କରୋନା ଅଟକାଇପାରିଲାନି ବିବାହ : ଲକ୍‌ଡାଉନରେ‌ ୮୦କି.ମି ଚାଲି ଚାଲି ପୁଅ ଘରେ ପହଞ୍ଚିଲା ଝିଅ, ମନ୍ଦିରରେ ନେଲେ ସାତଫେରା

କାନପୁର ୨୩।୫: ଦେଶରେ କରୋନା ଭାଇରସ ନେଇ ଲକ୍‌ଡାଉନ୍‌ ଜାରି ରହିଛି । ଦେଶରେ ବର୍ତ୍ତମାନ ଲକ୍‌ଡାଉନ୍‌ ୪ର୍ଥ ପର୍ଯ୍ୟାୟ ଚାଲୁରହିଛି । ଏହି ଲକ୍‌ଡାଉନ୍‌ ସମୟରେ ବିଭିନ୍ନ କାର୍ଯ୍ୟକ୍ରମ ଉପରେ ରୋକ ଲଗାଇଯାଇଛି । ସଂକ୍ରମଣକୁ ଦୃଷ୍ଟିରେ ରଖି ବିବାହ ଉପରେ କଟକଣା ଲଗାଯାଇଛି । ବାରମ୍ବାର ଲକ୍‌ଡାଉନ୍‌ ବୃଦ୍ଧି ଯୋଗୁଁ ବାହାଘର ମଧ୍ୟ ଘୁଞ୍ଚିବାରେ ଲାଗିଛି । କିନ୍ତୁ ଏହି ଦମ୍ପତିଙ୍କ ବିବାହକୁ ଅଟକାଇ ପାରିଲାନି ଲକଡାଉନ୍‌। ଉତ୍ତରପ୍ରଦେଶର କାନପୁର ଅଞ୍ଚଳରେ ଦେଖିବାକୁ ମିଳିଛି ଏକ ନିଆରା ଦୃଶ୍ୟ। ୮୦ କିମି ଚାଲି ଚାଲି ବର ଘରେ ପହଞ୍ଚିଗଲେ କନ୍ୟା ।

କାନପୁର ଅଞ୍ଚଳର ମଙ୍ଗଳପୁରର ବାସିନ୍ଦା ୧୯ବର୍ଷୀୟ ଯୁବତୀ ଲଗାତାର ୧୨ଘଣ୍ଟା ଚାଲି ଚାଲି ବରର ଘରେ ପହଞ୍ଚିଯାଇଥିଲେ । ୧୨ଘଣ୍ଟାରେ ୮୦କିମି ଚାଲି କନ୍ୟା କନୌଜର ଗାଁର ବାସିନ୍ଦା ବିରେନ୍ଦ୍ର ରାଠୋରଙ୍କ ଘରେ ପହଞ୍ଚିଥିଲେ । ବିରେନ୍ଦ୍ରଙ୍କ ସହିତ ତାଙ୍କର ବିବାହ ହେବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । କିନ୍ତୁ ଲକ୍‌ଡାଉନ୍‌ ଯୋଗୁଁ ବିହାଘର ବାରମ୍ବାର ଘୁଞ୍ଚୁଥିଲା । ତେବେ ପୁଅ ଘରେ କନ୍ୟା ପହଞ୍ଚିବା ଦେଖି ପରିବାର ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ପରେ କନ୍ୟା ଘରେ ପହଞ୍ଚିବା ଦେଖି ପରିବାର ଲୋକଙ୍କ ପକ୍ଷରୁ ସ୍ୱାଗତ କରିଥିଲେ ଏବଂ କନ୍ୟାର ଘର ଲୋକଙ୍କ ସହିତ ବରର ପରିବାର ଲୋକ କଥା ହୋଇଥିଲେ । ଏବଂ ବିବାହ କରିବାକୁ ନେଇ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିଲେ ।  ପାରମ୍ପରିକ ବିଧି ବିଦାନ ଅନୁଯାୟୀ ଉଭୟ କନ୍ୟା-ବରଙ୍କ ମଧ୍ୟରେ ବିବାହ ହୋଇଥିଲା । ଗାଁଲୋକେ ଉଭୟଙ୍କ ବିବାହକୁ ସମର୍ଥ କରିଥିଲେ, ଏବଂ ସମାରୋହରେ ସାମାଜିକ ଦୂରତା ସହ ମାସ୍କ ପିନ୍ଧି ବିବାହ କରିଥିଲେ ।

ବାହାଘର ପରେ କନ୍ୟା କହିଥିଲେ ଯେ, ମେ ୪କୁ ତାଙ୍କ ବିବାହ ପାଇଁ ତାରିଖ ଧାର୍ଯ୍ୟ କରାଯାଇଥିଲା । ଯାହା ଲକ୍‌ଡ଼ାଉନ୍‌ ବାରମ୍ବାର ଘୁଞ୍ଚୁଥିଲା । ବିବାହ ପାଇଁ ଲକ୍‌ଡାଉନ୍‌ ୩.୦ ଶେପ ହେବାକୁ ଚାହିଁବସିଥିଲୁ, କିନ୍ତୁ ତା ପରେ ଲକ୍‌ଡାଉନ୍‌ ୪.୦ ଆରମ୍ଭ ହୋଇଯାଇଥିଲା । ଯାହାକି ମେ ୩୧ରେ ଶେଷ ହେଉଛି । ଲକ୍‌ଡାଉନ୍‌ ସମୟସୀମା ଦେଖି ଆମ ପରିବାର ଲୋକେ ବାହାଘର ପୁଣି ଘୁଞ୍ଚିଇବାକୁ ଚିନ୍ତା କରୁଥିଲେ ।  କିନ୍ତୁ ମୁଁ ନିର୍ଣ୍ଣୟ ନେଇଥିଲେ ଯେ ଲକ୍‌ଡ଼ାଉନ୍‌ ଆମ ବାହାଘର ଘୁଞ୍ଚିପାରିବ ନାହିଁ । ମୁଁ ଘରେ କାହାକୁ ନକହି ଘରୁ ଆସିଥିଲି । ତେବେ କନ୍ୟାଘର ଠାରୁ ବରର ଘର ୮୦କିମି ।

ଯାହାକୁ ଚାଲିବା ପାଇଁ ୧୨ଘଣ୍ଟା ସମୟ ଲାଗିଥିଲା । କନ୍ୟା ଆହୁରି ମଧ୍ୟ କହିଥିଲେ ଯେ, ୧୨ଘଣ୍ଟା ଚାଲିବା ସମୟରେ ସେ ବାଟରେ କିଛି ଖାଇନାହାନ୍ତି । ମୋ ସହିତ ଏକ ଛୋଟ ବ୍ୟାଗ ଥିଲା , ଯେଉଁଥିରେ କିଛି କପଡା ଥିଲା । ମୁଁ ବରଙ୍କ ଘରେ ପହଞ୍ଚିବା ପରେ ଉଭୟ ପରିବାରଙ୍କ ମଧ୍ୟରେ ଆଲୋଚାନ ହୋଇଥିଲା । ଏବଂ ମନ୍ଦିରରେ ସାମାଜିକ ଦୂରତାକୁ ରକ୍ଷାକରି ବିବାହ କରିଛୁ । ମାସ୍କ ପିନ୍ଧି ବର-କନ୍ୟାଙ୍କ ବାହାଘରର ଫଟୋ ଖୁବ୍‌ ଭାଇରଲ୍‌ ହୋଇଛି ।

   ସମ୍ବନ୍ଧିତ ଖବର


୧୫ ଅଗଷ୍ଟ ପରେ ଖୋଲିବ ସ୍କୁଲ-କଲେଜ୍, କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀଙ୍କ ଘୋଷଣା

କାମ କଲାନି ଚୀନ୍‌ର ଷଡ଼ଯନ୍ତ୍ର : ଶେଷରେ ବୁଝିଗଲା ନେପାଳ.. ଏବେ ଭାରତ ସହ କଥାବାର୍ତ୍ତା ପାଇଁ ପ୍ରସ୍ତୁତ

ରାଜଧାନୀରେ ଶସ୍ତା ହେବ ମଦ, ଲାଗିବନି ୭୦ ପ୍ରତିଶତ କରୋନା ଟ୍ୟାକ୍ସ

କରୋନାରେ ମୃତ୍ୟୁ ପରେ ଆସିଲେନି ପରିବାର ଲୋକ, ଶବକୁ ଷ୍ଟ୍ରେଚରରୁ କବର ଭିତରକୁ ଫୋପାଡି ଦେଲେ ମେଡିକାଲ ଷ୍ଟାଫ୍

୩୦ ବର୍ଷ ପରେ ମୃତ ବ୍ୟକ୍ତିଙ୍କୁ ଧରିଲା CBI ! ବ୍ୟାଙ୍କ ଘୋଟାଲା କରି ମିଛ ମୃତ୍ୟୁର ରଚିଥିଲେ ଷଡଯନ୍ତ୍ର

ଏଲ୍‌ଏସି ସୀମା ବିବାଦ ପ୍ରସଙ୍ଗ: ଭାରତ-ଚୀନ ଆଲୋଚନା ବିଫଳ ! ଅନେକ ପର୍ଯ୍ୟାୟ କଥାବାର୍ତ୍ତାରୁ ବାହାରିଲାନି ନିଷ୍କର୍ଷ