PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ଆଜି ଅପରାହ୍ନ ୫ଟାରେ କୋଭିଡ଼ ନେଇ ସମିକ୍ଷା କରି​‌ବେ ମୁଖ୍ୟମନ୍ତ୍ରୀ
  • ||
  • ପଞ୍ଜାବ ନିର୍ବାଚନ: ପଞ୍ଜାବ ପାଇଁ ଆପ୍‌ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା, ମୁଖ୍ୟମନ୍ତ୍ରୀ ଚେହେରା ହେଲେ ଭାଗୱତ ମାନ୍
  • ||
  • ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ଲାଗି ବଡ଼ ଘୋଷଣା, ଡ୍ୟୁଟିରେ ଥାଇ ମୃତ୍ୟୁ ହେଲେ ମିଳିବ ୩୦ଲକ୍ଷ ଅନୁକୁମ୍ପା
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୮କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ୮୦ ହଜାର ଟପିଲା ଆକ୍ଟିଭ କେସ୍, ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୧୧,୦୮୬ ଜଣ କରୋନା ପଜିଟିଭ
  • ||
  • ଭୁବନେଶ୍ଵର : ଏଟିଏମ୍‌ରୁ ଲୁଟ୍ ଉଦ୍ୟମ ବେଳେ ଧରାପଡ଼ିଲେ ୨ ଯୁବକ, ଗ୍ୟାସ୍ କଟର ମେସିନ୍ ଜବତ
  • ||
  • ଭୁବନେଶ୍ୱର : ରାଜ୍ୟରେ ଗାଏବ ହେବ ଶୀତ, ୨ ଦିନ ଘନ କୁହୁଡ଼ି, ୨୩ରୁ ବର୍ଷା ସମ୍ଭାବନା
  • ||
  • କଣ୍ଟାବାଞ୍ଜି : ବାଇକ୍ ଦୁର୍ଘଟଣାଗ୍ରସ୍ତ, ୨ ବାଇକ୍ ଆରୋହୀ ମୃତ
  • ||
  • ଚେନ୍ନାଇ : ୧୮ ବର୍ଷର ବୈବାହିକ ସମ୍ପର୍କରେ ପୂର୍ଣ୍ଣଛେଦ ପକାଇଲେ ସାଉଥ୍ ସୁପରଷ୍ଟାର ଧନୁଷ-ଐଶ୍ଵର୍ଯ୍ୟା, ଟ୍ଵିଟ୍ କରି ଦେଲେ ସୂଚନା
  • ||
  • ଲମତାପୁଟ : ପିକଅପ୍ ଭ୍ୟାନ୍‌ରୁ ୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୨ ଗିରଫ
  • ||

ବିବାହ ପରେ ପ୍ରେମିକାଙ୍କୁ ଘରକୁ ଆଣିଲେ, ବିବାହିତାଙ୍କୁ ନିର୍ଯାତନା ଅଭିଯୋଗ -ସ୍ୱାମୀ, ସଉତୁଣୀ ନାଁରେ ମାମଲା

image courtesy times of india

ଜୟପୁର : ଜଣେ ବିବାହିତାଙ୍କୁ ଯୌତୁକ ନିର୍ଯାତନା ଅଭିଯୋଗ ହୋଇଛି । ଅଭିଯୋଗକାରିଣୀ ହେଉଛନ୍ତି କୋଟପାଡ଼ ବ୍ଲକ ଶଶାହାଣ୍ଡିର ସମ୍ବାରୀ ଭତ୍ରା(୧୯) । ସେ ତାଙ୍କ ସ୍ୱାମୀ ନବରଙ୍ଗପୁର ଆମ୍ବାଦୁଲାର ତ୍ରିନାଥ ଭତ୍ରା ଏବଂ ସଉତୁଣୀଙ୍କ ନାଁରେ ଲିଖିତ ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ମହିଳା ଥାନାରେ ଏକ ମାମଲା ରୁଜୁ କରାଯାଇଥିବା ଆଇଆଇସି ମମତା ପାଣିଗ୍ରାହୀ କହିଛନ୍ତି ।

ପୁଲିସ ସୂଚନା ଅନୁଯାୟୀ, ଅଭିଯୋଗକାରିଣୀ ଗତବର୍ଷ ତ୍ରିନାଥଙ୍କୁ ବିବାହ କରିଥିଲେ । ବିବାହର ସପ୍ତାହେ ପର୍ଯ୍ୟନ୍ତ ସବୁକିଛି ଠିକ୍‌ ଥିଲା । ପରେ ତ୍ରିନାଥ ତାଙ୍କ ପୂର୍ବ ପ୍ରେମିକାଙ୍କୁ ବିବାହ କରି ଘରକୁ ଆଣିଥିଲେ । ଉଭୟ ସ୍ୱାମୀ ଏବଂ ସଉତୁଣୀ ତାଙ୍କୁ ମାରଧର କରିବା ସହ ଅଧିକ ଟଙ୍କା ଆଣିବାକୁ ଚାପ ପକାଉଥିଲେ । ଏଭଳି ୮ ମାସ ବିତି ଯାଇଥିଲା ।

ଏ ସମ୍ପର୍କରେ ଅଭିଯୋଗକାରିଣୀ ବାପଘରକୁ ଜଣାଇଥିଲେ । ସମସ୍ୟା ସମାଧାନ ନହେବାରୁ ବାଧ୍ୟ ହୋଇ ସମ୍ବାରୀ ତାଙ୍କ ବାପଘରକୁ ଚାଲି ଆସିଥିଲେ । ଗତ ୧ ତାରିଖ ରାତିରେ ସେ ଥାନାର ଦ୍ୱାରସ୍ଥ ହୋଇଥିଲେ । ଏଏସ୍‌ଆଇ ଦୁର୍ଗାପ୍ରସାଦ ବ୍ରହ୍ମା ମାମଲାର ତଦନ୍ତକାରୀ ଅଧିକାରୀ ଅଛନ୍ତି ।