ନାଳରେ ଭାସିଗଲା କାର୍, ଅଳ୍ପକେ ବର୍ତ୍ତିଲେ ଦୁଇ ଯୁବକ

ରାଉରକେଲା: ପ୍ରବଳ ବର୍ଷା ଯୋଗୁଁ ସୁନ୍ଦରଗଡ଼ ଜିଲା ବଣେଇ ଉପଖଣ୍ଡ ଅଂଚଳ ବେହାଲ ହୋଇପଡିଛି । ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଲାଗିରହିଥିବା ବେଳେ ଯୋଗୁଁ ଜିଲ୍ଲାରେ ବନ୍ୟା ପରିସ୍ଥିତି ଦେଖାଦେଇଛି । ଏପରିକି ଗମନାଗମନ ଓ ପରିବହନ ବ୍ୟବସ୍ଥା ମଧ୍ୟ ଏକ ପ୍ରକାର ଠପ ହୋଇଯାଇଥିବା ସୂଚନା ମିଳିଛି । ସେହିପର ଲଗାଣ ବର୍ଷା ଯୋଗୁଁ କୋଇଡା କଲଟା ରାସ୍ତା ବିଛିନ୍ନ ହୋଇପଡିଛି । ଏପରିକି ବଣାଇ ନାଳର ପୋଲ ଉପରେ ପାଣି ଆସି ଏକ କାର୍‌କୁ ଭସାଇ ନେଇଛି ।

ସୂଚନା ମୁତାବକ ମଙ୍ଗଳବାର ସନ୍ଧ୍ୟା ପ୍ରାୟ ୭ଟା ରେ ରାଉରକେଲା ରୁ ଅନୁଗୁଳ ଦୁଇ ଯୁବକ କାର ଯୋଗେ ଯାଉଥିଲେ । ଏହି ସମୟରେ ବଣେଇ ଜଙ୍ଗଲ ନାଳର ପୋଲ ଉପରେ ୩ ଫୁଟ ର ପାଣି ପ୍ରବାହିତ ହେଉଥିଲା । ନାଳ ପାର ହେବା ସମୟରେ କାର ସହ ଦୁଇ ଯୁବକ ଭାସି ଯାଇଥିଲେ । ତେବେ ସୌଭାଗ୍ୟ ବଶତଃ ଦୁଇ ଯୁବକ ଏହି ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲେ । ଅଗ୍ନିଶମ ବିଭାଗ ଖବର ପାଇ ରାତି ପ୍ରାୟ ସାଢେ ୧୧ଟା ରେ ଦୁଇ ଯୁବକଙ୍କୁ ଉଦ୍ଧାର କରିଥିଲା ।