ଏଭଳି ଏକ ଗାଁ, ଯେଉଁଠି ସୂର୍ଯ୍ୟ କିରଣ ପଡିଲେ ତରଳି ଯାଉଛି ଲୋକଙ୍କ ଶରୀର

ନୂଆଦିଲ୍ଲୀ,୬।୪: ସୂର୍ଯ୍ୟ କିରଣ ସବୁବେଳେ ମଣିଷଙ୍କ ପାଇଁ ଖୁବ୍ ଲାଭଦାୟକ ବୋଲି କୁହାଯାଇଥାଏ। ଏହା ଦ୍ବାରା ବିଭିନ୍ନ ରୋଗରୁ ସୁରକ୍ଷା ମିଳିଥାଏ। ତେବେ ବ୍ରାଜିଲର ସାଓପୋଲରେ ଏଭଳି ଏକ ଗାଁ ରହିଛି, ଯେଉଁଠାରେ ସୂର୍ଯ୍ୟ କିରଣ ଅର୍ଥାତ ଖରା ବାଜିବା ମାତ୍ରେ ମୁହଁ ଏବଂ ଶରୀରକୁ ତରଳାଇ ଦେଉଛି। ଏଠାକାର ଲୋକେ ଦିନ ବଦଳରେ ରାତିରେ ବାହାରକୁ ଯିବାକୁ ପସନ୍ଦ କରିଥାନ୍ତି।

source:https://www.dailymail.co.uk

ଏହି ଗାଁର ନାଁ ହେଉଚି ଅରାରସ୍। ଏଠାରେ ଅଧିକାଂଶ ଲୋକ ଚାଷବାସ କରି ଜୀବିକା ନିର୍ବାହ କରିଥାନ୍ତି। ତେଣୁ ଏହି ଦୃଷ୍ଟିରୁ ତାଙ୍କୁ ଖରାରେ କାମ କରିବାକୁ ପଡିଥାଏ। କିଛି ଲୋକଙ୍କ ପାଖରେ ପାଖରେ ଖରାରେ କାମ କରିବା ଛଡା ଅନ୍ୟ କିଛି ଉପାୟ ନାହିଁ। ଖରାରେ ବାହାରକୁ ଯିବା କାରଣରୁ ସେମାନଙ୍କ ଦେହ ତରଳି ଯାଉଛି। ଏହାଦ୍ବାରା ଲୋକଙ୍କର ତ୍ବଚା ଲାଲ ଓ ରୁକ୍ଷ ହୋଇଯାଉଛି।

source:https://www.dailymail.co.uk

ପ୍ରକୃତରେ ଏହି ଗାଁର ଲୋକ ଏକ ଦୁର୍ଲଭ ରୋଗରେ ପୀଡିତ, ଯାହାର ନାମ ଜେରୋଡର୍ମା ପିଗମେଣ୍ଟେସନ୍। ଏହି ରୋଗରେ ଖରା ବାଜିବା କାରଣରୁ ତ୍ବଚା ତରଳି ଯାଇଥାଏ। ଏଭଳି ଭୟାନକ ରୋଗ କାରଣରୁ ସେଠାକାର ଲୋକଙ୍କ ଜୀବନ ଖୁବ୍ କଷ୍ଟକର ହୋଇପଡିଛି।

source:https://www.dailymail.co.uk

ଏଭଳି ରୋଗ ଲକ୍ଷେ ଲୋକଙ୍କ ଭିତରେ ଜଣକୁ ହେଉଥିଲେ ମଧ୍ୟ ଏହି ଗାଁର ଅଧିକାଂଶ ଲୋକ ଏହି ରୋଗରେ ପୀଡିତ। ଅରାରସ୍ ଗାଁରେ ପ୍ରାୟ ୮୦୦ ଲୋକ ରହୁଛନ୍ତି, ଯାହା ଭିତରେ ୬୦୦ ଲୋକ ଏହି ରୋଗରେ ପୀଡିତ।

source:https://www.dailymail.co.uk

ଏହି ରୋଗ ପଛର କାରଣ ଆନୁବଂଶିକ ହୋଇପାରିଥାଏ ବୋଲି କୁହାଯାଉଛି। ଆଉ କିଛି ଲୋକଙ୍କ ମତରେ ଏହା ଏକ ପ୍ରକାର ଯୌନ ରୋଗ, କିଛି ଲୋକ ଭାବନ୍ତି ଏହା ଭଗବାନ ଦେଇଥିବା ଏକ ଦଣ୍ଡ ଯାହାକୁ ଏହି ଲୋକମାନେ ଭୋଗୁଛନ୍ତି।

   ସମ୍ବନ୍ଧିତ ଖବର


କାହାକୁ ନଜଣାଇ ଲୁଚିଛପି କିମ ଜୋଙ୍ଗ ଉନ ନିଜ ପରିବାର ସହ ନେଇଗଲେ କରୋନା ଟିକା, ଜାଣନ୍ତୁ କେଉଁଠୁ ପାଇଲେ ସେ ଟିକା ?

ଥରେ କି ଦୁଇଥର ନୁହେଁ ଏବେ ତୃତୀୟଥର ପାଇଁ କରୋନାକୁ ମାତ୍ ଦେଲେ ଏହି ମହିଳା, ବୟସ ଜାଣିଲେ ଆଶ୍ଚର୍ଯ୍ୟ ହେବେ…

୧୨୬ ବର୍ଷରେ ପ୍ରଥମ ଥର ପାଇଁ ଜଣେ ଭାରତୀୟ ହେବେ ବାଟାର ବସ୍

ଆତଙ୍କବାଦୀକୁ “ସୈନ୍ୟ ସମ୍ନାନ” ଭୂଷିତ କରୁଛି ପାକିସ୍ତାନ ? 26/11 ଆକ୍ରମଣରେ ନିଭାଇଥିଲା ବଡ ଭୁମିକା…

ତଦନ୍ତ ବେଳେ ଆଶ୍ଚର୍ଯ୍ୟ ହୋଇଗଲା ପୁଲିସ- ହତ୍ୟା ଅଭିଯୋଗ କରିଥିବା ବ୍ୟକ୍ତି ହଁ ହତ୍ୟାକାରୀ

ଏହି ରାଜନେତାଙ୍କୁ ହୃଦୟ ଦେଇବସିଛନ୍ତି ଦାଉଦର ଗର୍ଲଫ୍ରେଣ୍ଡ ହୟାତ୍