ଲୁଟେରୀ ଦୁଲହନ୍: ଭାବି ସ୍ବାମୀଙ୍କ ଠାରୁ ୬ ଲକ୍ଷ ଟଙ୍କାର ସପିଂ,ଏହାପରେ ଫେରାର ହୋଇଗଲେ ଯୁବତୀ

https://www.aajtak.in/
ଲକ୍ଷ୍ନୌ,୧୮।୧: ବାହାହେବାର ପ୍ରତିଶୃତି ଦେଇ ଭାବୀ ସ୍ବାମୀଠାରୁ ଠକିନେଲା ୬ଲକ୍ଷ ଟଙ୍କା ଲୁଟିନେଲା ଲୁଟେରୀ ଦୁଲହନ୍। । ୧୬ ଡିସେମ୍ବରରେ ବିାହ ହେବାର ଥିଲା, କିନ୍ତୁ ତା ପୂର୍ବରୁ ଲୁଟିକି ଫେରାର ହୋଇଯାଇଥିଲେ। ମନୋଜ ଅଗ୍ରଓ୍ବାଲ ନାମକ ଜଣେ ଯୁବକ ମାଟ୍ରିମୋନିଆଲ ଓ୍ବେବସାଇଟ୍ ଜୀବନ ସାଥୀ ଡଟ୍ କମ୍ ଜରିଆରେ ଜଣେ ଯୁବତୀଙ୍କ ସହିତ ପରିଚୟ ହୋଇଥିଲା, ଯାହାପରେ ବିବାହ ପର୍ଯ୍ୟନ୍ତ ପହଁଞ୍ଚି ଥିଲା।

ଲକ୍ଷ୍ନୌର ମନୋଜ ଅଗ୍ରଓ୍ବାଲ ବିବାହ ପାଇଁ ଜୀବନ ସାଥୀ ଡଟ୍କମ୍ରେ ନିଜର ପ୍ରୋଫାଇଲ ତିଆରି କରିଥିାଲ। ଏହି ସମୟରେ ୧୫ ଅଗଷ୍ଟରେ ପ୍ରିୟଙ୍କା ସିଂ ନାମକ ଜଣେ ଯୁବତୀଙ୍କ ରିକ୍ବେଷ୍ଟ ଆସିଥିଲା। ମନୋଜଙ୍କ କହିବା ଅନୁସାରେ, ଝିଅଟି ତାଙ୍କୁ କହିଥିଲା ସେ ବିହାରରେ ରୁହନ୍ତି ଓ ତାଙ୍କର ବାପା-ମାଙ୍କର ଦେହାନ୍ତ ହୋଇ ସାରିଛି। ସେ ନିଜର ମାଉସୀଙ୍କ ସହିତ ରୁହନ୍ତି ଓ ଦିଲ୍ଲୀରେ ରହି ପଢୁଥିଲେ।
ମନୋଜଙ୍କ ପରିବାର ଲୋକ ଓ ପ୍ରିୟଙ୍କାଙ୍କ ମାଉସୀ ଆଲୋଚନା କରି ଦୁହିଁଙ୍କ ଭିତରର ସମ୍ପର୍କକୁ ଫାଇନାଲ କରିଦେଇଥିଲେ। ଏହି ସମୟରେ ଯୁବତୀ ଜଣକ ମନୋଜଙ୍କୁ ଏହା ମଧ୍ୟ କହିଥିଲେ ଯେ, ସେ ଆଇଏଏସ୍ (ୟୁପିଏସସି) ପାଇଁ ପ୍ରସ୍ତୁତି କରୁଛନ୍ତି ଓ ଖୁବ୍ ଶୀଘ୍ର ତାଙ୍କୁ ଚୟନ ମଧ୍ୟ କରାଯିବ। ମନୋଜଙ୍କ କହିବା ଅନୁସାରେ, ଏହି ବାହାନାରେ ଯୁବତୀ ଜଣକ ତାଙ୍କୁ ଟଙ୍କା ମାଗିବା ଆରମ୍ଭ କରିଦେଇଥିଲେ। ଯୁବତୀ ଜଣକ ତାଙ୍କ ପାଠପଢା ପାଇଁ ୧୦ ହଜାର କେବେ ୨୦ ହଜାର ଓ ୫୦ ହଜାର ଟଙ୍କା ମାଗୁଥିଲେ। ଏଭଳି ଭାବରେ ଘର ତିଆରି କରିବା ପାଇଁ ରଖିଥିବା ସମସ୍ତ ୬ ଲକ୍ଷ ଟଙ୍କା ଯୁବତୀଙ୍କୁ ଦେଇଥିଲେ।

ଗତ ୬ ମାସ ଧରି ହ୍ବାଟସଆପ୍ ଚାଟିଂ ଚାଲିଥିଲା ଓ ଦୁହେଁ ମିଳାମିଶା ଆରମ୍ଭ କରିଥିଲେ। ଏହି ସମୟରେ ୧୬ ଡିସେମ୍ବରରେ ବିବାହ ତାରିଖ ଠିକ୍ କରାଯାଇଥିଲା। ଯୁବକ ଜଣକ ଖୁବ୍ ଖୁସି ହୋଇଯାଇଥିଲେ । ଯୁବତୀ ଜଣକ ଯେତେବେଳେ ମନୋଜଙ୍କୁ ଭେଟିବାକୁ ଲକ୍ଷ୍ନୌ ଯାଇଥିଲେ ବିମାନ ଭଡା ପାଇଁ ସେ ଟଙ୍କା ମଧ୍ୟ ନେଇଥିଲେ। ଏପରିକି ମନୋଜ ମଲ୍ରେ ତାଙ୍କୁ ପ୍ରାୟ ୨ ଲକ୍ଷ ଟଙ୍କାର ସପିଂ କରିଥିଲେ।ଏହାପରେ ଅଭିଯୁକ୍ତ ପ୍ରିୟଙ୍କା ସିଂ ଶେଷ ଥର ହାଇଦ୍ରାବାଦ ଯିବାର କଥା କହି ମନୋଜଙ୍କଠାରୁ ଟଙ୍କା ନେଇ ଫେରାର ହୋଇଯାଇଥିଲା। ଯୁବତୀ ଜଣକ ଗାଏବ ହେବାପରେ କେବଳ ସେ ନୁହେଁ ତାଙ୍କ ମାଉସୀଙ୍କର ଫୋନ୍ ମଧ୍ୟ ଅଫ୍ ହୋଇଯାଇଥିଲା। ପ୍ରିୟଙ୍କାଙ୍କ ଆଧାର କାର୍ଡ, ପ୍ୟାନ୍ କାର୍ଡ ଓ ଭୋଟର କାର୍ଡ ସବୁ ନକଲି ବାହାରିଥିଲା। ବିହାର ଓ ଦିଲ୍ଲୀ ଯାଞ୍ଚ କରିବାକୁ ଯିବା ବେଳେ ସବୁ ଡକ୍ୟୁମେଣ୍ଟ ନକଲି ବାହାରିଥିଲ। ପୀଡିତ ମନୋଜ ହଜରତଗଞ୍ଜ ଥାନାରେ ଯୁବତୀଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି।