ପ୍ରଥମ ଥର ସମସ୍ତଙ୍କ ସମ୍ମୁଖରେ ଆଲିଆଙ୍କୁ ଆଲିଙ୍ଗନ କଲେ ରଣବୀର

ମୁମ୍ବାଇ,୪।୩: ବଲିଉଡ ଷ୍ଟାର ରଣବୀର କପୁର ଓ ଆଲିଆ ଭଟ୍ଟଙ୍କ ପ୍ରେମ ସମ୍ପର୍କକୁ ନେଇ ଗତ କିଛି ଦିନ ହେବ ଖୁବ ଚର୍ଚ୍ଚା ହେଉଛି। ଅନେକ ସମୟରେ ଦୁହେଁ ନିଜ ନିଜର ସମ୍ପର୍କକୁ ନେଇ ପରୋକ୍ଷରେ ଇଶାରା ଦେଇସାରିଛନ୍ତି। ତେବେ ଦୁହିଁଙ୍କ ଭିତରୁ କେହିବି ସିଧାସଳଖ ଭାବରେ ନିଜ ସମ୍ପର୍କ ନେଇ କିଛି କହିନାହାଁନ୍ତି।କିନ୍ତୁ ଏବେ ଆଲିଆ ଓ ରଣବୀରଙ୍କ ଫଟୋ ଏବଂ ଭିଡିଓ ଦେଖିବାକୁ ମିଳିଛି। ଯେଉଁଥିରେ ରଣବୀର ସମସ୍ତଙ୍କ ସମ୍ମୁଖରେ ଆଲିଆଙ୍କୁ ଆଲିଙ୍ଗନ କରୁଛନ୍ତି। ପରସ୍ପର ମଧ୍ୟ ଖୁବ୍ ଖୁସିରେ ଥିବାର ଜଣାପଡୁଛି।

ରଣବୀର ଓ ଆଲିଆ କୁମ୍ଭ ମେଳାରେ ସାମିଲ ହେବା ପାଇଁ ପ୍ରୟାଗରାଜ ବାହାରିଛନ୍ତି। ଏନେଇ ଆଲିଆ ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ବହୁତ ଗୁଡିଏ ଭିଡିଓ ପୋଷ୍ଟ କରିଛନ୍ତି। ଯେଉଁଥିରେ ତାଙ୍କର ଓ ରଣବୀରଙ୍କ ଖୁବ୍ ଜବରଦସ୍ତ କେମେଷ୍ଟ୍ରୀ ଦେଖିବାକୁ ମିଳିଛି।
ଭିଡିଓରେ ଆଲିଆ କହୁଛନ୍ତି ସେ ତାଙ୍କର ସମ୍ପୂର୍ଣ୍ଣ ‘ବ୍ରହ୍ମାସ୍ତ୍ର’ ଟିମ୍ ସହିତ କୁମ୍ଭ ମେଳା ଯାଉଛନ୍ତି। ଏଥରେ ଆଲିଆ କହୁଛନ୍ତି ଜାଣିଛନ୍ତି ଆମେ ସବୁ ସେଠାକୁ କାହିଁକି ଯାଉଛୁ? ଆଲିଆଙ୍କୁ ଚିଡେଇବା ଶୈଳିରେ ରଣବୀର କହୁଛନ୍ତି ଆମେ ଆଲିଆକୁ ଛାଡିବାକୁ ଯାଉଛୁ। ଏନେଇ ଆଲିଆ କହୁଛନ୍ତି ନା ଆମେ ଏଥିପାଇଁ ଯାଉ ନାହୁଁ। ଭିଡିଓରେ ଆଲିଆଙ୍କ ସହ ଆୟାନ ମୁଖର୍ଜୀ ଓ ରଣବୀର ମଧ୍ୟ ରହିଛନ୍ତି। ଆଲିଆ ଓ ରଣବୀରଙ୍କ ଏହି ଫଟୋ ଏବଂ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ପସନ୍ଦ କରାଯାଇଛି।