PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମାଲକାନଗିରି : ମାଲକାନଗିରି ମୋଟୁ ସୀମାନ୍ତ ୪ ରାଜ୍ୟ ପ୍ରବେଶ ଦ୍ୱାର ଚେକପୋଷ୍ଟ ପରିଦର୍ଶନ କଲେ ପୁଲିସ ମହାନିର୍ଦ୍ଦେଶକ ଅଭୟ, କୋଭିଡ ସ୍ଥିତି ଓ ମାଓ ସମୀକ୍ଷା କଲେ ପୁଲିସ ଡିଜି
  • ||
  • କପିଲାଭଟା : ପାରିବାରିକ କଳହରୁ ସ୍ତ୍ରୀର ତଣ୍ଟି ଚିପି ହତ୍ୟା କଲା ସ୍ୱାମୀ
  • ||
  • ଓଡ଼ିଶା: ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧ ହଜାର ୮୦୫ ଜଣ କରୋନା ପଜିଟିଭ, ୨୧ ଜଣଙ୍କ ଜୀବନ ନେଲା ମହାମାରୀ
  • ||
  • ବାଲେଶ୍ଵର : ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା କାର୍, ୩ ମୃତ ୨ ଗୁରୁତର
  • ||
  • OJEE: ଜୁନ୍‌ ୧୫ ଯାଏ ଛାତ୍ରଛାତ୍ରୀମାନେ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ, ଜୁନ୍‌ ୧୭ତାରିଖ ସୁଦ୍ଧା ଅନ୍‌ଲାଇନ୍‌ରେ ଫି’ଦାଖଲ କରିପାରିବେ
  • ||
  • ପୁରୀ:ଏ ବର୍ଷ ବି ବିନା ଭକ୍ତରେ ହେବ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା, କେବଳ ସେବାୟତ ଟାଣିବେ ରଥ
  • ||
  • ପୁରୀ: ଆଜି ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରା, ମେ ୧୫ରୁ ଜୁନ୍‌ ୬ ଯାଏଁ ୧୪୪ ଧାରା ଜାରି
  • ||
  • ଚାଷୀ କୂଳ ପାଇଁ ଖୁସି ଖବର: ମେ’ ୩୧ରେ କେରଳ ଛୁଇଁବ ମୌସୁମୀ,ଜୁନ୍ ୧୦ରୁ ୧୨ ସୁଦ୍ଧା ଓଡ଼ିଶା
  • ||
  • ଆଜି ପବିତ୍ର ଅକ୍ଷୟ ତୃତୀୟା, ମାଟି ମା’କୁ ପୂଜା କରି ଚାଷ କାମ ଅନୁୁକୂଳ କରିବେ ଚଷା ପୁଅ
  • ||

ଜୋତା ଚୋରି ହେବାରୁ ଚଟକଣା ମାରିଦେଲେ ବର, ବିବାହ ପାଇଁ ମନା କରିଦେଲେ କନ୍ୟା

ମୁଜଫରନଗର ୧୬/୧୨: ଉତ୍ତର ପ୍ରଦେଶର ମୁଜଫରନଗରର ଏକ ଗାଁରେ ଘଟିଛି ଏକ ଅଜବ ଘଟଣା । ୧୪ ଡିସେମ୍ବରରେ ଏହି ଗାଁରେ ଏକ ବିବାହ କାର୍ଯ୍ୟକ୍ରମ ଥିଲା । ବର ବରଯାତ୍ରୀ ସମସ୍ତେ ଆସିଗଲେ । କିନ୍ତୁ ତାଙ୍କୁ ଫେରିବାକୁ ପଡିଲା । ତାହା ପୁଣି ବିନା କନ୍ୟାରେ । କାରଣ ବର ପକ୍ଷର କିଛି ଲୋକେ କନ୍ୟା ପକ୍ଷର କିଛି ମହିଳାଙ୍କୁ ଅସମ୍ମାନ କରିବା ସହ ଗାଳି ଗୁଲଜ କରିଥିଲେ । ଏହା ପରେ କନ୍ୟା, ବରକୁ ବିବାହ କରିବା ପାଇଁ ମନା କରିଦେଲା ତେଣୁ ବରକୁ ଶିଶୁପାଳ ହେବାକୁ ପଡିଲା ।  ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା…

ବିବାହ କାର୍ଯ୍ଯକ୍ରମରେ ସବୁ କିଛି ଠିକ୍ ଚାଲିଥିଲା । କିନ୍ତୁ ମାମଲା ସେତେବେଳେ ବିଗିଡିଗଲା ଯେତେବେଳେ ପରମ୍ପରା ଅନୁସାରେ ଜୋତା ଲୁଚାଇବା କାର୍ଯ୍ଯକ୍ରମ ଆରମ୍ଭ ହେଲା । କନ୍ୟାପକ୍ଷ ଲୋକେ ବରର ଜୋତା ଲୁଚାଇଦେଲେ । ଏହାପରେ ପରମ୍ପରା ଅନୁସାରେ ଯେତେବେଳ ପର୍ଯ୍ୟନ୍ତ ବର ପଇସା ନଦେବ ତାକୁ ଜୋତା ଦିଆଯିବନି । ଏବଂ ଠିକ୍ ଏମିତି ହିଁ ହେଲା । ଏହା ପରେ ୨୨ ବର୍ଷୀୟ ବର ରାଗିଗଲା । ସେ ଜୋତା ଲୁଚାଇଥିବା ଯୁବତୀଙ୍କୁ ଗାଳିଗୁଲଜ କରିବା ଆରମ୍ଭ କରିଦେଲା । ଝିଅ ଘର ଲୋକେ ବରକୁ ଶାନ୍ତ କରିବା ପାଇଁ ବହୁତ ଚେଷ୍ଟା କଲେ କିନ୍ତୁ ସେ କାହା କଥା ବି ଶୁଣିଲାନି ଏବଂ ଓଲଟା ଜଣଙ୍କୁ ଚଟକଣା ମାରିଦେଲା ।

ଏହି କଥା ଯେତେବେଳେ କନ୍ୟା ଜାଣିଲା ସେ ବିବାହ କରିବା ପାଇଁ ମନା କରିଦେଲା । ଏହା ପରେ ବରଯାତ୍ରୀଙ୍କୁ ଫେରାଇ ଦିଆଗଲା ।  କିନ୍ତୁ ବର, ତା ପିତା ଓ ୨ ସମ୍ପର୍କୀୟଙ୍କୁ ଅଟକାଇ ରଖିଦେଲେ କନ୍ୟାପକ୍ଷ ଲୋକେ । ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଲା । ପୁଅଘର ଲୋକେ ଯୌତୁକରେ ନେଇଥିବା ୧୦ ଲକ୍ଷ ଟଙ୍କା ଫେରାଇବା ପରେ ବୁଝାମଣା ହେଲା । ପୋଲିସ ସୂଚନା ଅନୁସାରେ କୌଣସି ଲିଖିତ ଅଭିଯୋଗ ହୋଇନି ଏବଂ ବାହାରେ ହିଁ ୨ ପକ୍ଷ ବୁଝାମଣା କରିନେଇଛନ୍ତି ।