PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟ: କରୋନାରେ ଆଖିବୁଜିଲେ ୧୭ ଜଣ ସଂକ୍ରମିତ, ମୃତକଙ୍କ ସଂଖ୍ୟା ୨୧୨୧କୁ ଛୁଇଁଲା
  • ||
  • ଓଡ଼ିଶାରେ ୫ ଲକ୍ଷ ଟପିଲା କରୋନା ସଂକ୍ରମିତଙ୍କ ସଂଖ୍ୟା, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୫୨୧ ଜଣ ଆକ୍ରାନ୍ତ
  • ||
  • ଜାମ୍ମୁ କାଶ୍ମୀର : ସୁରକ୍ଷାବାହିନୀକୁ ବଡ଼ ସଫଳତା, ୩ ଆତଙ୍କୀ ନିପାତ, ଭୟରେ ଜଣେ ଆତଙ୍କବାଦୀ କଲା ଆତ୍ମସମର୍ପଣ
  • ||
  • ଭୁବନେଶ୍ଵର : ତାତିରୁ ମିଳିଛି ସାମାନ୍ୟ ଆଶ୍ଵସ୍ତି, ଖସିଛି ପାରଦ, ୯ ଯାଏଁ କାଳବୈଶାଖୀ ସମ୍ଭାବନା
  • ||
  • ତାଳଚେର : ଅନୁଗୁଳ ତଳଗଡ଼ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ମହିଳା ମୃତ
  • ||

ଆଧାର କାର୍ଡ ଖୋଲିଲା ଗୁମର! ବରକୁ ଛାଡ଼ି ବାପଘରକୁ ଫେରିଗଲେ କନ୍ୟା, ଜାଣନ୍ତୁ ସଂପୂର୍ଣ୍ଣ ଘଟଣା କ’ଣ…

କଟକ ୧୭/୧୨: ପୁଅର ବୟସ ପଚାଶ ହେବ । ହେଲେ ବାହାଘର ବେଳେ ବୟସ ୩୮ ବୋଲି କୁହାଗଲା । ଚେହେରାରୁ ପୁଅର ବୟସ ଅନୁମାନ କରିହେଉ ନଥିବାରୁ କାହାର ସନ୍ଦେହ ହେଲାନି । ବିନା କୌଣସି ଦ୍ୱିଧାରେ ବାହାଘର ହୋଇଗଲା । ମାତ୍ର ବାହାଘରର ପ୍ରାୟ ୬ ମାସ ପରେ ପୁଅର ଆଧାର କାର୍ଡରୁ ଖୋଲିଗଲା ବୟସର ଗୁମର। ପୁଅକୁ ୫୦ ବର୍ଷ ବୋଲି ଜାଣିବା ପରେ ଝିଅ ଫେରିଆସିଲା ବାପଘରକୁ । ଖାଲି ସେତିକି ନୁହେଁ, ମିଛ କହି ଜଣେ ଝିଅର ଜୀବନ ନଷ୍ଟ କରାଯାଇଥିବା ଅଭିଯୋଗ କରି ପୀଡ଼ିତା ଏବେ ମହିଳା ଥାନାରେ କରିଛନ୍ତି ମାମଲା ।

ମିଳିଥିବା ସୂଚନା ଅନୁସାରେ, ସିଡିଏ ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ସହିତ କଟକ ପୂର୍ବାଞ୍ଚଳର ଜଣେ ଝିଅର ବାହାଘର ପାଇଁ ପ୍ରସ୍ତାବ ଆସିଥିଲା । ଝିଅର ବୟସ ପ୍ରାୟ ୨୭ ବର୍ଷ ହେବ। ତେବେ ପୁଅର ବୟସ ୩୮ ବୋଲି କୁହାଗଲା । ପୁଅ ଭୁବନେଶ୍ୱରର ଏକ ପ୍ରତିଷ୍ଠିତ ସଫ୍ଟୱେୟାର କମ୍ପାନୀରେ ଚାକିରି କରିଛି। ତେଣୁ ଝିଅଘର ଲୋକ ଏହି ପ୍ରସ୍ତାବରେ ରାଜି ହୋଇଗଲେ । ପୁଅ ବୟସ ସାମାନ୍ୟ ଅଧିକ ହୋଇଥିଲେ ବି ଝିଅ ଘର ପ୍ରସ୍ତାବରେ ରାଜି ହେଲେ । ୬ ମାସ ପୂର୍ବରୁ ଉଭୟଙ୍କର ହିନ୍ଦୁ ରୀତିନୀତିରେ ବାହାଘର ହେଲା । ତେବେ ହଠାତ୍‌ ଝିଅ ହାତରେ ପଡ଼ିଲା ସ୍ୱାମୀଙ୍କ ଆଧାରକାର୍ଡ।

ଏଥିରେ ପତିଙ୍କର ବୟସ ପ୍ରାୟ ୪୯ ବର୍ଷ ବୋଲି ଉଲ୍ଲେଖ ଥିଲା । ଏହା ଦେଖି ଝିଅ ସଂପୂର୍ଣ୍ଣ ଭାଙ୍ଗି ପଡ଼ିଲେ । ବିବାହ ନାଁରେ ଏକ ବଡ଼ ଠକେଇର ଶିକାର ହୋଇଥିବା ଅନୁଭବ କଲେ । ବୟସକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଗଲା । କିଛି ଦିନ ହେବ ଝିଅ ଶାଶୁଘର ଛାଡ଼ି ବାପଘରେ ରହୁଛନ୍ତି । ଏତିକି ନୁହେଁ, ସେ ତାଙ୍କ ସ୍ୱାମୀ, ଶାଶୁ, ଶ୍ୱଶୁର ଓ ଅନ୍ୟ କିଛି ସମ୍ପର୍କୀୟଙ୍କ ନାମରେ ମହିଳା ଥାନାରେ ଏତଲା ଦାୟର କରିଛନ୍ତି । ବଧୂ ନିର୍ଯାତନା, ଯୌତୁକ ନିର୍ଯାତନା ଓ ଠକେଇ ଦଫାରେ ମହିଳା ଥାନା ଏକ ମାମଲ ରୁଜୁ କରି ତଦନ୍ତ ଜାରି ରଖିଛି । ଏହି ଘଟଣାରେ ପୁଲିସ ତାର କାର୍ଯ୍ୟାନୁଷ୍ଠାଗ ଗ୍ରହଣ କରିବ ବୋଲି ମହିଳା ଥାନା ପକ୍ଷରୁ ସୂଚନା ଦିଆଯାଇଛି ।