ସୁପରସୋନିକ କ୍ରୁଜ୍ ମିଶାଇଲ ‘ବ୍ରହ୍ମୋସ’ର ସଫଳ ପରୀକ୍ଷଣ, ଆରବ ସାଗରରେ କଲା ଲକ୍ଷ୍ୟଭେଦ

ଚେନ୍ନାଇ,୧୮।୧୦: ଭାରତ ରବିବାର ନୌସେନାର ସ୍ବଦେଶୀ ଷ୍ଟିଲଥ୍ ଡେଷ୍ଟ୍ରୟର ଆଇଏନଏସ୍ ଚେନ୍ନାଇରୁ (Stealth Destroyer INS Chennai) ବ୍ରହ୍ମୋସ ସୁପରସୋନିକ୍ କ୍ରୁଜ ମିଶାଇଲର ସଫଳ ପରୀକ୍ଷଣ କରିଛି। ପରୀକ୍ଷଣ ବେଳେ ମିଶାଇଲ ଆରବ ସାଗରର ଏକ ଲକ୍ଷ୍ୟ ଉପରେ ଟାର୍ଗେଟ କରିଛି। ମିଶାଇଲଟି ଉଚ୍ଚ-ସ୍ତରୀୟ ଓ ଅତ୍ୟନ୍ତ ଜଟିଳ ଯୁଦ୍ଧାଭ୍ୟାସ କରିବା ପରେ  ସଫଳତାପୂର୍ବକ ଲକ୍ଷ୍ୟଭେଦ କରିଛି।

ଉଲ୍ଲେଖନୀୟ ଯେ, ପରୀକ୍ଷଣର ଟାଇମିଂକୁ ଖବୁ୍ ଗୁରୁତ୍ବପୂର୍ଣ୍ଣ ବୋଲି କୁହାଯାଉଛି। ଏଭଳି ସମୟରେ ଯେତେବେଳେ ଭାରତ ଓ ଚୀନ୍ ଭିତରେ ସୀମା ବିବାଦ ବଢିଯାଇଛି ସେହି ସମୟରେ ଏହି ମିଶାଇଲ ପରୀକ୍ଷଣ ହୋଇଛି। ପୂର୍ବରୁ ଏହାର ରେଞ୍ଚ ୨୯୦ କିଲୋମିଟର ଥିଲା ପରେ ୪୦୦ କିଲୋମିଟର ପର୍ଯ୍ୟନ୍ତ ଏହାକୁ କରି ଦିଆଯାଇଛି। ଅନୁମାନ କରାଯାଉଛି ଯେ, ସୁପରସୋନିକ କ୍ରୁଜ ମିଶାଇଲ ୪୫୦ କିଲୋମିଟରରୁ ଅଧିକ ଦୂର ପର୍ଯ୍ୟନ୍ତ ଟାର୍ଗେଟ କରିପାରେ।

   ସମ୍ବନ୍ଧିତ ଖବର


ଆଇଫୋନ୍‌ ୟୁଜର୍ସଙ୍କୁ ଝଟକା, ଆପ୍ସ ପାଇଁ ଦେବାକୁ ପଡ଼ିବ ଅଧିକ ଟଙ୍କା

ସାଂଘାତିକ ଷଡଯନ୍ତ୍ର-ପ୍ରେମିକ ସହ ମିଶି ଛାଡପତ୍ର ପାଇଁ ପତିଙ୍କ ପ୍ରାଇଭେଟ୍‌ ପାର୍ଟ କାଟିବା ପାଇଁ ଚେଷ୍ଟା କରୁଥିଲେ ନବ ବିବାହିତା

ଶୋକରେ ବି ଫାର୍ସ: ବାପାଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବା ପୂର୍ବରୁ ଚିରାଗ ପାଶଓ୍ବାନଙ୍କ ରିହର୍ସଲ, ଭିଡିଓ ଭାଇରାଲ

ପ୍ରିନ୍ସପାଲଙ୍କ ବିରୁଦ୍ଧରେ ଏମିତି ଅଭିଯୋଗ ଆଣିଲେ ମହିଳା ପ୍ରଫେସର, କହିଲେ ‘କ୍ୟାମେରାରେ ଜୁମ୍ କରି ଦେଖନ୍ତି…’

ଫେସବୁକ୍‌ ଇଣ୍ଡିଆର ପଲିସି ହେଡ ଆଂକ୍ଷୀ ଦାସଙ୍କ ଇସ୍ତଫା

ଲଭ୍‌ ଜିହାଦ ମାମଲାରେ ନିକିତାଙ୍କ ହତ୍ୟା- ହତ୍ୟାକାରୀ ତସିଫ୍‌ ବିଧାୟକଙ୍କ ସମ୍ପର୍କୀୟ ଭାଇ