PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ଆଜି ଅପରାହ୍ନ ୫ଟାରେ କୋଭିଡ଼ ନେଇ ସମିକ୍ଷା କରି​‌ବେ ମୁଖ୍ୟମନ୍ତ୍ରୀ
  • ||
  • ପଞ୍ଜାବ ନିର୍ବାଚନ: ପଞ୍ଜାବ ପାଇଁ ଆପ୍‌ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା, ମୁଖ୍ୟମନ୍ତ୍ରୀ ଚେହେରା ହେଲେ ଭାଗୱତ ମାନ୍
  • ||
  • ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ଲାଗି ବଡ଼ ଘୋଷଣା, ଡ୍ୟୁଟିରେ ଥାଇ ମୃତ୍ୟୁ ହେଲେ ମିଳିବ ୩୦ଲକ୍ଷ ଅନୁକୁମ୍ପା
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୮କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ୮୦ ହଜାର ଟପିଲା ଆକ୍ଟିଭ କେସ୍, ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୧୧,୦୮୬ ଜଣ କରୋନା ପଜିଟିଭ
  • ||
  • ଭୁବନେଶ୍ଵର : ଏଟିଏମ୍‌ରୁ ଲୁଟ୍ ଉଦ୍ୟମ ବେଳେ ଧରାପଡ଼ିଲେ ୨ ଯୁବକ, ଗ୍ୟାସ୍ କଟର ମେସିନ୍ ଜବତ
  • ||
  • ଭୁବନେଶ୍ୱର : ରାଜ୍ୟରେ ଗାଏବ ହେବ ଶୀତ, ୨ ଦିନ ଘନ କୁହୁଡ଼ି, ୨୩ରୁ ବର୍ଷା ସମ୍ଭାବନା
  • ||
  • କଣ୍ଟାବାଞ୍ଜି : ବାଇକ୍ ଦୁର୍ଘଟଣାଗ୍ରସ୍ତ, ୨ ବାଇକ୍ ଆରୋହୀ ମୃତ
  • ||
  • ଚେନ୍ନାଇ : ୧୮ ବର୍ଷର ବୈବାହିକ ସମ୍ପର୍କରେ ପୂର୍ଣ୍ଣଛେଦ ପକାଇଲେ ସାଉଥ୍ ସୁପରଷ୍ଟାର ଧନୁଷ-ଐଶ୍ଵର୍ଯ୍ୟା, ଟ୍ଵିଟ୍ କରି ଦେଲେ ସୂଚନା
  • ||
  • ଲମତାପୁଟ : ପିକଅପ୍ ଭ୍ୟାନ୍‌ରୁ ୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୨ ଗିରଫ
  • ||

୧୫ ଲକ୍ଷ ଟଙ୍କାର ସୁନା ଗହଣା ନେଇ ପ୍ରେମିକ ସହ କନ୍ୟା ଫେରାର୍‌ , ସିସିଟିଭ୍‌ରେ କଏଦ୍‌ ନବ ବିବାହିତାର କାରନାମା

ଗୋରଖପୁର : ୟୁପିର ଗୋରଖପୁରରେ ଏମିତି ଏକ ଘଟଣା ସାମନାକୁ ଆସିଛି , ଯାହାକୁ ଶୁଣିଲେ ଯେକେହି ଆଶ୍ଚର୍ଯ୍ୟ ହେବ । ବିବାହର ଗୋଟିଏ ମାସ ପରେ ଜଣେ ନବ ବିବାହିତା କନ୍ୟା ତାର ପ୍ରେମିକ ସହ ଶ୍ୱଶୂର ଘରୁ  ଫେରାର ହୋଇ ଯାଇଛି । ଆଉ ସାଥିରେ ୧୫ ଲକ୍ଷ ଟଙ୍କାର ସୁନା ଗହଣା , ନଗଦ ଅଢେଇ ଲକ୍ଷ ଟଙ୍କା ନେଇ ଯିବା ଘଟଣା ଏବେ ଚର୍ଚ୍ଚାରେ । ଏହି ସମୟରେ ସେ ଘରକୁ ବାହାରୁ ବନ୍ଦ କରିବାର  କନ୍ୟା  , ପ୍ରେମିକ ଓ ତାର ସାଥିର ଫଟୋ ସିସିଟିଭି କ୍ୟାମେରାରେ କଏଦ ହୋଇଛି ।

ଯେବେ ପରିବାର ଲୋକଙ୍କୁ ଲୁଟେରା କନ୍ୟାର କାରନାମାକୁ ନେଇ ସନ୍ଦେହ ହେଲା ସେ ସିସିଟିଭ୍‌ ଫୁଟେଜ୍‌ ଦେଖିଲେ । ଏହାପରେ ପରିବାର ଲୋକ ମାମଲାର ସୂଚନା ପୁଲିସ୍‌କୁ ଦେଇଥିଲେ । କନ୍ୟାର ଶ୍ୱଶୂର ଘର ଲୋକେ ଥାନାରେ ଅଭିଯୋଗ ଦେଇ ମାମଲା ରୁଜୁ କରି କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

ଉଲ୍ଲେଖନୀୟ ଯେ, ଏହି ମାମଲା ଗୋରଖପୁରର ରାଜଘାଟ ଥାନା ଅଞ୍ଚଳର ତୁର୍କମାନପୁର ପଟବାରୀ ଟୋଲାର ଅଟେ । ସେଠାରେ ରହୁଥିବା ମନୀଷ କୁଶୱାହାଙ୍କର ବିବାହ ୨୭ ଅପ୍ରେଲ ୨୦୨୧ରେ ଗଙ୍ଗା କୁଶୱାହା ନାମକ ଯୁବତୀ ସହ ହୋଇଥିଲା ।  ଗଙ୍ଗା କୁଶୱାହାଙ୍କର ମାତା ପିତାଙ୍କର ମୃତ୍ୟୁ ପରେ ତାଙ୍କର ମଉସା ସ୍ୱର୍ଗୀୟ ଭଗବତୀ କୁଶୱାହାଙ୍କର ଘରେ ରହି ବଢ଼ି ଥିଲେ । ସ୍ୱର୍ଗୀୟ ଭଗବତୀ କୁଶୱାହାଙ୍କର  ୩ଜଣ ପୁଅ  ଶ୍ୟାମ , ଯୁବରାଜ , ଦିନେଶ ଗଙ୍ଗାଙ୍କର ବିବାହ କରାଇଥିଲେ  । ୨୭ ଫେବ୍ରୁଆରୀରେ ଲକ୍‌ଡାଉନ୍‌ର ନିୟମର ପାଳନ ପୂର୍ବକ ମନୀଷଙ୍କ ସହ ଗଙ୍ଗାଙ୍କର ବିବାହ ସଂପନ୍ନ ହୋଇଥିଲା ।