ପୂର୍ବରୁ କରୋନା ବିଷୟରେ ଦେଇଥିଲେ ଭବିଷ୍ୟବାଣୀ, କହିଲେ ଆଉ ଏତେ ଦିନ ରହିବ

ଲଣ୍ଡନ, ୨୦/ ୧୦: ମହାମାରୀ କରୋନା ପାଇଁ ସାରା ବିଶ୍ବ ଚିନ୍ତିତ। ଏହି ମହାମାରୀରୁ ରକ୍ଷା ପାଇବା ପାଇଁ ଏପର୍ଯ୍ୟନ୍ତ ଟିକା ବାହାରି ନାହିଁ। ୪୦ରୁ ଉର୍ଦ୍ଧ‌୍ବ ଦେଶ କରୋନା ଟିକା ପାଇଁ ଲାଗି ପଡ଼ିଛନ୍ତି। ସମସ୍ତେ ଟିକାକୁ ଅପେକ୍ଷା କରିଥିବା ବେଳେ ଏକ ଭବିଷ୍ୟବାଣୀ ଚର୍ଚ୍ଚାରେ ରହିଛି।

କରୋନା ଭାଇରସ୍‌କୁ ନେଇ ସଠିକ୍‌ ଭବିଷ୍ୟବାଣୀ ଦେଉଥିବା ବ୍ରିଟିଶ୍‌ ଜ୍ୟୋତିଷ ଏହି ମହାମାରୀ କେତେଦିନ ରହିବ। ଏଥିସହିତ ସେ ଆହୁରି କହିଛନ୍ତି ଯେ, ବ୍ରିଟେନ୍‌ ରେ ଏହି ମହାମାରୀ କେତେ ଦିନ ପର୍ଯ୍ୟନ୍ତ ରହିବ ଏବଂ ଆମେରିକା ରାଷ୍ଟ୍ରପତି ନିର୍ବାଚନ ଫଳାଫଳ କଣ ହେବ। ମିରର ଡଟ ୟୁକେ ଖବର ଅନୁଯାୟୀ ବ୍ରିଟିଶ ଜ୍ୟୋତିର୍ବିଦ ଜେସିକା ଏଡନ୍ସ ଫେବୃଆରୀ ୨୦୧୯ରେ କହିଥିଲେକି ଗୋଟାଏ ଭାଇରସ୍‌ ସାରା ଦୁନିଆକୁ ଆତଙ୍କିତ କରିଦେବ। ସେହି ସମୟରେ ତାଙ୍କ କଥାକୁ କେହି ବିଶ୍ବାସ କରି ନଥିଲେ।

ଜ୍ୟୋତିଷ ଜେସିକା ଏଡମ୍ସ ନିଜ ଭବିଷ୍ୟବାଣୀକୁ ନେଇ ଏତେ ବିଶ୍ବାସ ଥିଲା ଯେ ୨୦୨୦ ମାର୍ଚ୍ଚରେ ଏକ ବଡ଼ ପାର୍ଟିର ଆୟୋଜନକୁ ବନ୍ଦ କରି ଦେଇଥିଲେ। କେବଳ ସେତିକି ନୁହେଁ ଲଣ୍ଡନ ଛାଡ଼ି ତସ୍ମାନିଆ ଚାଲି ଯାଇଥିଲେ। ବର୍ତ୍ତମାନ ସେ ତସ୍ମାନିଆରେ ହିଁ ବସବାସ କରୁଛନ୍ତି ।ସେ ଡେଲି ମେଲ ସହ ସାକ୍ଷାତକାର ଦେଇ କହିଛନ୍ତି ଯେ, ୨୦୨୧ରେ ବ୍ରିଟେନରେ କରୋନା ଭାଇରସ୍‌ ସଂକ୍ରମଣ ବନ୍ଦ ହୋଇ ଯିବ। ଅପରପକ୍ଷେ ସେ କହିଛନ୍ତି ଯେ, ସମଗ୍ର ବିଶ୍ବବାସୀ କରୋନା ଭାଇରସ୍‌ ସହିତ ମିଶି କାମ କରିବାକୁ ପଡ଼ିବ। ସେ ଆହୁରି ଦାବିର ସହ କହିଛନ୍ତି ସଂକ୍ରମଣକୁ ରୋକିବା ପାଇଁ ହେଉଥିବା କରୋନା ଟିକା ବାହାରି ପାରିବ ନାହିଁ। ଏଥିପାଇଁ ଆମେ ଏହି ରୋଗ ସହ ବଞ୍ଚିବାକୁ ପଡ଼ିବ ବୋଲି କହିଛନ୍ତି।

ଆମେରିକା ରାଷ୍ଟ୍ରପତି ନିର୍ବାଚନକୁ ନେଇ ମଧ୍ୟ ସେ ମତ ରଖିଛନ୍ତି। ସେ କହିଛନ୍ତି ଯେ, ଆମେରିକା ଜଣେ ନୂଆ ନେତାଙ୍କୁ ଦେଖିବ। ଯାହା ଟ୍ରମ୍ପଙ୍କ ପାଇଁ ଭଲ ଖବର ନୁହେଁ। ସେ ଆମେରିକାର ରାଷ୍ଟ୍ରପତି ଆଉ ହୋଇ ପାରିବେନି ବୋଲି ମତ ରଖିଛନ୍ତି।