PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି ସନ୍‌ସାଇନ୍‌ ସ୍କୁଲ୍‌ ସଭାପତି ଗୋବିନ୍ଦ ସାହୁ ଗିରଫ , ମମିତା ମର୍ଡର ମିଷ୍ଟ୍ରିର ମୋଷ୍ଟ ୱାଣ୍ଟେଡ୍‌ ଗୋବିନ୍ଦ ସାହୁ
  • ||
  • ବଲାଙ୍ଗୀର: ମୁଖ୍ୟଅଭିଯୁକ୍ତ ଚମ୍ପଟ ପରେ ଜବତ କାରର ବଢ଼ିଲା ସୁରକ୍ଷା, ଗୋବିନ୍ଦଙ୍କ ପରେ କାରକୁ ଉଠାଇଥିଲା ପୁଲିସ
  • ||
  • ବଲାଙ୍ଗୀର : ଫେରାର୍ ଗୋବିନ୍ଦ ସାହୁକୁ ଧରିବା ପାଇଁ ବଢିଲା ପୁରସ୍କାର ରାଶି, ସୂଚନା ଦେଲେ ମିଳିବ ୧ ଲକ୍ଷ୍ୟ ଟଙ୍କା ପୁରସ୍କାର ରାଶି
  • ||
  • ବଲାଙ୍ଗୀର: ମୋଷ୍ଟ ଓ୍ବାଣ୍ଟେଡ ଗୋବିନ୍ଦ ସାହୁ, ଧରାଇ ଦେଲେ ଦିଆଯିବ ୨୦ ହଜାର ଟଙ୍କାର ପୁରଷ୍କାର
  • ||
  • ବ୍ରହ୍ମପୁର: ଗୋପାଳପୁର ଛକ ନିକଟରେ ବାଇକକୁ ଧକ୍କା ଦେଲା କାର୍, ଜଣେ ମୃତ ଓ ଦୁଇ ଜଣ ଆହତ
  • ||
  • ବଲାଙ୍ଗୀର: ମହାଲିଙ୍ଗ ମିନି ଷ୍ଟାଡିୟମରୁ ପୋତା ଯାଇଥିବା ମମିତା ମେହେରଙ୍କ ମୃତ ଦେହ ଉଦ୍ଧାର, ଡିଏନଏ ପରୀକ୍ଷା ପରେ ସ୍ପଷ୍ଟ ହେବ।
  • ||
  • ରଙ୍ଗେଇଲୁଣ୍ଡା: ଚାଟ୍ ମାଗିବାକୁ ନେଇ ଗଣ୍ଡଗୋଳରେ ଜଣେ ଗୁରୁତର, ଦମ୍ପତ୍ତି ଆହତ
  • ||
  • ଟିକିଟି: ସିଦ୍ଧ ବାରାହୀ ପୀଠରୁ ଚୋରି, ଦେବୀଙ୍କ ପିତଳ ମୁକୁଟ (ପ୍ରାୟ ଦେଢ଼ କିଲୋ) ସହ ୨୦ ତୋଳାରୁ ଅଧିକ ରୁପା ଅଳଙ୍କାର ଚୋରି ଅଭିଯୋଗ
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୨୯୪କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ସାଲେପୁର : ବନ୍ଦ କୋଠରୀରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ନୀଳଗିରି: ନିଶ୍ଚିତପୁରରେ ଭାଲୁ ଆକ୍ରମଣରେ ଜଣେ ଗୁରୁତର
  • ||
  • ଜଳେଶ୍ବର: ଜଳେଶ୍ବର ଷ୍ଟେସନ ବଜାରସ୍ଥିତ ଡାଇମଣ୍ଡ ହୋଟେଲ ଉପରେ ଚଢାଉ, ୨ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ବ୍ରାଉନସୁଗାର ଜବତ
  • ||

ରୋବୋଟିକ୍ କାରର ଟେକ୍ନୋଲୋଜି ସିକ୍ରେଟ୍ ଚୋରାଇ ଜେଲ ଗଲେ ଗୁଗୁଲର ପୂର୍ବତନ ଇଞ୍ଜିନିୟର

https://theprint.in/

ସାନ୍ ଫ୍ରାନସିସ୍କୋ,୫।୮: ଗୁଗୁଲର ପୂର୍ବତନ ଦକ୍ଷ ଇଞ୍ଜିନିୟରଙ୍କୁ ୧୮ ମାସର ଜେଲଦଣ୍ଡ। ରୋବୋଟିକ୍ ବାହାନ ତିଆରି କରୁଥିବା ଉବେର ଟେକ୍ନୋଲୋଜି ଆଇଏନସିରେ ଯୋଗ ଦେବା ପୂର୍ବରୁ ଗୁଗୁଲର ରୋବୋଟିକ୍ କାର  ସମ୍ପର୍କିତ ଗୁପ୍ତ ରହସ୍ୟ ଲିକ୍ କରିବା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଏହା ସିଲିକନ୍ ଭ୍ୟାଲିର ହାଇପ୍ରୋଫାଇଲ କ୍ରିମିନାଲ କେସ୍  ମଧ୍ୟରୁ ଅନ୍ୟତମ।

ଆମେରିକାର ଡିଷ୍ଟ୍ରିକ୍ଟ ଜଜ୍ ଓ୍ବିଲିୟମ୍ ଅଲସୁପ୍ ଗୁଗୁଲର ପୂର୍ବତନ ଇଞ୍ଜିନିୟର ଆଣ୍ଟୋନି ଲେଭାନଦୋଭସ୍କିଙ୍କୁ ମଙ୍ଗଳବାର ଜେଲଦଣ୍ଡ ଶୁଣାଇଛନ୍ତି। ଲେଭାନଦୋଭସ୍କିଙ୍କ ବିରୋଧରେ ଗତ ଅଗଷ୍ଟରେ ଅପରାଧିକ ମାମଲାର ଅଭିଯୋଗ ଅଣାଯାଇଥିଲା। ଏହାପରେ ସେ ନିଜର ଅପରାଧ ସ୍ବୀକାର କରିଛନ୍ତି।

ଲେଭାନଦୋଭସ୍କିଙ୍କ ଉପରେ ୮,୫୦,୦୦୦ ଡଲାରରୁ ଅଧିକ ଅର୍ଥର ଜରିମନା ଲଗାଯାଇଛି। ସେ ଉବେରରେ କାମ କରିବା ଆରମ୍ଭ ପୂର୍ବରୁ ଗୁଗୁଲର କାର ସମ୍ପର୍କିତ ପ୍ରୋଜେକ୍ଟ ଆରମ୍ଭ କରିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଲେଭାନଦୋଭସ୍କି ୨୦୧୬ରେ ଅଟୋ କମ୍ପାନୀରେ କାମ କରିବା ଆରମ୍ଭ କରିଥିଲେ, ଯାହାକୁ ପରେ ଉବେର କିଣି ନେଇଥିଲା। ଲେଭାନଦୋଭସ୍କି ଗୁଗୁଲ ଛାଡିବା ପୂର୍ବରୁ ଗୁଗୁଲ ଚଳାଉଥିବା କାର ସମ୍ପର୍କୀତ ଟେକ୍ନୋଲୋଜିର ସୂଚନା ଡାଉନଲୋଡ୍ କରି ଏହାକୁ ଚୋରି କରିଥିଲେ। ଏବେ ଏହି ମାମଲାରେ ଦୋଷୀ ସାବ୍ୟସ୍ତ ହେବାପରେ ମିଳିଛି ଜେଲଦଣ୍ଡ।