ଫୁଟବଲ୍ ବିଶ୍ୱକପ୍‌ରେ ଭାରତକୁ ପହଞ୍ଚାଇବା ମୋର ପିଲାଦିନର ସ୍ପପ୍ନ: ଝିଙ୍ଗନ

ବେଙ୍ଗାଲୁରୁ,୨୧/୫: ଭାରତୀୟ ଫୁଟବଲ୍‌ ଦଳର ଅଭିଜ୍ଞ ଖେଳାଳି ସନ୍ଦେଶ ଝିଙ୍ଗନ ଫିଫା ବିଶ୍ୱକପ୍‌ ଖେଳିବା ପାଇଁ ପିଲାଦିନୁ ସ୍ୱପ୍ନ ଦେଖୁଛନ୍ତି । ଏହି ସ୍ୱପ୍ନ ପୂରଣ କରିବା ପାଇଁ ସେ ସବୁ ଶକ୍ତି ଖଟାଇବାକୁ ପ୍ରସ୍ତୁତ ଥିବା ପ୍ରକାଶ କରିଛନ୍ତି । ଭାରତୀୟ ଦଳର ଏହି ସେଣ୍ଟର ଡିଫେଣ୍ଡର କହିଛନ୍ତି ଯେ, ପିଲା ଦିନୁ ଭାରତ ପକ୍ଷରୁ ବିଶ୍ୱକପ୍‌ ଖେଳିବାର ସ୍ୱପ୍ନ ଥିଲା । କ୍ୟାରିୟର ମଧ୍ୟରେ ଆମ ଦଳ ଥରେ ବିଶ୍ୱକପ୍‌କୁ ଯୋଗ୍ୟତା ଅର୍ଜନ କରିବ ବୋଲି ଆଶା ରଖିଛି । ନହେଲେ ଅବସର ନେବା ପରେ ମୁଁ କେଚ ଭାବେ ଦଳକୁ ବିଶ୍ୱକପ୍‌ରେ ପହଞ୍ଚାଇବାକୁ ପ୍ରୟାସ କରିବି ।

୨୦୧୯ରେ ଏସୀୟ ଯୋଗ୍ୟତା ପର୍ଯ୍ୟାୟରେ ଆମ ପ୍ରଦର୍ଶନ ବେଶ୍‌ ଉନ୍ନତ ରହିଥିଲା । ବିଶ୍ୱକପ୍‌ ଆଉ ବେଶୀ ଦୂର ନଥିବା ଅନୁଭବ କରିଥିଲି । ୧୯୬୪ ପରେ ପ୍ରଥମ ଥର ପାଇଁ ଏସୀୟ ଯୋଗ୍ୟତା ପର୍ଯ୍ୟାୟର ନକ୍‌ ଆଉଟ୍‌ରେ ପ୍ରବେଶ କରିବାର ସୁଯୋଗ ରହିଥିଲା । ହେଲେ ଆମେ କାତାର ବିପକ୍ଷରେ ପରାଜିତ ହେବା ପରେ ସବୁ ସ୍ୱପ୍ନ ଧୂଳିସାତ୍‌ ହୋଇ ଯାଇଥିଲା । କାତାର ବିପକ୍ଷ ପରାଜୟ ପୂର୍ବରୁ ଆମେ କ୍ରମାଗତ ୧୩ଟି ମ୍ୟାଚ୍‌ ଅପରାଜେୟ ରହିଥିଲୁ । ଶେଷ ୪ଟି ମ୍ୟାଚ୍‌ରେ ଆମେ ଗୋଟିଏ ହେଲେ ଗୋଲ ବରଣ କରିନଥିଲୁ । କାତାରକୁ ହରାଇ ନପାରିବାରୁ ଆମେ ନକ୍‌ ଆଉଟ୍‌ରେ ପ୍ରବେଶ କରିପାରି ନଥିଲୁ । ଅବଶ୍ୟ ଆମେ ଏହି ତ୍ରୁଟିରୁ ବେଶ୍‌ ଶିକ୍ଷା ପାଇଛୁ । ଅନ୍ତର୍ଜାତୀୟ ସ୍ତରରେ ଉନ୍ନତ ପ୍ରଦର୍ଶନ ପରେ ଆମ ମନୋବଳ ବଢିଛି । ବିଶ୍ୱକପ୍‌ରେ ପହଞ୍ଚିବା ପାଇଁ ଆଉ ବେଶୀ ସମୟ ଲାଗିବ ନାହିଁ ବୋଲି ଆଶା କରୁଛି ।

   ସମ୍ବନ୍ଧିତ ଖବର


IPL-2020: ଆଜି ସନରାଇଜର୍ସ ହାଇଦ୍ରାବାଦ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ କଡ଼ା ଟକ୍କର

ଚେନ୍ନାଇ ସୁପର କିଙ୍ଗ୍ସକୁ ବଡ ଝଟକା, ଆଇପିଏଲରୁ ବାଦ ପଡ଼ିଲେ ଆହତ ବ୍ରାଭୋ

ଟିମ୍‌ ଇଣ୍ଡିଆର ଅଷ୍ଟ୍ରେଲିଆ ଗସ୍ତ ,ସିଡ୍‌ନୀ, କାନବେରାରେ ସୀମିତ ଓଭର ସିରିଜ

ହଠାତ୍‌ ଚର୍ଚ୍ଚାରେ ବାଂଲାଦେଶର ମହିଳା କ୍ରିକେଟର, ଫଟୋ ହେଲା ଭାଇରାଲ୍

୨୦ ଥର କରୋନା ଟେଷ୍ଟ କଲେ ପ୍ରୀତି ଜିଣ୍ଟା, ଜାଣନ୍ତୁ କାରଣ

ଜାନୁୟାରୀରେ ଭାରତ ଆସିବ ଇଂଲଣ୍ଡ ଟିମ୍, ଅହମଦାବାଦରେ ଖେଳାଯିବ ଦିବାରାତ୍ର ଟେଷ୍ଟ …