PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୋରାପୁଟ: କୋଟିଆରେ ଆନ୍ଧ୍ର କର୍ମଚାରୀଙ୍କୁ ଅଧାରାସ୍ତାରେ ଅଟକାଇଲା ଓଡ଼ିଶା ପୋଲିସ
  • ||
  • କଳାହାଣ୍ଡି: ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଅଫିସ ଘେରାଉ, ଘଟଣାସ୍ଥଳରେ ଉତ୍ତେଜନା ଜାରି
  • ||
  • ଭଦ୍ରକ: ବଉଳ ପୋଖରୀ ଅଞ୍ଚଳରୁ ୩୧୬ ଗ୍ରାମ୍ ବ୍ରାଉନସୁଗର ଜବତ କଲା ଗ୍ରାମଞ୍ଚଳ ଥାନା ପୋଲିସ, ୩ ଗିରଫ
  • ||
  • କେନ୍ଦୁଝର: ନିଖୋଜ ୪ ବର୍ଷର ଶିଶୁକନ୍ୟାର ଉଲଂଗ୍ନ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା କରି ଫିଙ୍ଗିଦେଇଥିବା ସନ୍ଦେହ
  • ||
  • ଖପ୍ରାଖୋଲ: ଯୁବକ ନିଖୋଜ ଅଭିଯୋଗ, ଶୁଳିଆବାହାଳ ଜଙ୍ଗଲ ମାଟିତଳୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର: ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଢ଼େଙ୍କାନାଳ: ଷଢ଼ଙ୍ଗୀ ରେଞ୍ଜ ଅନ୍ତର୍ଗତ ଲହଡ଼ା ସରଂକ୍ଷିତ ଜଙ୍ଗଲରେ ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଲା ଦନ୍ତା, ସେପ୍ଟିସିମିଆ ରୋଗରେ ଥିଲା ପୀଡିତ
  • ||
  • ନୂଆଦିଲ୍ଲୀ : ଆରପାରିରେ ଭେଟେରାନ୍ ଅଭିନେତ୍ରୀ ମୀନୁ ମୁମତାଜ
  • ||
  • ବାଙ୍କୀ : ଜଙ୍ଗଲୀ ବାରହା ଉପଦ୍ରବ, ରାତିହେଲେ ଉଜାଡୁଛନ୍ତି ଏକର ଏକର ଫସଲ
  • ||
  • ଭୁବନ : ବାଲି ଘାଟକୁ କେନ୍ଦ୍ର କରି ମରଣାନ୍ତକ ଆକ୍ରମଣ, ବାପ-ପୁଅ ଗୁରୁତର
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୩୦୫କୁ ବୃଦ୍ଧି
  • ||
  • ଭୁବନେଶ୍ୱର: ରାଜ୍ୟରେ ସାମାନ୍ୟ ଖସିଲା କରୋନା ଗ୍ରାଫ୍, ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୪୧ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ : ନଭେମ୍ବର ୨୯ରୁ ସଂସଦର ଶୀତ ଅଧିବେଶନ, ୨୦ଟି କାର୍ଯ୍ୟ ଦିବସ ରହିବ
  • ||
  • ଭୁବନେଶ୍ୱର : ଆଗକୁ ବଢ଼ିବ ଶୀତ, ଆଭ୍ୟନ୍ତରୀଣ ଓଡ଼ିଶାରେ ୨ ଡିଗ୍ରୀ ଖସିଲା ତାପମାତ୍ରା
  • ||
  • ଭୁବନେଶ୍ୱର : ଓଏଏସ୍‌ ସ୍ତରରେ ଛୋଟ ଧରଣର ଅଦଳବଦଳ, ପୁରୀ ସଦର ବିଡିଓ ଭାବେ ନୂଆ ଦାୟିତ୍ଵ ସମ୍ଭାଳିବେ ସମ୍ବିତ ଶତପଥୀ
  • ||
  • ସୁନ୍ଦରଗଡ଼ : ହାତୀପଲଙ୍କୁ ଘଉଡାଇବା ବେଳେ ଅଘଟଣ, ହାତୀ ଆକ୍ରମଣରେ ଯୁବକ ମୃତ
  • ||

ଅବଳା କିନ୍ତୁ ଦୁର୍ବଳା ନୁହେଁ: ଦିନରେ ରାଜମିସ୍ତ୍ରୀ, ରାତିରେ ପାଠପଢ଼ା

ନୂଆପଡ଼ା ୨୨/୯(ରତନ କେତକୀ): ସେ ହାତ ଖାଲି ଚୁଲି ଜାଳେ ନାହିଁ, ଖାଦ୍ୟ ପରଷେ ନାହିଁ । ଇଟା, ବାଲି, ପଥରକୁ ଯୋଡ଼ି ସୁଦୃଶ୍ୟ ଅଟ୍ଟାଳିକା ଛିଡ଼ା କରାଏ । ନିଜ ନରମ ହାତରେ ଯାଦୁକାରୀ ଶକ୍ତି ଫୁଟାଉଥିବା ଚର୍ଚ୍ଚିତ ଯୁବତୀ ଜଣକ ହେଉଛନ୍ତି ନୂଆପଡ଼ା ଜିଲ୍ଲା କୋମନା ବ୍ଲକ୍‌ ନୂଆଗାଁର ପଦ୍ମିନୀ ରଣା । ଜିଲ୍ଲାର ପ୍ରଥମ ମହିଳା ରାଜମିସ୍ତ୍ରୀ ଭାବେ ପଦ୍ମିନୀ ପ୍ରସିଦ୍ଧି ଅର୍ଜନ କରିଛନ୍ତି ।ପରିସ୍ଥିତିର ତାଡ଼ନାରେ ପଦ୍ମିନୀ ହାଇସ୍କୁଲରୁ ପାଠପଢ଼ା ଛାଡ଼ିଦେଇଥିଲେ । ବୃଦ୍ଧା ମା’ଙ୍କୁ ସହାୟ ହେବାପାଇଁ କରଣୀ, ଗୁଲି, ସୂତା, ଗୁନିଆ ଧରି ଘରୁ ଗୋଡ଼ କାଢ଼ିଥିଲେ । ରାଜମିସ୍ତ୍ରୀ ହେବା ସହିତ ସେ ପୁଣି ପାଠ ପଢ଼ା ଆରମ୍ଭ କରିଛନ୍ତି । ଏବେ ଯୁକ୍ତ ଦୁଇରେ ନାମ ଲେଖାଇଛନ୍ତି । କିନ୍ତୁ କାମକୁ ଗଲାବେଳେ ପରିଶ୍ରମୀ ପୁଅ ଭଳି ଜିନ୍ସ ପ୍ୟାଣ୍ଟ, ଫୁଲସାର୍ଟ ପିନ୍ଧି ମୁଣ୍ଡରେ ପଗଡ଼ି ବାନ୍ଧି ଲାଗିପଡ଼ନ୍ତି ଗୃହନିର୍ମାଣ କାମରେ । ସୂକ୍ଷ୍ମ ତଥା ସୁନ୍ଦର କାରୁକାର୍ଯ୍ୟ ପାଇଁ ଅଞ୍ଚଳରେ ତାଙ୍କର ବେଶ୍‌ ପ୍ରସିଦ୍ଧି । ସରକାରୀ ଯୋଜନା ହେଉକି ଘର, ଡିଜାଇନ ସହ ଯୋଡ଼େଇ, ପ୍ଲାଷ୍ଟରିଂ, ସବୁଥିରେ ସିଦ୍ଧହସ୍ତା ସେ । ଏପରିକି ଘର ତିଆରି ପାଇଁ ଲୋକଙ୍କୁ ପ୍ଲାନିଂ ବି ଦିଅନ୍ତି । ମାତ୍ର ୧୮ବର୍ଷ ବୟସରେ ବଡ଼ବଡ଼ ଅଟ୍ଟାଳିକା ତିଆରି କରି ବେଶ୍‌ ଚର୍ଚ୍ଚିତ ।ନୂଆପଡ଼ା ଜିଲ୍ଲାର ଦୁର୍ଗମ ନୂଆଗାଁରେ ମା’ କୌଶଲ୍ୟାଙ୍କ ସହ ରୁହନ୍ତି ପଦ୍ମିନୀ ।

ପିଲାଟି ଦିନରୁ ବାପା ଗୁଣଧରକୁ ହରାଇବା ପରେ ପଦ୍ମିନୀ ଓ ତାଙ୍କ ଅନ୍ୟ ଦୁଇ ଭଉଣୀଙ୍କ ପାଇଁ ମା’ ହିଁ ଏକମାତ୍ର ସାହାରା ଥିଲେ । କୌଶଲ୍ୟା ପରଘରେ ମୂଲ ଲାଗି ୩ ଝିଅଙ୍କ ଭରଣପୋଷଣ କରୁଥିଲେ । ପରେ ବହୁ କଷ୍ଟରେ ଦୁଇ ଝିଅକୁ ବିବାହ ଦେଇଥିଲେ । ଏବେ ପରିଣତ ବୟସରେ ମା’ କୌଶଲ୍ୟାଙ୍କ ସହ ଗାଁରେ ଏକୁଟିଆ ରହୁଛନ୍ତି ପଦ୍ମିନୀ । କୌଶଲ୍ୟା କାମଧନ୍ଦା କରି ନପାରିବାରୁ ପରିବାର ଚଳିବା କଷ୍ଟକର ହୋଇପଡ଼ିଲା । ଏଭଳି ସ୍ଥିତିରେ ପଦ୍ମିନୀଙ୍କ ମୁଣ୍ଡରେ ପରିବାରର ବୋଝ ମାଡ଼ିବସିଲା । ୧୩ ବର୍ଷ ବୟସରେ ହାଇସ୍କୁଲ ପାଠ ଛାଡ଼ି ଦିନ ମଜୁରିଆ ପାଲଟିଗଲେ । କାମ ସହ ପାଠ ପଢ଼ା ବି ଚାଲିଥିଲା । ଦୁଇ ବର୍ଷ ତଳେ ନୂଆଗାଁ ହାଇସ୍କୁଲରୁ ମାଟ୍ରିକ ପାସ୍‌ କଲେ । ଏବେ ଗାଁ ନିକଟ ବୁଦ୍ଧିକୋମନା କଲେଜରେ ଯୁକ୍ତ ଦୁଇ ଅଧ୍ୟୟନ କରୁଛନ୍ତି । ଛାତ୍ର ଜୀବନରୁ ପଦ୍ମିନୀ ଜଣେ ଭଲ ଆଥଲେଟ୍‌ ମଧ୍ୟ । ଫୁଟବଲ, କବାଡ଼ି, ଭଳିବଲ ଖେଳ ସହ ଦୌଡ଼ରେ ପାରଙ୍ଗମ ହୋଇ ଜଣେ ଦକ୍ଷ ଖେଳାଳି ଭାବେ ବେଶ ନାଁ କରିଛନ୍ତି । କଲେଜ ପଢୁଆ ଝିଅ ପାଇଁ ଦୈନିକ ଶହେ ଟଙ୍କାରେ ପରିବାର ଚଳାଇବା କଷ୍ଟକର ହୋଇପଡ଼ିଲା । ଏହାପରେ ଅଭାବରୁ ମୁକ୍ତି ପାଇଁ ମିସ୍ତ୍ରୀ କାମ କରିବାକୁ ସେ ମନ ବଳାଇଲେ । ରାଜମିସ୍ତ୍ରୀ ଚିତ୍ରସେନ ଶବରଙ୍କ ପାଖରେ ପ୍ରଥମେ ମିସ୍ତ୍ରୀ କାମ ଶିଖିଥିଲେ ।

୩ ବର୍ଷ ଭିତରେ ଶତାଧିକ ଆବାସ ଯୋଜନା, ବିଜୁ ପକ୍କାଘର ସହ ବେସରକାରୀ ଘର ତିଆରି କରି ସାରିଲେଣି ପଦ୍ମିନୀ । ଏବେ ଜଣେ ଦକ୍ଷ ରାଜମିସ୍ତ୍ରୀ ଭାବେ ନୂଆଁଗା, କାଣ୍ଡେତରା, ବୁଦ୍ଧିକୋମନା ପଞ୍ଚାୟତର ୧୦ ଖଣ୍ଡ ଗାଁରେ ପରିଚିତା । ଏବେ ଯୁକ୍ତ ଦୁଇ ଶେଷ ବର୍ଷରେ ପଡ଼ିବା ସହ ନିୟମିତ କାମକୁ ଯାଉଛନ୍ତି । ପ୍ରତିଦିନ ସକାଳୁ ଉଠି ଘର କାମରେ ମା’ଙ୍କୁ ସହଯୋଗ କରନ୍ତି । ଘରୁ ଟିଫିନ, ପଖାଳ ଭାତ ଖାଇ କାମ କରିବାକୁ ଯାଆନ୍ତି । କାମରୁ ଫେରିବା ପରେ ପୁଣି ସମୟ ବାହାର କରି ପାଠ ପଢ଼ିଥାନ୍ତି । ଆଗକୁ ଯୁକ୍ତ ତିନି ପଢ଼ିବାର ଇଚ୍ଛା ରଖିଛନ୍ତି । ଏବେ ରାଜମିସ୍ତ୍ରୀ ଭାବରେ ଦୈନିକ ୪ ଶହ ଟଙ୍କା ରୋଜଗାର କରି ହସଖୁସିରେ ପରିବାର ଚଳାଉଛନ୍ତି । ନୂଆପଡ଼ା ତଥା ଆଖପାଖ ଜିଲ୍ଲାରେ ପ୍ରଥମ ମହିଳା ରାଜମିସ୍ତ୍ରୀ ହୋଇଥିବା ବେଳେ ଅନ୍ୟ ଯୁବତୀଙ୍କ ପାଇଁ ଉଦାହରଣ ସାଜିଛନ୍ତି ।ପଦ୍ମିନୀଙ୍କ ପ୍ରତିଭା ସମ୍ପର୍କରେ ଜିଲ୍ଲାପାଳ ସ୍ୱଧାଦେବ ସିଂ କୁହନ୍ତି, କଲେଜ ପଢୁଆ ଝିଅ ରାଜମିସ୍ତ୍ରୀ କଥା ଶୁଣି ସେ ଆଶ୍ଚର୍ଯ୍ୟ ହେବା ସହ ବହୁତ ଖୁସି ଅନୁଭବ କରୁଛନ୍ତି । ଏହା ଆମ ପାଇଁ ଖୁସି ଖବର ଓ ଆମେ ଗର୍ବିତ । ଆଗାମୀ ଦିନରେ ଝିଅକୁ ଅନ୍ୟାନ୍ୟ ସରକାରୀ ସୁବିଧା ସୁଯୋଗ ଯୋଗାଇ ଦେବାକୁ ସେ ପ୍ରତିଶ୍ରୁତି ଦେଇଛନ୍ତି ।