କନ୍ୟା ୪୨୦: ପ୍ରଥମ ସ୍ବାମୀକୁ ଠକି ୧ କୋଟି, ଦ୍ବିତୀୟଙ୍କଠାରୁ ୪୫ ଲକ୍ଷ, ତୃତୀୟ ସ୍ବାମୀ ସହ ଆମେରିକା ଫେରାର

ରାଞ୍ଚି, ୭।୮: ଲୁଟେରୀ ଦୁହ୍ଲନ। ଏଭଳି ଅନେକ କାହାଣୀ ଆମେ ଫିଲ୍ମରେ ଦେଖିଛୁ। ସୋମନ କପୁରଙ୍କ ‘ଡଲି କି ଡୋଲି’ ଫିଲ୍ମ ତ ଦେଖିଥିବେ। କିଭଳି ଜଣକ ପରେ  ଜଣକୁ ବାହା ହୋଇ ଲୁଟ୍ କରୁଥିଲେ ନବବିବାହିତା ପତ୍ନୀ। ତେବେ ଏହି କାହାଣୀ ରିଲ୍ ନୁହେଁ ଏବେ ରିୟଲରେ ଦେଖିବାକୁ ମିଳିଛି। ଏଭଳି ଏକ ଘଟଣା ଝାଡଖଣ୍ଡର ଚତାରାରେ ଏକ ଆଶ୍ଚର୍ଯ୍ୟକର ଘଟଣା  ଦେଖିବାକୁ ମିଳିଥିଛି। ଏଠାର ଇଟଖୋରୀରେ ରହୁଥିବା ପ୍ରିୟଙ୍କା କୁମାରୀଙ୍କ ଉପରେ ଶାଦି ଡଟ୍ କମ୍ ଜରିଆରେ ଗୋଟିଏ ନୁହେଁ ବଂର ୩ଟି ଯୁବକଙ୍କୁ ଠକେଇ ଓ ବିଦେଶ ପଳାଇବାର ଅଭିଯୋଗ ରହିଛି। ପ୍ରିୟଙ୍କା ଏ​‌ତେ ଚାଲାକ ଥିଲେ ଯେ ଅଲଗା ଅଲଗା ରାଜ୍ୟର ଯୁବକଙ୍କୁ ନିଜର ଶିକାର କରିଥିଲେ ଓ ଲକ୍ଷାଧିକ ଟଙ୍କା ଠକିନେଇଥିଲେ।

କୁହାଯାଉଛି ଯେ, ପ୍ରିୟଙ୍କା ଶାଦି ଡଟ୍ କମରୁ ସବୁଠାରୁ ପ୍ରଥମେ ଗିରିଡିହର ନିଳୟ କୁମାର ନାମକ ଯୁବକଙ୍କ ସହିତ ସମ୍ପର୍କରେ ଆସିଥିଲେ ଓ ତାଙ୍କ ସହିତ ରାଞ୍ଚିରେ ବିବାହ କରିଥିଲେ। ଦୁଇ ବର୍ଷ ପରେ ନିଳୟ ଓ ପ୍ରିୟଙ୍କାଙ୍କ ଭିତରେ ଝଗଡା ହେବାରେ ଲାଗିଥିଲା। ଏହା ଭିତରେ ନିଳୟଙ୍କଠାରୁ ପ୍ରିୟଙ୍କା ଏକ କୋଟି ଟଙ୍କା ଠକି ନେଇ ଗାଏବ୍ ହୋଇଯାଇଥିଲେ।କିଛି ଦିନ ପରେ ଶାଦୀ ଡଟ୍ କମରେ ପ୍ରିୟଙ୍କା ନିଜକୁ ଅବିବାହିତ କହି ଗୁଜରାଟର ରାଜକୋଟରେ ଅମିତ ମୋଦି ନାମକ ଯୁବକଙ୍କୁ ଫସାଇ ଓ ବିବାହ କରି ତାଙ୍କ ସହିତ ରହିବାକୁ ଲାଗିଥିଲେ। ପରିବାରର ଆର୍ଥିକ ଅସୁବିଧାକୁ ଦେଖାଇ ଅମିତଙ୍କଠାରୁ ୪୦ ରୁ ୪୫ ଲକ୍ଷ ଟଙ୍କା ନେଇଯାଇଥିଲେ।  

ପରେ ଅମିତ ମୋଦିଙ୍କ ସହିତ କିଛି ମାସ ରହିବା ପରେ ପ୍ରିୟଙ୍କା କହିଥିଲେ ଯେ, ତାଙ୍କର ଭଉଣୀଙ୍କ ଘର ଦିଲ୍ଲୀରେ ସିଫ୍ଟ କରିବାର ଅଛି। ତେଣୁ ତାଙ୍କୁ ଦିଲ୍ଲୀ ଯିବାକୁ ହେବ। ଏହାପରେ ଯୁବତୀ ଜଣକ ଦିଲ୍ଲୀର ନାମରେ ଘରୁ ବାହାରି ଫେରିନଥିଲେ। ଅମିତ ପରେ ଜାଣିବାକୁ ପାଇଥିଲେ ପ୍ରିୟଙ୍କା ୨୯ ଡିସେମ୍ବର ୨୦୧୮ରେ ପୁନେର ସୁମିତ ଦଶରଥ ପାଓ୍ବାର ନାମକ ଜଣେ ବ୍ୟକ୍ତିଙ୍କୁ ବିବାହ କରିସାରିଛନ୍ତି ଓ ତାଙ୍କ ସହ କାର୍ଲିଫର୍ଣ୍ଣିଆ ଚାଲିଯାଇଛନ୍ତି।

ଏହି ପୁରା କଥା ସେତେବେଳେ ଜଣାପଡିଥିଲା ଯେତେବେଳେ ସୁମିତଙ୍କ ମା’ ପ୍ରିୟଙ୍କାଙ୍କ ମୋବାଇଲରେ ଅମିତଙ୍କ କଲ୍ ଦେଖିଥିଲେ। ସୁମିତଙ୍କ ମା’ ଅମିତଙ୍କ ସହିତ ପ୍ରିୟଙ୍କାଙ୍କ ଫଟୋ ଦେଖିଥିଲେ। ଯେତେବେଳେ ସୁମିତଙ୍କ ମା’ ଅମିତଙ୍କୁ ଫୋନ୍ କରି ପ୍ରିୟଙ୍କାଙ୍କ ବିଷୟରେ ଜାଣିବାକୁ ଚେଷ୍ଟା କରିଥିଲେ ସତ ସାମନାକୁ ଆସିଥିଲା। ଏହାପରେ ସେ ପୁନେ ପୋଲିସ ନିକଟରେ ଅଭିଯୋଗ କରିଥିଲେ ଓ ଏହାପରେ ତଦନ୍ତ ଆରମ୍ଭ ହୋଇଥିଲା। ଏହାପରେ ଯୁବତୀଙ୍କ ଲିଙ୍କ ରାଜକୋଟ ଓ ଚତାରା ଜିଲ୍ଲା ସହ ଥିବା ଜଣାପଡିଥିଲା। ଇଟଖୋରି ଥାନାର ଅଧିକାରୀ ସଚିନ ଦାସ କହିଛନ୍ତି, ପୁନେ ପୋଲିସ ଏହି ମାମଲାରେ ଚତାରା ପୋଲିସକୁ ତଦନ୍ତ କରିବାକୁ କହିଛି। ଏହା ସହିତ ପାସପୋର୍ଟ ଅଫିସରେ ଭୁଲ ସୂଚନା ଦିଆଯାଇଥିବା କାରଣରୁ  ପ୍ରିୟଙ୍କାଙ୍କ ଉପରେ ଲାଗିଥିବା ଅଭିଯୋଗର ତଦନ୍ତ ହେଉଛି।

   ସମ୍ବନ୍ଧିତ ଖବର


ଗୋଟେ ବର୍ଷରେ ୨୩ଜଣ ପିଲାଙ୍କର ବାପା ହେଲେ ଯୁବକ ! କହିଲେ, ତାଙ୍କୁ କାହିଁକି ମହିଳାମାନେ ପସନ୍ଦ କରୁଛନ୍ତି

ଭଲ ଖବର- ସିଙ୍ଗାପୁରରେ କୋଭିଡ୍‌ ଆଣ୍ଟିବଡି ସହ ଜନ୍ମ ହେଲା ଶିଶୁ

ଦେଶର ସବୁ ରେଳ ଷ୍ଟେସନରୁ ଉଭାନ ହେବ ପ୍ଲାଷ୍ଟିକ୍‌ କପ୍ – ଏବେ ‘କୁଲହଡ’ରେ ଚା’ ପିଇବେ ଯାତ୍ରୀ

ଯୋଗୀ କହିଲେ ହାଇଦ୍ରାବାଦର ନାମ ହେବ ‘ଭାଗ୍ୟନଗର’, ଓଓ୍ଵେସି କହିଲେ ନାମ…

ବେଦିରେ ବସିବା ଆଗରୁ ବନ୍ଧା ହେଲା ପାଳ ଦଉଡ଼ି – କନ୍ୟାର ମୃତ୍ୟୁରେ ସରିଗଲା ସବୁ ସୁଖ

ଦିନିକିଆ କ୍ରିକେଟରେ ଟିମ୍‌ ଇଣ୍ଡିଆ ନାମରେ ଅଲୋଡା ରେକର୍ଡ, ୯୭୮ଟି ମ୍ୟାଚ୍‌ ପୂର୍ବରୁ କେବେ ହୋଇ ନଥିଲା ଏମିତି..