ପର୍ଣ୍ଣ ଭିଡ଼ିଓ ଦେଖୁଛନ୍ତ କି? ଏବେ ଏମାନଙ୍କ ଉପରେ ପଡ଼ିପାରେ ସରକାରଙ୍କ ଚାବୁକ୍, ଦେଖାଇବାକୁ ପଡ଼ିବ ଆଇଡି କାର୍ଡ

ଅଶ୍ଲୀଳ ଫିଲ୍ମ ହେଉ ଅବା ଫଟୋ କିମ୍ବା ଭିଡ଼ିଓ ଏହା ଉପରେ ରୋକ୍ ଲଗାଇବା ପାଇଁ ସରକାର ଅନେକ ଥର ଚେଷ୍ଟା କରିଛନ୍ତି। ଏଥିପାଇଁ କେବେ ପର୍ଣ୍ଣ ସାଇଟକୁ ବ୍ଲକ୍ କରାଯାଇଛି ତ କେତେବେଳେ କିଛି ନୂଆ ନିୟମ ବାହାର କରାଯାଉଛି। ତଥାପି ପର୍ଣେ୍ଣାଗ୍ରାଫି ଉପରେ ରୋକ୍ ଲାଗି ପାରୁନାହିଁ।

ବର୍ତମାନ ଇଂଲଣ୍ଡ ପର୍ଣେ୍ଣାଗ୍ରାଫି ଉପରେ ଲଗାମ ଲଗାଇବା ପାଇଁ ଓ୍ବେବସାଇଟରେ ବୟସର ଏକ ସୀମା ନିର୍ଦ୍ଧାରଣ ଉପରେ ନିଷ୍ପତ୍ତି ନେଇଛି। ଏହା ପରେ କୈାଣସି ବ୍ୟକ୍ତି ଅର୍ଥାତ୍ ବୟସ ହୋଇନଥିବା ପିଲା ଏହାକୁ ଦେଖିପାରି ନାହିଁ।

ବ୍ରିଟେନରେ ପର୍ଣ୍ଣ ଦେଖିବା ପାଇଁ ନୂଆ ଆଇନ ଜୁଲାଇ ୧୫ରୁ ଲାଗୁ ହେବ। ଏହି ଆଇନ ଦ୍ବାରା ଇଣ୍ଟରନେଟ୍ ପର୍ଣେ୍ଣଗ୍ରାଫି କରୁଥିବା କମ୍ପାନି ଏବେ ଏହି ନିୟମକୁ ଯାଞ୍ଚ କରିବେ କି ପର୍ଣ୍ଣ ଦେଖୁଥିବା ବ୍ୟକ୍ତିର ବୟସ କେତେ। ତା ସହିତ ୧୮ବର୍ଷରୁ କମ ବୟସ ଥିବା ୟୁଜର ଏହାକୁ ଦେଖିପାରିବେ ନାହିଁ।  

ବ୍ରିଟେନ ଡିଜିଟାଲ ବିଭାଗର ମନ୍ତ୍ରୀ ମାର୍ଗଟ ଜୈସ କହିଛନ୍ତି ଯେ, ବୟସ୍କଙ୍କ ପାଇଁ ବନାଯାଇଥିବା ପର୍ଣ୍ଣକୁ ପିଲାମାନେ ମଧ୍ୟ ଅନଲାଇନରେ ଦେଖୁଛନ୍ତି। ବୟସକୁ ଯାଞ୍ଚ କରିବା ପାଇଁ ବହୁତ କଷ୍ଟ ହେବ। ତେବେ ଏଥିପାଇଁ କ୍ରେଡିଟ୍ କାର୍ଡ, ପାସପୋର୍ଟ କିମ୍ବା ଡିଜିଟାଲ ଆଇଡି କାର୍ଡ ବ୍ୟବହାର କରିବାକୁ ପଡ଼ିବ। ଯାହାଦ୍ବାରା ଯାୟ୍ଚ ପ୍ରକ୍ରିୟା ସହଜ ହୋଇଯିବ।

   ସମ୍ବନ୍ଧିତ ଖବର


ବୈଜ୍ଞାନିକଙ୍କୁ ମିଳିଲା ବଡ଼ ସଫଳତା: ଗ୍ରହାଣୁ ଧକ୍କାକୁ ଅନୁକରଣ କରି କିଛି ମିନିଟ୍‌ ମଧ୍ୟରେ ପ୍ରୟୋଗଶାଳାରେ ବିକଶିତ କଲେ ହୀରା

ବିପତ୍ତି ଆଣିଦେଲା ସୁଯୋଗ, ଏହି କାରିଗର ଆରମ୍ଭ କରିଦେଲେ ସୁନା-ରୁପାର ମାସ୍କ

ଆତ୍ମହତ୍ୟା ଉଦ୍ୟମ କଲେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ସଚିବ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି…

ଓଲା, ଉବର ପାଇଁ ନୂଆ ଗାଇଡ୍‌ଲାଇନ ଜାରି: କ୍ୟାବ୍‌ ଡ୍ରାଇଭର ପାଇବେ ୮୦% ଭଡ଼ା, ମୋଟ ଭଡ଼ାର ୨୦% ରଖିପାରିବେ ଆଗ୍ରିଗେଟର

ବଢିଲା ଇରାନ-ଇସ୍ରାଏଲ ମଧ୍ୟରେ ଯୁଦ୍ଧ ସମ୍ଭାବନା, ଇରାନ ପରମାଣୁ ବୈଜ୍ଞାନିକଙ୍କ ହତ୍ୟାକୁ ନେଇ ବଢୁଛି ବିବାଦ…

ବମ୍ବେ ହାଇକୋର୍ଟରେ କଙ୍ଗନାଙ୍କୁ ସଫଳତା ପରେ ବିଏମସି ମେୟର ଦେଲେ ବିବାଦୀୟ ମନ୍ତବ୍ୟ, କହିଲେ ଅଭିନେତ୍ରୀ “ଦୁଇ ଟଙ୍କାର ଲୋକ”…