PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଶ୍ୱର ସବୁଠୁ ବଡ଼ କ୍ରିକେଟ ଷ୍ଟାଡ଼ିୟମ୍‌ରେ ଖେଳା ଯିବ ଆଇପିଏଲ ୨୦୨୨ ଫାଇନାଲ
  • ||
  • ଆନନ୍ଦପୁର : ଝରକା ଗ୍ରୀଲ୍ ଭାଙ୍ଗି ଶିକ୍ଷକଙ୍କ ଘରେ କଳାକନା ବୁଲାଇଦେଲେ ଦୁର୍ବୃତ୍ତ, ୧୫ ଭରି ସୁନାଅଳଙ୍କାର ସହ ନଗଦ ୫୨ ହଜାର ଟଙ୍କା ଲୁଟ୍
  • ||
  • ସୋର : ଗୋରୁ ବୋଝେଇ କଣ୍ଟେନର ଜବତ, ୪୦ ରୁ ଉର୍ଦ୍ଧ୍ଵ ଗୋରୁ ଉଦ୍ଧାର, ୧୧ ଗିରଫ
  • ||
  • ସମାନ ନାଗରିକ ସଂହିତା ଲାଗୁ କରିବା ପ୍ରସ୍ତୁତିରେ ମୋଦି ସରକାର , ପ୍ରଥମେ ଉତ୍ତରାଖଣ୍ଡରେ ଏହି ଆଇନ୍‌ ଲାଗୁ କରାଯିବାର ଅଭ୍ୟାସ ଆରମ୍ଭ କରାଯାଇଛି
  • ||
  • ଗୁଜରାଟରେ ବଡ଼ ବିଜୟର ପ୍ରସ୍ତୁତିରେ ବିଜେପି , କଂଗ୍ରେସ ଦୁର୍ବଳତାର ବି ମିଳିବ ଫାଇଦା
  • ||

ଚେତାବନୀ ଦେଲାଣି ବ୍ରିଟେନ୍‌, ୟୂକ୍ରେନ୍‌ ଉପରେ ଋଷ ଆକ୍ରମଣ କଲେ ଦ୍ୱିତୀୟ ବିଶ୍ୱଯୁଦ୍ଧ ଠାରୁ ଭୟଙ୍କର ହେବ ପରିସ୍ଥିତି

Pic Credit : Boris Johnson

ଲଣ୍ଡନ୍‌,୨୬/୦୧: ୟୁକେନକୁ ନେଇ ୟୁରୋପ ଏବଂ ଋଷ ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି । ଏହି ବିବାଦକୁ ନେଇ କିଛି ଦେଶ ମଧ୍ୟ ସତର୍କ ରହିଲେଣି ଏବଂ ୟୁକ୍ରେନରେ ଥିବା ନିଜ ଦେଶର ନାଗରିକ ମାନଙ୍କୁ ସ୍ୱଦେଶ ଫେରିବାକୁ ବି କହିଛନ୍ତି । ଏହାରି ଭିତରେ ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ୍‌ଙ୍କ ଏକ ଚେତାବନୀ ସମସ୍ତଙ୍କୁ ଚିନ୍ତାରେ ପକାଇଛି । ବୋରିସ୍‌ କହିଛନ୍ତି, ଯଦି ୟୁକ୍ରେନ୍‌ ଉପରେ ଋଷ ଆକ୍ରମଣ କରେ, ତାହେଲେ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ସବୁଠାରୁ ବଡ଼ ଧ୍ୱଂଶାଭିମୁଖି ପରିସ୍ତିିତି ସୃଷ୍ଟି ହେବ । ୟୁକ୍ରେନ୍‌ କେବଳ ଗୋଟିଏ ବନ୍ଧ୍ୟା ଭୂମୀ ହୋଇ ରହିଯିବ । କୁହାଯାଉଛି କି ପଶ୍ଚିମାଞ୍ଚଳ ଦେଶ ଗୁଡ଼ିକ ଏହି ଧ୍ୱଂଶକୁ ରୋକିବା ପାଇଁ ଏକପ୍ରକାର ଏକଜୁଟ ହୋଇ ରହିଛନ୍ତି ।

ମଙ୍ଗଳବାର ବୋରିଶ ଜନସନ୍‌ ଗୋଟିଏ ସମାରୋହରେ କହିଛନ୍ତି, ‘ୟୁକେନର ଲୋକମାନଙ୍କୁ ସେମାନଙ୍କ ଦେଶକୁ ରକ୍ଷା କରିବାର ଆଇନଗତ ଅଧିକାର ରହିଛି, ମୋ କହିବା କଥା ୟୁକ୍ରେନ୍‌ ଏକଜୁଟ ହୋଇ ଆକ୍ରମଣକୁ ବିରୋଧ କରୁ, ଯଦିଓ ଏହି ଆକ୍ରମଣରେ କାହାର ବି ଫାଇଦା ହେବନାହିଁ, ତଥାପି ଋଷ ଏମିତି ଏକ ଦେଶକୁ ବରବାଦ କରିଦେବ ଯାହାକୁ ସ୍ଲାବୋ (ଏକ ମାନବ ପ୍ରଜାତି) ମାନେ ମିଳିମିଶି ବନାଇଥିଲେ’ । କିଛି ସମୟ ପୂର୍ବରୁ ବୋରିସ୍‌ ଜନସନ୍‌ ଋଷର ରାଷ୍ଟ୍ରପତି ପୁଟିନ୍‌ଙ୍କ ସହିତ ଆଲୋଚନା କରି କହିଥିଲେ ୟୁକ୍ରେନ୍‌ ଉପରେ ଆକ୍ରମଣ କଲେ ଗମ୍ବୀର ପରିସ୍ଥିତିକୁ ସାମ୍ନା କରିବାକୁ ପଡ଼ିବ।

ଋଷର ସମ୍ଭାବ୍ୟ ଆକ୍ରମଣକୁ ଦୃଷ୍ଟିରେ ରଖି ୟୁକ୍ରେନକୁ ବହୁଳ ପରିମାଣରେ ଅତ୍ୟାଧୁନିକ ଏଣ୍ଟି ଟ୍ୟାଙ୍କ୍‌ ମିଶାଇଲ ଯୋଗାଇ ଦେଇଛି ବ୍ରିଟେନ୍‌ । ନାଟୋ ମିଲିଟାରୀ ଏକ୍ସପର୍ଟଙ୍କ ସୂଚନା ଅନୁଯାୟୀ, ୟୁକ୍ରେନ୍‌ ସୀମାରେ ପାଖାପାଖି ୮ହଜାର ଟ୍ୟାଙ୍କ ନିୟୋଜିତ କରିଛି ଋଷ । ଏହା ସହିତ ୩୬ଟି ମିଶାଇଲ ଲଞ୍ଚର ନିୟୋଜିତ କରିଛି ଋଷ । ଉଭୟ ଦେଶର ବିବାଦକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ବିଶ୍ୱର ପ୍ରମୁଖ ରାଷ୍ଟ୍ରମାନେ । ଯଦି ଯୁଦ୍ଧ ହୁଏ, ତାହେଲେ ପରିଣତି ଅତ୍ୟନ୍ତ ଭୟଙ୍କର ହେବ ବୋଲି ଅନୁମାନ କରିଛନ୍ତି ବୈଦେଶିକ ବିଶେଷଜ୍ଞ ।

ସମ୍ବନ୍ଧିତ ଖବର