ପ୍ରମୂଖ ଖବର
  • ଆମେରିକା ବନାମ ଆୟର୍ଲାଣ୍ଡ ମ୍ୟାଚ୍‌ ବାତିଲ, ଟି-୨୦ ବିଶ୍ବକପରୁ ପାକିସ୍ତାନ ଆଉଟ୍
  • ||
  • ସମ୍ବଲପୁର: ଟେଲର ଦୋକାନରେ ପଶି ମା’ ଝିଅଙ୍କୁ ହାଣିଲେ ଦୁର୍ବୃତ୍ତ
  • ||
  • ହଟିବ ବ୍ରିଟିଶ ଆଇନ୍ , ଲାଗୁ ହେବ ଭାରତୀୟ ନିୟମ, ଜୁଲାଇରୁ ଲାଗୁ ହେବ ନୂଆ ପୁଲିସ ଆଇନ
  • ||
  • ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ୨୦୨୪: ଫ୍ଲୋରିଡାରେ ବନ୍ୟା, ୟୁଏସ୍‌ଏ-ଆୟର୍ଲାଣ୍ଡ୍‌ ମ୍ୟାଚ୍‌ ବାତିଲ ଆଶଙ୍କା
  • ||
  • ମଙ୍ଗଳବାର ଖୋଲିବ ସ୍କୁଲ: ପ୍ରଥମରୁ ଦିଆଯିବ ମଧ୍ୟାହ୍ନଭୋଜନ, ରୋଷେଇ ପୂର୍ବରୁ ସାମଗ୍ରୀ ଯାଞ୍ଚ କରିବାକୁ ନିର୍ଦ୍ଦେଶ
  • ||
  • ରଥଖଳା ହାଲ୍‌ଚାଲ୍‌...ପାଞ୍ଚ ଦେବ ଦମ୍ପତିଙ୍କୁ ଏକତ୍ର ପନ୍ତି ଅର୍ପଣ ସମ୍ପନ୍ନ, ଦଣ୍ଡାରେ ଲାଗିଲା ଆଗ-ପଛ ମୁହାଁଟ
  • ||
  • କୋଣାର୍କ ରାସ୍ତାରେ ଓଲଟିଲା ପିକଅପ୍ ଭ୍ୟାନ୍, ୨ ମୃତ ୧୦ରୁ ଉର୍ଦ୍ଧ୍ଵ ଆହତ
  • ||
  • ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଅସ୍ଥାୟୀ ବାଚସ୍ପତି: ୧୮ ଓ ୧୯ରେ ବିଧାୟକଙ୍କ ଶପଥ ଉତ୍ସବ, ୨୦ରେ ବାଚସ୍ପତି ନିର୍ବାଚନ
  • ||
  • ଶୁକ୍ରବାର ଶ୍ରୀମନ୍ଦିର ନୀତି ସବ୍‌କମିଟି ଓ ଛତିଶା ନିଯୋଗ ବୈଠକ, ସ୍ନାନଯାତ୍ରା ନୀତି ନିର୍ଘଣ୍ଟକୁ ମିଳିବ ଅନୁମୋଦନ
  • ||
  • ରଜ ମଉଜକୁ ଫିକା କରିଦେବ ଗୁଳୁଗୁଳି, ଆସନ୍ତା ୨ ଦିନ ଯାଏ ତାତିରୁ ନାହିଁ ନିସ୍ତାର
  • ||

ଏବେ ମୁଁ ଖୋଲା ଷଣ୍ଢ ,କାହା ସହ ବି ଲଢି ପାରିବି: ବ୍ରିଜଭୂଷଣ

ଲକ୍ଷ୍ନୌ,୧୭।୫: ଉତ୍ତର ପ୍ରଦେଶର କେଶରଗଞ୍ଜ ଲୋକସଭା ଆସନରୁ ବିଜେପି ସାଂସଦ ବ୍ରିଜଭୂଷଣ ଶରଣ ସିଂହ କରିଛନ୍ତି ପ୍ରଚାର। ସବୁବେଳେ ନିଜର ମନ୍ତବ୍ୟ ଏବଂ କାର୍ଯ୍ୟକଳାପକୁ ନେଇ ବିବାଦରେ ଥିବା ବ୍ରିଜଭୂଷଣ ଏବେ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି। ସେ ଏକ ରାଲିକୁ ସମ୍ବୋଧିତ କରି କହିଛନ୍ତି,  ଏବେ ତ ମୁଁ ଖୋଲା ଷଣ୍ଢ ହୋଇଯାଇଛି। ଆପଣଙ୍କ ପାଇଁ କାହା ସହ ବି ଲଢିପାରିବି। ନାଁ ମୁଁ ବୁଢା ହୋଇଯାଇଛି କିମ୍ବା ଅବସର ନେଇ ସାରିଛି। ପ୍ରତିଶୃତି ଦେଉଛି, ପୂର୍ବରୁ ଯେତିକି ଆପଣଙ୍କ ସହ ରହୁଥିଲି, ତାଠାରୁ ଦୁଇଗୁଣା ଅଧିକ ରହିବି। ଆପଣଙ୍କ ସୁଖ ଦୁଃଖରେ ସାମିଲ ହେବି। ଆପଣଙ୍କୁ ଡବଲ ସାଂସଦ ମିଳିବ।

ଉଲ୍ଲେଖନୀୟ ଯେ, ବିଜେପି ଏଥର କେସରଗଞ୍ଜରୁ ବ୍ରିଜଭୂଷଣଙ୍କ ଟିକେଟ କାଟି ତାଙ୍କ ସାନ ପୁଅ କରଣ ଭୂଷଣଙ୍କୁ ଦେଇଛି। ତେବେ ବ୍ରିଜଭୂଷଣ ନିଜେ ନିର୍ବାଚନ ପ୍ରଚାରର ଦାୟିତ୍ବ ନେଇଛନ୍ତି। ପ୍ରଚାର ସମୟରେ କର୍ଣ୍ଣଲଗଞ୍ଜରେ କହିଛନ୍ତି, ମୁଁ ରିଟାୟର ହୋଇନି। ଦୁଇଗୁଣା ଶକ୍ତି ସହିତ ଆପଣଙ୍କ ପାଇଁ କାମ କରିବି। କାରଣ ଏବେ ମୁଁ ଖୋଲା ଷଣ୍ଢ ହୋଇଯାଇଛି।

ରେସଲରଙ୍କ ଅଭିଯୋଗ ନେଇ ବ୍ରିଜଭୂଷଣ କହିଛନ୍ତି, ଯେତେବେଳେ ମୁଁ ମିଜୋରାମ, ନାଗାଲାଣ୍ଡ, ବିହାର, ପଶ୍ଚିମବଙ୍ଗର ରେସଲରଙ୍କ ହିତ ପାଇଁ କାମ କରିବା ଆରମ୍ଭ କରିଛି, କଛି ଲୋକଙ୍କ ନଜରରେ ଆସିଯାଇଛି। ମୁଁ ଦୁର୍ବଳ ରାଜ୍ୟର ଖେଳାଳିଙ୍କୁ ସଂରକ୍ଷଣ ଦେବା ଆରମ୍ଭ କରିଥିଲି,ସେ ଦିନରୁ ଲୋକମାନେ ମୋର ବିରୋଧି ହୋଇଗଲେ। ଏସବୁ ମୋ ହାତରୁ ଦେଢ ଦେଢ ଲକ୍ଷ ଟଙ୍କା ମାସକୁ ପାଉଥିଲେ। ଏମିତି କେହି ନାହାନ୍ତି ଯିଏକି ଦେଢ ଲକ୍ଷ ଟଙ୍କା ମୋ ହାତରୁ ନେଇ ନାହାନ୍ତି, କିନ୍ତୁ ସବୁ ସହାଯ୍ୟ ଭୁଲି କଲେ। ଏଥିପାଇଁ ତ ଆଜି ମୁଁ ବଦନାମ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.