PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜଗତସିଂପୁର ଜିଲାର ଢିଙ୍କିଆ ପଞ୍ଚାୟତରେ ଆସନ୍ତା ବର୍ଷ ହେବ ପଞ୍ଚାୟତ ନିର୍ବାଚନ ।
  • ||
  • କୋଭିଡ୍‌ର କେବେ ବି ଅନ୍ତ ହେବ ନାହିଁ, ଭାଇରସ୍ ତାହାର ଚରିତ୍ର ବଦଳାଇବ : ସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ବଢିଲା କରୋନା ଗ୍ରାଫ୍, ୨୪ ଘଣ୍ଟାରେ ୭୪୨୬ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ପୁରୀ : ଖଣିରେ ଭାସୁଛି ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭୁବନେଶ୍ଵର : ଗାନ୍ଧି ମାର୍ଗରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ, ପତାକା ଉତ୍ତୋଳନ କଲେ ରାଜ୍ୟପାଳ
  • ||
  • ପଦ୍ମପୁର : ସ୍କୁଲ୍ ନାହିଁ ତ ଭୋଟ୍ ନାହିଁ, ଗାଁ ମୁଣ୍ଡରେ ପୋଷ୍ଟର ଲଗାଇ ଭୋଟ ବର୍ଜନ ପାଇଁ ଘୋଷଣା କଲେ ଗ୍ରାମବାସୀ
  • ||
  • ଯାଜପୁର : ବାଇକକୁ ଧକ୍କା ଦେଲା କାର୍, ଜଣେ ମୃତ
  • ||
  • ଭୁବନେଶ୍ଵର : ଆଜି ଘନ କୁହୁଡ଼ି, ୨୮ରୁ ଶୀତ ଲହରୀ
  • ||
  • ଭୁବନେଶ୍ଵର : ଦେଶ ପାଳନ କରୁଛି ୭୩ତମ ଗଣତନ୍ତ୍ର ଦିବସ, ରାଜପଥରେ ଦୁନିଆ ଦେଖିବ ଭାରତର ଶକ୍ତି
  • ||

ସିକ୍ରେଟ୍ ୱେଡିଂ କଲେ ବ୍ରିଟିଶ୍ ପିଏମ୍ ବୋରିସ୍ ଜନସନ୍, ନିଜଠାରୁ ୨୩ ବର୍ଷ ସାନ ମଙ୍ଗେତରଙ୍କୁ କଲେ ବିବାହ

ନୂଆଦିଲ୍ଲୀ, ୩୦/୦୫ : ବିବାହକୁ ନେଇ ଚର୍ଚ୍ଚାରେ ଥିବା ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍ ଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ୫୬ ବର୍ଷୀୟ ବୋରିସ୍ ଜନସନ୍ ତାଙ୍କର ୩୩ ବର୍ଷୀୟା ମଙ୍ଗେତର କୈରୀ ସାଇମଣ୍ଡସଙ୍କ ସହ ସିକ୍ରେଟ୍ ମ୍ୟାରେଜ କରିଥିବା ସୂଚନା ମିଳିଛି। ଏହି ବିବାହ କାର୍ଯ୍ୟକ୍ରମରେ ଉଭୟଙ୍କ ପରିବାର ଲୋକ ଓ କିଛି ବନ୍ଧୁ ସାମିଲ ହୋଇଥିଲେ।

ମିଡିଆ ରିପୋର୍ଟ ଅନୁଯାୟୀ, ଜନସନ୍ ଏବଂ ସାଇମଣ୍ଡସ୍ ଗୁପ୍ତ ଭାବରେ ବିବାହ କରିସାରିଛନ୍ତି। ଏହା ପୂର୍ବରୁ ୨୦୨୨ ଜୁଲାଇ ୩୦ରେ ସେ ବିବାହ କରିବେ ବୋଲି ଚର୍ଚ୍ଚା ହେଉଥିଲା। ଏଥିପାଇଁ ଉଭୟ ସେମାନଙ୍କ ପରିବାର ଲୋକ ଏବଂ ବନ୍ଧୁ ସମ୍ପର୍କୀୟଙ୍କୁ ନିମନ୍ତ୍ରଣ ପଠାଇଥିଲେ। ତେବେ ଏହି କାର୍ଡରେ ୱେଡିଂ ଭେନ୍ୟୁ ଲେଖାନଥିଲା।

୨୦୧୯ରେ ବୋରିସ୍ ଜନସନ୍ ବ୍ରିଟେନର ପ୍ରଧାନମନ୍ତ୍ରୀ ହେବା ପରେ ସାଇମଣ୍ଡସ୍ ଙ୍କ ସହ ଡାଉନିଂ ଷ୍ଟ୍ରିଟରେ ରହୁଥିଲେ। ଗତ ବର୍ଷ ତାଙ୍କର ଏକ ପୁତ୍ର ସନ୍ତାନ ମଧ୍ୟ ହୋଇଥିଲା। ତାଙ୍କ ପୁଅର ନାମ ୱିଲଫ୍ରେଡ ଲରି ନିକୋଲାସ୍ ଜନସନ ରଖାଯାଇଥିଲା। ଏହା ପୂର୍ବରୁ ଜନସନଙ୍କ ବିବାହ ମରୀନା ହ୍ଵିଲରଙ୍କ ସହ ହୋଇଥିଲା। ଜନସନ୍ ଏବଂ ମରୀନଙ୍କର ୪ଟି ସନ୍ତାନ ରହିଛନ୍ତି। ବିବାହର ୨୫ ବର୍ଷ ପରେ ଜନସନ୍ ମରୀନାଙ୍କ ଠାରୁ ବିବାହ ବିଚ୍ଛେଦ କରିଥିଲେ। ହ୍ଵିଲରଙ୍କ ପୂର୍ବରୁ ଜନସନ୍ ଏଲେଗ୍ରା ମାଷ୍ଟିନ ଓୱେନଙ୍କ ସହ ବିବାହ କରିଥିଲେ। ତେବେ ସାଇମଣ୍ଡସ୍ ଏବେ ତାଙ୍କର ତୃତୀୟ ପତ୍ନୀ ହେବେ।