କରୋନାରେ ଚିକିତ୍ସାରେ ଭାରତୀୟ ଡାକ୍ତରଙ୍କୁ ସଫଳତା: HIV antiretroviral drugs ରେ ଠିକ୍ କଲେ

ଏର୍ନାକୁଲମ,୨୬।୩: କରୋନା ଭାଇରସ୍ ପାଇଁ ସାରା ଦେଶ ଏବେ ଲକଡାଉନ୍। ବାହାରକୁ ଯିବା ଏବେ ବିପଦଠାରୁ କମ୍ ନୁହେଁ। ଅଦୃଶ୍ୟ ଶତ୍ରୁ ଏବେ ଦୁଆର ମୁହଁରେ। ଏଭଳି ଏକ ଭୟାବହ ସ୍ଥିତି ଦେଇ ସାରା ବିଶ୍ବ ଗତି କରୁଥିବା ବେଳେ ଏବେ ସମସ୍ତଙ୍କ ପାଇଁ ଖୁସି ଖବର। ଭାରତୀୟ ଡାକ୍ତରମାନେ ଏବେ ଏହାର ଚିକିତ୍ସା କରିବାରେ ହୋଇଛନ୍ତି ସମର୍ଥ। ତାହା ପୁଣି  HIV antiretroviral drugs ମାଧ୍ୟମରେ। ବୁଧବାର ଏଭଳି ଏକ ସଫଳତା ପାଇଛନ୍ତି ଏର୍ନାକୁଲମ ମେଡିକାଲ କଲେଜ ହସ୍ପିଟାଲର ଡାକ୍ତରମାନେ

ମିଳିଥିବା ସୂଚନା ଅନୁସାରେ, ଜଣେ ବ୍ରିଟିସ ନାଗରିକ ଯିଏକି କରୋନା ଭାଇରସ୍ ଦ୍ବାରା ସଂକ୍ରମିତ ଥିଲେ ତାଙ୍କର HIV antiretroviral drugs ମାଧ୍ୟମରେ ଚିକିତ୍ସା ସମ୍ଭବ ହୋଇଛି। ଏହି ବ୍ୟକ୍ତିଜଣକ ପୂର୍ବରୁ COVID-19ରେ ସଂକ୍ରମିତ ହୋଇଥିଲେ। କିନ୍ତୁ ଏବେ ଚିକିତ୍ସା ପରେ ତାଙ୍କର ରିପୋର୍ଟ ନେଗେଟିଭ ଆସିଛି।

ଡାକ୍ତରଙ୍କ କହିବା ଅନୁସାରେ, ଏହି ରୋଗୀ ଜଣଙ୍କୁ ୭ ଦିନ ପାଇଁ HIV antiretroviral drugs ଦିଆଯାଇ ଚିକିତ୍ସା କରାଯାଇଥିଲା।  ​ତେବେ ଏହାର ୩ ଦିନ ପରେ ତାଙ୍କର ଯେତେବେଳେ ଟେଷ୍ଟ କରାଯାଇଥିଲା ତାଙ୍କର ରିପୋର୍ଟ ନେଗେଟିଭ ଆସିଥିଲା। ଡାକ୍ତରମାନେ ଦ୍ବିତୀୟ ପରୀକ୍ଷଣ ମାର୍ଚ୍ଚ ୨୩ ତାରିଖରେ କରିଥିବା ବେଳେ ତାହା ମଧ୍ୟ ନେଗେଟିଭ ଆସିଥିଲା। ଦୁଇଟି ଟେଷ୍ଟ ନେଗେଟିଭ ଆସିବା ପରେ ଏ ବିଷୟରେ ଡାକ୍ତରମାନେ ଅନ୍ୟମାନଙ୍କୁ ସୂଚନା ଦେଇଥିଲେ।

   ସମ୍ବନ୍ଧିତ ଖବର


କ୍ବାରେଣ୍ଟାଇନରେ ଥିବା ଯୁବକ ଉଲଘ୍ନ ଅବସ୍ଥାରେ ଖସି ପଳାଇଲେ, ରାଗରେ ପଡୋଶୀ ମହିଳାଙ୍କୁ କାମୁଡିବା ପରେ ମୃତ୍ୟୁ

କରୋନା ଲକଡାଉନ ଭିତରେ ଭୟଙ୍କର ସ୍ଥିତି, ଘରକୁ ଫେରିବାକୁ ଆନନ୍ଦ ବିହାରରେ ହଜାର ହଜାର ସଂଖ୍ୟାରେ ଶ୍ରମିକଙ୍କ ଭିଡ

ଲକ ଡାଉନ : ୨୧ ବର୍ଷୀୟ ଯୁବକ ଜୀବନ ହାରିଦେଲେ !

କରୋନା ବେଶରେ ଲୋକଙ୍କୁ ଲକ୍‌ଡାଉନ୍‌ ବିଷୟରେ ବୁଝାଇଲା ପୁଲିସ୍‌