୍ଲୀ ୦୪ /୦୫ : ଭାରତରେ ଆଜି ଟ୍ୱିଟରରେ  #boyslockerroom ଟ୍ରେଣ୍ଡ କରୁଛି ।  ଯାହାକୁ ନେଇ  ସୋମବାର ସନ୍ଧ୍ୟା ୫ଟା ଯାଏ ୨୮ ହଜାରରୁ ଅଧିକ  ଟ୍ୱିଟ୍‌ ହୋଇ ସାରିଛି । ବାସ୍ତବିକ୍‌ କଥା ହେଲା , ଏହା ଏକ  ଇନଷ୍ଟାଗ୍ରାମ ଆକାଉଣ୍ଟ , ଯେଉଁଥିରେ ଅଧିକାଂଶ ଯୁବକମାନେ ସାମିଲ ଅଛନ୍ତି।  

ଏହି ଆକାଉଣ୍ଟ ସହ ଜଡ଼ିତ ଯୁବକଙ୍କ ପୋଷ୍ଟ ଏତେ ଆପତ୍ତିଜନକ ଯେ, ଏହି ମାମଲାରେ ସୂଚନା ସଂଗ୍ରହ କରି ଦିଲ୍ଲୀ  ମହିଳା ଆୟୋଗ ଦିଲ୍ଲୀ ପୁଲିସ୍‌ ଓ ଇନଷ୍ଟାଗ୍ରାମକୁ ନୋଟିସ୍‌ ମଧ୍ୟ ଜାରି କରିଛି।

ଗ୍ରୁପ୍‌ରେ ହୁଏ ଅଶ୍ଳୀଳ ଗତିବିଧି – ଏଥିରେ ସାମିଲ  ୟୁଜରମାନେ ଝିଅଙ୍କ ଫଟୋ ସେୟାର କରି  ଅଶ୍ଳୀଳ କଥାବାର୍ତ୍ତା କରନ୍ତି । ଯେଉଁଥିରେ ଅଧିକାଂଶ  ଫଟୋ ମଡିଫାଇଡ୍‌ ହୋଇଥାଏ । ଗ୍ରୁପରେ ଶାରୀରିକ ହିଂସା ଓ ଯୌନ ଶୋଷଣକୁ ନେଇ କଥାବାର୍ତ୍ତା ମଧ୍ୟ ହୁଏ।

ରିପୋର୍ଟ ଅନୁସାରେ , ଏହି ଗ୍ରୁପରେ ସାମିଲ  ୟୁଜରଙ୍କ ମଧ୍ୟରୁ ଅଧିକାଂଶ ଅଳ୍ପ ବୟସର ଯୁବକ ଥାନ୍ତି , ଯେଉଁମାନେ ଦିଲ୍ଲୀରେ ହିଁ ରହିଥାନ୍ତି ।

   ସମ୍ବନ୍ଧିତ ଖବର


ଅଦଭୁତ ମଣିଷ; ପାଖରେ ଗୁଟଖା ନଥିବାରୁ ଚେନ୍‌ ଟାଣି ଟ୍ରେନ ଆଟକାଇଦେଲା ଯାତ୍ରୀ, ଆରପିଏଫ କାଟିଲା ଚାଲାଣ…

ଇତିହାସ ରଚିଲେ ହରପ୍ରୀତ ସିଂ, ଇଣ୍ଡିଆନ ଏୟାରଲାଇନ୍ସର ପ୍ରଥମ ମହିଳା ସିଇଓ ନିଯୁକ୍ତ

ମହିଳାଙ୍କ ଉପରେ ମୁକେଶ ଖାନ୍ନାଙ୍କ ବିବାଦୀୟ ମନ୍ତବ୍ୟର ଭିଡିଓ ଭାଇରାଲ, ଫ୍ୟାନ୍ସ କହିଲେ-‘ଶକ୍ତିମାନ’ ନୁହେଁ ‘କିଲଭିସ୍’

ପୁଣି ସୀମାରେ ପାକିସ୍ତାନୀ ଡ୍ରୋନ୍, ବିଏସ୍‌ଏଫ୍‌ର ଫାୟରିଂ ପରେ ଫେରିଗଲା

ଲୁଚା ଛପା ଭାବରେ ନିଜ ଦେଶର ଲୋକଙ୍କୁ ଚୀନ୍ ଦେଉଛି ଟୀକା, ଅନ୍ୟ କାହାକୁ ଜଣାଇଲେ ଦୃଢ କାର୍ଯ୍ୟାନୁଷ୍ଠାନ ଧମକ

ବିବାହ ପାଇଁ ଧର୍ମପରିବର୍ତ୍ତନ ବୈଧ ନୁହେଁ, ଆହ୍ଲାବାଦ ହାଇକୋର୍ଟଙ୍କ ବଡ଼ ନିଷ୍ପତ୍ତି