ସଂସ୍କୃତି ବିଭାଗ ପ୍ରମୁଖ ଶାସନ ସଚିବଙ୍କ ସହ ବ୍ରିଟିଶ ଡେପୁଟି ହାଇକମିଶନଙ୍କ ସୌଜନ୍ୟ ସାକ୍ଷାତ

ଭୁବନେଶ୍ୱର ୧୨/୯:  ଭାରତରେ ଅବସ୍ଥାପିତ ବ୍ରିଟିଶ ଡେପୁଟି ହାଇକମିଶନର ଶ୍ରୀ ବ୍ରୁସ୍‌ ବକ୍‌ନେଲ୍‌ ଆଜି ସଂସ୍କୃତି ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ମନୋରଞ୍ଜନ ପାଣିଗ୍ରାହୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ଭୁବନେଶ୍ୱରସ୍ଥିତ ଡ. ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରରେ କାର୍ଯ୍ୟ କରୁଥିବା ବି୍ରଟିଶ ସୂଚନା କେନ୍ଦ୍ରର କାର୍ଯ୍ୟାବଳୀ ତଥା ଉନ୍ନତିକରଣ ସଂପର୍କରେ ଶ୍ରୀ ବକ୍‌ନେଲ୍‌ ଆଲୋଚନା କରିଥିଲେ । ଏହି ସୂଚନା କେନ୍ଦ୍ର ବି୍ରଟେନ୍‌ରେ ଉଚ୍ଚଶିକ୍ଷା, ବୃତ୍ତିଗତ ତାଲିମ ଓ ସାଂସ୍କୃତିକ ବିନିମୟ ଉପରେ କାର୍ଯ୍ୟ କରୁଛିଏବଂ ଏହାକୁ ଅଧିକ କ୍ରି୍ରୟାଶୀଳ କରାଯିବା ନେଇ ଆଲୋଚନାରେ ଗୁରୁତ୍ୱ ପ୍ରକାଶ ପାଇଥିଲା । ଡେପୁଟି ହାଇକମିଶନର ତାଙ୍କ ସୌଜନ୍ୟ ସାକ୍ଷାତ କାଳରେ ଓଡ଼ିଶାର ବିଶ୍ୱପ୍ରସିଦ୍ଧ ରଥଯାତ୍ରା ସମେତ ବିପୁଳ ସାଂସ୍କୃତିକ ସଂପଦର ଉଚ୍ଚ ପ୍ରଶଂସା କରିଥିଲେ ।

ପ୍ରମୁଖ ଶାସନ ସଚିବ ଶ୍ରୀ ପାଣିଗ୍ରାହୀ ଶ୍ରୀ ବକ୍‌ନେଲ୍‌ଙ୍କୁ ଓଡ଼ିଶା ଏବଂ ରଥଯାତ୍ରା ସଂପର୍କିତ କେତେକ ତଥ୍ୟସମ୍ବଳିତ ପୁସ୍ତକ ଉପହାର ଦେଇଥିଲେ । ଏହି ସାକ୍ଷାତ ସମୟରେ ଓଡ଼ିଶା ନୌବାଣିଜ୍ୟ ଓ ଦକ୍ଷିଣ-ପୂର୍ବ ଏସୀୟ ଗବେଷଣା ପ୍ରତିଷ୍ଠାନର ସଚିବ ଡ. ସୁନୀଲ ପଟ୍ଟନାୟକ ଓ ସୂଚନା ତଥା ଲୋକବ୍ୟାପାର ଅଧିକାରୀ ସ୍ୱର୍ଣ୍ଣମୟୀ ଶତପଥୀ ଉପସ୍ଥିତ ଥିଲେ ।

   ସମ୍ବନ୍ଧିତ ଖବର


ପେଟ୍ରୋଲ ପମ୍ପରେ ବିସ୍ଫୋରଣ ଘଟଣା: ସୀମାଞ୍ଚଳଙ୍କ ମୃତ୍ୟୁ ସ୍ପଷ୍ଟ, ଆସିଲା ମାଂସ ଖଣ୍ଡର DNA ରିପୋର୍ଟ

ସାରୁଅ ଜମି କେଳେଙ୍କାରୀ ମାମଲା : ସ୍ଥାନୀୟ ଲୋକଙ୍କୁ କ୍ରାଇମବ୍ରାଞ୍ଚ ୩ ଜଣିଆ ଟିମ୍‌ର ପଚରାଉଚରା

ରାଜ୍ୟରେ ୧୩ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୧୨୯୭ କୁ ବୃଦ୍ଧି

ରାଜ୍ୟରେ ଚିହ୍ନଟ ହେଲେ ୧୬୧୭ ଜଣ କରୋନା ଆକ୍ରାନ୍ତ: ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୮୭ ହଜାର ଟପିଲା

୧୯୯୯ ମହାବାତ୍ୟା @ ୨୧: ‘ମନେ ପଡିଲେ ଏବେ ବି ଛାତି ଥରି ଉଠେ ପ୍ରଳୟଙ୍କାରୀ ବାତ୍ୟାର ତାଣ୍ଡବ’

ଆଇଆରବି ଯବାନଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ, ଚାଲିଛି ତଦନ୍ତ